Home ଓଡ଼ିଶା ହାଣିଲେ ଲୁଟିଲେ ଶେଷରେ ଗୁଳି ଫୁଟାଇ ଫେରାର ହୋଇଗଲେ ୪ ଗୁରୁତର

ହାଣିଲେ ଲୁଟିଲେ ଶେଷରେ ଗୁଳି ଫୁଟାଇ ଫେରାର ହୋଇଗଲେ ୪ ଗୁରୁତର

206

ବାହାନଗା,୨ା୬(ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ସାଉଡ଼ ପଞ୍ଚାୟତ ସାଉଡ଼ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗହଣା ଦୋକାନୀଙ୍କ ଘରୁ ଗହଣା ଲୁଟିବାକୁ ଆସି ଗହଣା ମାଲିକଙ୍କ ସହ ୨ପୁଅ, ପଡ଼ୋଶୀ ବାପ ପୁଅଙ୍କୁ ଆକ୍ରମଣ କରି ଗହଣା ଲୁଟି ଗୁଳି କରି ଫେରାର ହୋଇ ଗଲେ । ସୂଚନା ଅନୁସାରେ ଏହି ଗ୍ରାମର ଗହଣା ବ୍ୟବସାୟୀ ସନାତନ କମିଳାଙ୍କର ସାଉଡ଼ ଛକରେ ଗହଣା ଦୋକାନ ଅଛି । ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ୪ରୁ ୫ଜଣ ଦୁର୍ବୁତ୍ତ ଆସି ଘରର ପଛପଟ କବାଟ ବାଡ଼େଇ ଥିଲେ । ତାଙ୍କ ସାନପୁଅ ସୁରେଶ କମିଳା (୨୧) କିଲ କବାଟ ବାଡଉଛି ଭାବି କବାଟ ଖୋଲିବା ପରେ ଦୁର୍ବୁତ୍ତ ମାନେ ଆକ୍ରମଣ କରି ଥିଲେ । ପରେ ଆଲମିରାର ଚାବି ଭାଙ୍ଗି ଘରେ ଥିବା ୨୫୦ଗ୍ରାମର ସୁନା , ୫କେଜି ରୁପା ସହ ନଗଦ ଟଙ୍କା ଲୁଟି ପଳାଇ ଯାଉଥିବା ସମୟରେ ପଡ଼ୋଶୀ ରବିନ୍ଦ୍ର ବାରିକ (୫୨)ଙ୍କୁ ସନାତନ ଫୋନ କରି ଡାକି ଦେଇଥିଲେ । ପରେ ରବିନ୍ଦ୍ର ଓ ତାଙ୍କ ପୁଅ ଦେବାଶିଷ ଆସି ଦୁର୍ବୁତ୍ତଙ୍କୁ ପ୍ରତିରୋଧ କରିଥିଲେ । ଫଳରେ ଦୁର୍ବୁତ୍ତ ମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ସନାତନ ଓ ତାଙ୍କ ଦୁଇ ପୁଅ ଓ ରବିନ୍ଦ୍ର ଓ ପୁଅ ଦେବାଶିଷଙ୍କ ମଧ୍ୟରେ ସଙ୍ଗର୍ଷ ହୋଇଥିଲା । ଶେଷରେ ଦୁର୍ବୁତ ମାନେ ଗୁଳି ଚାଳନା କରି କରଇଥିଲେ । ଏଥିରେ ଦେବାଶିଷ ଓ ସୁରେଶ ଆହତ ହୋଇ ଥିଲେ । । କିନ୍ତୁ ଦୁର୍ବୁତ୍ତଙ୍କ ଏକ ୟାମାହା ଓଚଦୁଇଟି ମୋବାଇଲ ଛାଡ଼ି ଯାଇଛନ୍ତି । ପାଟି ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ୍ତ ମାନେ ଅନ୍ୟ ଏକ ଗାଡ଼ିରେ ୫ଜଣ ଫେରାର ହୋଇ ଯାଇଥିଲେ । ଏଥିରେ ଘର ମାଲିକ ସନାତନ, ସାନପୁଅ ସୁରେଶ, ପଡ଼ୋଶୀ ରବିନ୍ଦ୍ର ଓ ପୁଅ ଦେବାଶିଷ ଗୁରୁତର ହୋଇ ପ୍ରଥମେ ସୋର ପରେ ରବିନ୍ଦ୍ର, ଦେବାଶିଷ ଓ ମନମହନ କଟକ ସ୍ତାନାନ୍ତର ହୋଇଥିବା ବେଳେ ସନାତନ ବାଲେଶ୍ୱରରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ଖବର ପାଇ ସୋର ଥାନା ଅଧିକାରୀଣୀ ମଧୂମିତା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ଘଟଣା ସ୍ଥଳରେ ଅନୁସନ୍ଧାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.