Home ଜିଲ୍ଲା ପରିକ୍ରମା ମିଳନ ଯାତ୍ରାକୁ ନେଇ ଗୋଷ୍ଠୀ କନ୍ଦଳ, ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଘଟଣା ସ୍ଥଳରେ ଥାନା...

ମିଳନ ଯାତ୍ରାକୁ ନେଇ ଗୋଷ୍ଠୀ କନ୍ଦଳ, ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଘଟଣା ସ୍ଥଳରେ ଥାନା ଅଧିକାରୀ , ତହସିଲଦାର, ରାଜନେତା

78

ବାହାନଗା,୨୮ା୦୩(ଭାରତୀ ଦାସ/ ଓଡ଼ିଆ ପୁଅ) କରୋନା ମହାମାରୀ ଦ୍ୱୀତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ବ ପର୍ବାଣୀରୁ ଉପରେ ଆଙ୍କୁଶ ଲାଗିଥିବା ବେଳେ ଏହାକୁ ନମାନି କେତେକ ଅମାନିଆ ମନଇଚ୍ଛାରେ କରି ଯାଉଛନ୍ତି ସବୁ କାର୍ଯ୍ୟ । ଅଘଟଣ ଘଟି ଗଲେ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି । ପରେ ବିଭିନ୍ନ ପ୍ରକାର ପ୍ରତିବାଦ କରୁଛନ୍ତି । ଏପରି ଘଟଣା ଘଟିଛି ସାହାସପୁରା ପଞ୍ଚାୟୟତ ଝାଡ଼ତା ଗ୍ରାମରେ । ମେଳନରେ ଲୋକ ଭିଡ଼ , ଭିଡ଼ ଭିତରେ କହୁଣି ବାଜିବାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଛି । ସୂଚନା ଅନୁସାରେ ଶନିବାର ଦିନ ଝାଡ଼ତା ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଠାକୁରଙ୍କ ମିଳନ ସହ ଯାତ୍ରାହେଉଥିଲା । ବହୁ ଲୋକ ସମାଗଗମ ହୋଇଥିଲେ । ପାଖ ଗ୍ରାମ ସାହାସପୁରାର ମୁସଲିମ ସଂପ୍ରଦାୟର ଯୁବକ ଥିଲେ । ଭିଡ଼ ସମୟରେ ଜଣେ ମୁସଲମାନ ଯୁବକ ଦେହରେ ଏକ ହିନ୍ଦୁ ଯୁବକର ହାତ ବାଜିବାକୁ ନେଇ ଉତ୍ତେଜନା ହୋଇ ଏହା ଉଗ୍ର ରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହି କଥା ଉଭୟ ଗ୍ରାମର ମୁଖିଆଙ୍କ ପାଖକୁ ଯାଇଥିଲା । ଉଭୟ ମଧ୍ୟରେ ବୁୂଝାମଣା ପାଇଁ । କିନ୍ତୁ ଏହା ସହଜରେ ହୋଇ ନପାରିବାରୁ ତିକ୍ତତା ବଢି ପୁଣି ଉଗ୍ର ରୂପ ଧାରଣ କରିଥିଲା । ଫଳରେ ଝାଡତା ଛକ ଠାରେ ଏହି ଗ୍ରାମବାସୀଙ୍କ ତରଫରୁ ଼ଟାୟାର , କାଠ ଜାଳି ପ୍ରତିବାଦ କରିବା ସହ ବାଲେଶ୍ୱର- ବାସୁଦେବପୁର ନିମିକ ରାସ୍ତାକୁ ରବିବାର ସନ୍ଧ୍ୟାରେ ଅବରୋଧ କରିଥିଲେ । ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣକୁ ଉଠାଇ ଆଣି ଥିଲେ । ତଥାପି ଅବସ୍ଥା ଆୟତ୍ତ ହୋଇ ନଥିଲ।। ଫଳରେ ଖନ୍ତାପଡ଼ା ଥାନା ଅଧିକାରୀ ଏକ ଶାନ୍ତି କମିଟି ଗଠନ ସ୍ଥଳରେ ଗୋପାଳପୁର ଠାରେ ଥିଲେ । ସଙ୍ଗେ ସଙ୍ଗେ କିଛି ରାଜନେତା , ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଏବଂ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ । କିନ୍ତୁ ଝାଡ଼ତା ଗ୍ରାମବାସୀ ଗଣ୍ଡଗୋଳ କାରୀ ଏବଂ ସଂପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରିବା ଜିଦରେ ଅଟଳ ରହିଥିଲେ । ବହୁ ବୁଝା ସୁଝା ପରେ ପୋଲିସ ପକ୍ଷରୁ ଗିରଫ କରିବାକୁ ପ୍ରତିଶୃତି ଦେବା ପରେ ଅବରୋଧ ହଟିଥିଲା । ପରେ ପୋଲିସ ପକ୍ଷରୁ ତଦନ୍ତ ସହ ତନାଘନା ଜାରୀ ରହିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.