Home ଜିଲ୍ଲା ପରିକ୍ରମା ରାଜ ରାସ୍ତାରେ ଖିର ଢାଳିଲେ ଚାଷୀ

ରାଜ ରାସ୍ତାରେ ଖିର ଢାଳିଲେ ଚାଷୀ

31

ବାହାନଗା,୬ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ମହାମାରୀର ଦ୍ୱିତୀୟ ଲହରୀ ଚାଲି ଥିବାବେଳେ ସରକାରଙ୍କ ପକ୍ଷରୁ ୧୪ଦିନିଆ ଲକ ଡାଉନ ଘୋଷଣା କରାଯାଇଛି । ସେଥିରେ ଚାଷୀ ମାନଙ୍କ ପାଇଁ କଟକଣା କୋହଳ ଥିବା ବେଳେ ଅସୁବିଧାରେ ଅଛନ୍ତି ଦୁଗ୍ଧ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ବଜାରୋର । ସୂଚନା ଅନୁସାରେ ଏହି ଥାନା ଅଧିନ ଖନ୍ତାପଡ଼ା, ଶେରଗଡ଼, ପାଟରା,ବରପଦା ଅଞ୍ଚଳରୁ ୩୦ରୁ ଉର୍ଦ୍ଧ ଚାଷୀ ସରକାରଙ୍କ ଠାରୁ ଲୋନ ଆଣି ଗାଈ ରଖି ଖିର ଚାଷ କରି ଜୀବିକ ନିର୍ବାହ କରନ୍ତି । କିନ୍ତୁ ସଟ ଡାଉନ ଯୋଗୁଁ ସେମାନଙ୍କର ଜୀବନ ଜୀବୀକା ମରି ଯାଉଛି । ଆମଦାନୀ ହେଉଥିବା ଖିର ବିକ୍ରି ହେଉ ନାହିଁ । ସେମାନଙ୍କର ଖବର ବିଭିନ୍ନ ଦୋକାନୀଙ୍କୁ ଦେଇ ଥାନ୍ତି । କିନ୍ତୁ ଦୋକାନ ବନ୍ଦ ରହି ଥିବାରୁ ଖିର ବିକ୍ରି ହେଉ ନାହିଁ । ଖିର ସଂଗ୍ରହ କରି ରଖିବା ପାଇଁ ସାକାରଙ୍କର କିଛି ବ୍ୟବସ୍ଥା ନାହିଁ । ଫଳରେ ଗୁରୁବାର ଦିନ ପୂର୍ବାହ୍ନରେ ଆଖ ପାଖରୁ ୩୦ରୁ ୁର୍ଦ୍ଧ ଚାଷୀ ଆସି ସେମାନଙ୍କର ଖିର ରାଜ ରାସ୍ତାରେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନ ନିକଟରେ ଦାବୀ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.