Home ଜିଲ୍ଲା ପରିକ୍ରମା ସନ୍ଦେହ ହେବାରୁ ପଚାରିଲେ , ବାଇକ ଚୋର ଜଣାପଡ଼ିବା ପରେ ଗିରଫ କରି କୋର୍ଟ ଚାଲାଣ...

ସନ୍ଦେହ ହେବାରୁ ପଚାରିଲେ , ବାଇକ ଚୋର ଜଣାପଡ଼ିବା ପରେ ଗିରଫ କରି କୋର୍ଟ ଚାଲାଣ କଲେ 

45

ବାହାନଗା,୨୯ା୪ : (ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ୧୬ନଂ ଜାତୀୟ ରାଜପଥ ବାରିକପୁର ଠାରେ ଗୁରୁବାର ମାସ୍କ ଚେକିଂ ସୋର ପୋଲିସ ଦ୍ୱାରା ହେଉଥିଲା । ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଦ୍ରୁତ ଗତିରେ ଯାଉଥିଲେ । ପୋଲିସ ସନ୍ଦେହ କରି ସେମାନଙ୍କୁ ଅଟକାଇ ଥିଲା । ସେମାନେ ଇତସ୍ତତ ହେବାର ଦେଖି ଗାଡିର କାଗଜପତ୍ର ମାଗିଥିଲେ । ଫଳରେ ଯୁବକ ଦ୍ୱୟ ଦେଖାଇ ପାରି ନଥିଲେ । ସୋର ପୋଲିସ ତାଙ୍କ ଥାନାକୁ ଦେଇ ପଚରା ଉଚୁରା କରିବାରେ ଜଣାପଡ଼ିଥିଲା ଯୁବକଦ୍ୱୟ ବାଇକ ଚୋର । ବହୁ ପଚରା ଉଚୁରାରେ ଗାଡ଼ି କେଉଁଠୁ ଚୋରୀ କରିଥିଲେ କହି ନଥିଲେ । ତେବେ ଯୁବକ ଦ୍ୱୟଙ୍କ ଘର ଖନ୍ତାପଡ଼ା ଥାନା ଅଧିନ ଭିଳ୍ଲା ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ପୁୂଅ ଶଶିକାନ୍ତ(୨୯) ଓ କମଳାକାନ୍ତ ମଳିକର ପୁଅ ରମେଶ(୩୨) । ତେବେ ବାଇକ ଚୋରୀ କରି ଥିବା ଜାଣେିବା ପରେ ସୋର ପୋଲିସ ଗିରଫ କରି ଲକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.