Home ଓଡ଼ିଶା ଅଦର୍ଶ ବିଦ୍ୟାଳୟ ପାଇଁ ଦ୍ୱିତୀୟ ଥର ଜମି ଅଧିଗ୍ରହଣ ଓ ଚିହ୍ନଟ

ଅଦର୍ଶ ବିଦ୍ୟାଳୟ ପାଇଁ ଦ୍ୱିତୀୟ ଥର ଜମି ଅଧିଗ୍ରହଣ ଓ ଚିହ୍ନଟ

41

ବାହାନଗା,୧୯ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଆଦର୍ଶ ବିଦ୍ୟାଳୟ ପାଇଁ ଦ୍ୱିତୀୟ ଥର ଜମି ଅଧିଗ୍ରହଣ ଓ ଚିହ୍ନଟ ପ୍ରକ୍ରିୟଶେଷ ହୋଇ ଥିବାର ଜଣାପଡ଼ିଛି । ପ୍ରଥମ ପ୍ରକ୍ରିୟାରେ ଏହି ବ୍ଲକ ଅଧିନ ବାହାନଗା ପଞ୍ଚାୟତ ଷଠୀ ଗ୍ରାମରେ ଜମି ଅଧିଗ୍ରହଣ ହୋଇ ଚିହ୍ନଟ ପ୍ରକ୍ରିୟା ସରି କାର୍ଯ୍ୟାଦେଶ ମିଳି ଥିଲା । ତାହାର ଅବଧି ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟ ନିର୍ମାଣ ହୋଇ ପାରି ନଥିଲା । ତେବେ ସରକାରଙ୍କ ପକ୍ଷରୁ ପୁଣି ମଙ୍ଗଳବାର ଦିନ ସେହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଏହି ବ୍ଲକ ଗୋପାଳପୁର ପଞ୍ଚାୟତର ଜଗେଶ୍ୱରପଦା ଠାରେ ଜମି ଅଧିଗ୍ରହଣ ଓ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ଥିବାର ଜଣାପଡ଼ିଛି । ୫ଏକର ୫୮ ଡେସମିଲ ଜମି ଏହି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦିଆ ଯାଇଛି । ଏହି ଅବସରରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ନାରାରୟଣ କର, ବ୍ଲକ ଶିକ୍ଷାଧିକାରୀଣୀ ଶୁଭଲକ୍ଷ୍ମୀ ନାୟକ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ଦ୍ୱାରୀ , କନିଷ୍ଠ ଯନ୍ତ୍ରୀ ସନାତନ ନାୟକ, ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ଆଇନଜୀବୀ ଅଶ୍ୱନୀ ମହାପାତ୍ର, ପୂର୍ବତନ ସରପଞ୍ଚ ବେଣୁଧର ଜେନା, ନାଗରିକମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି ଅଜୟ କୁମାର ପଣ୍ଡା, କକଲ୍ୟାଣୀ ପୂର୍ବତତନ ସରପଞ୍ଚ ନୀଳାମ୍ବର ମହାଳିକ ପ୍ରମୁଖଙ୍କ ସହ ବହୁ ସିଆରସି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ତେବେ ଚିହ୍ନଟ ପ୍ରକ୍ରିୟାରେ ତହସିଲ ବଡ଼ବାବୁ ମନୋରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ଆରଆଇ ଓ ଅମିନଙ୍କ ଦ୍ୱାରା ଜମି ମାପ କରାଯାଇ ପତାକା ପୋତା ଯାଇ ଥିବାର ଜଣାପଡ଼ିଛି । ତେବେ ଖୁବ ଶିଘ୍ର ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବେ ।ଲି ଅଞ୍ଚଳବାସୀ ଆଶା ବାନ୍ଧି ରଖି ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.