ୟୁକୋ ବ୍ୟାଙ୍କ ପକ୍ଷରୁ ୩ଟି ଗ୍ରାମରେ ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ୟୁନାଇଟେଡ଼ କମର୍ସିଆଲ ବ୍ୟାଙ୍କ (ୟୂୁକୋ ବ୍ୟାଙ୍କ) ସମ୍ବଲପୁର ଜୋନ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ଲାଟିନମ୍ ଜୁବ୍ଲୀ ଅବସରରେ ବରଗଡ଼ ଜିଲ୍ଲାର ଚକରକେନ୍ଦ, କଳାହାଣ୍ଡି ଜିଲ୍ଲାର ରୁଷୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର କାଂସବାହାଲ ଠାରେ ଭୀମ୍ ଆଧାର ଆରମ୍ଭ କରାଯାଇଛି। ଭାରତ ଇଣ୍ଟରଫେସ ଫର ମନି ନାମକ ଏହି ଯୋଜନାରେ ଉକ୍ତ ତିନୋଟି ଗ୍ରାମର ଆର୍ଥିକ କାରବାର ଏଣିକି ଡ଼ିଜିଟାଲ ହେବ। ବାୟୋମେଟ୍ରି୍କ୍ ଆଧାରିତ ପ୍ରାପ୍ୟ ପ୍ରଦାନ ସିଷ୍ଟମ ଥିବା ଏହି ଆପସ୍ ଦ୍ୱାରା ବ୍ୟବହାରକାରୀମାନେ ଫିଙ୍ଗର ପ୍ରିଣ୍ଟ ସ୍କାନର ଦ୍ୱାରା କାରବାର କରିପାରିବେ। ଏହାଦ୍ୱାରା ଗ୍ରାହକମାନଙ୍କୁ ଏଣ୍ଡରଏଡ଼ ଫୋନ କିମ୍ବା ଅନ୍ୟ କୌଣସି ଟେକ୍ନୋଲୋଜି ଦରକାର ପଡ଼ିବ…

"ୟୁକୋ ବ୍ୟାଙ୍କ ପକ୍ଷରୁ ୩ଟି ଗ୍ରାମରେ ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା"

ଇଣ୍ଡିଆନ ବ୍ୟାଙ୍କ ବରେଇପାଲି ଶାଖା ଉଦ୍ଘାଟିତ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସୋମବାର ଇଣ୍ଡିଆନ ବ୍ୟାଙ୍କର ବରେଇପାଲି ଶାଖା ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ବ୍ୟାଙ୍କର ନୂଆ ଶାଖାର ଉଦ୍ଘାଟନ କରି ଗ୍ରାହକମାନଙ୍କୁ ଅତିଥି ଭାବି ଭଲ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ଏହି ଦ୍ୱିତୀୟ ଓ ରାଜ୍ୟର ୯୯ତମ ଶାଖାର ଉଦ୍ଘାଟନ ଅବସରରେ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମୁଖ୍ୟ ଏନ୍.କେ.ମିଶ୍ରା ଭଲ ଗ୍ରାହକ ସେବା ଯୋଗୁଁଁ ଅନ୍ୟ ବ୍ୟାଙ୍କ ତୁଳନାରେ ଇଣ୍ଡିଆନ ବ୍ୟାଙ୍କର ‘ଏନ୍ପିଏ’ କମ୍ ଥିବା ବେଳେ ସେୟାର ମୂଲ୍ୟ ଅନ୍ୟ କେତେକ ବ୍ୟାଙ୍କ ତୁଳନାରେ ବେଶି ରହିଛି ବୋଲି କହିଥିଲେ। ଇଣ୍ଡିଆନ ବ୍ୟାଙ୍କର ମୁଖ୍ୟ ଶାଖାର ପରିଚାଳକ ନିର୍ମଳ…

"ଇଣ୍ଡିଆନ ବ୍ୟାଙ୍କ ବରେଇପାଲି ଶାଖା ଉଦ୍ଘାଟିତ"

ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବିଭିନ୍ନ ଦାବି ନେଇ ଓଡ଼ିଶା ଆମ୍ବୁଲାନ୍ସ ସାର୍ଭିସ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ଗତକାଲି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଉପୁଜିଥିବା ଗଣ୍ଡଗୋଳ ଉପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଆଜି ସ୍ଥାନୀୟ ଅଦାଲତକୁ ଚାଲାଣ କରାଯାଇଥିଲା। ସ୍ଥାନୀୟ ଟାଉନ ଥାନାର କେଶ ସଂଖ୍ୟା ୧୧/୨୦୧୮ ମୂଳେ ଆଇପିସିର ଧାରା ୧୪୫, ୧୪୭, ୧୪୮, ୨୯୪, ୩୫୩, ୫୦୬, ୩୩୨, ୩୦୭, ୧୪୯, ଓଡ଼ିଶା ଏସ୍ମା ଆଇନ ଏବଂ ପୋଲିସ ଆଇନର ବିଭିନ୍ନ ଦଫାରେ ଏହି ମାମଲା ରୁଜୁ କରାଯାଇଛି। ଆନ୍ଦୋଳନକାରୀଙ୍କ ଢ଼େଲା ମାଡ଼ରେ ୩ ଜଣ ପୋଲିସ…

"ଲାଠିପ୍ରହାର ପରେ ୧୪ ଆନ୍ଦୋଳନକାରୀଙ୍କୁ କୋର୍ଟ ଚାଲାଣ"

ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଶୀତରେ ଥରୁଛି ଓଡ଼ିଶା। ଶୀତ ସାଙ୍ଗକୁ କେଉଁ କେଉଁ ସ୍ଥାନରେ କୋହଲା ପବନ। ଶୀତକୁ ବଢାଇ ଦେଇଛି ଏହି କୋହଲା ପବନ। ସୂଚନାରୁ ଜଣାପଡ଼ିଛିଯେ, ରାଜ୍ୟର ଅର୍ଦ୍ଧାଧିକ ଜିଲା ଅର୍ଥାତ୍ ପ୍ରାୟ ୧୫ଟି ଡିଲାରେ ୧୦ ଡଗ୍ରୀ ତଳକୁ ପାରଦ ଖସି ଆସିଥିବା ଜଣାପଡ଼ିଛି। ଏପରିକି ଫୁଲବାଣିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିଅସ୍ ଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଏବମଂ କଟକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭୁବନେଶ୍ୱରରେ ସର୍ନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ସେଲସିଅସ୍ ଧିବା ବେଳେ କଟକର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପରେ ଲୋକମାନେ ନାହିଁ ନ…

"ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ"

ବ୍ରହ୍ମଗିରି ନୃସିଂହ ନାଥ ମନ୍ଦିରରୁ ଚୋରି

ବ୍ରହ୍ମଗିରି ୯-୧ (ଓଡ଼ିଆ ପୁଅ) ବ୍ରହ୍ମଗିରିର ନୃସିଂହନାଥ ମନ୍ଦିରରୁ ରାତିରେ ମନ୍ଦିର କବାଟ ଭାଂଗି ଲକ୍ଷ୍ମୀ -ନୃସିଂହଙ୍କ ମୂର୍ତ୍ତି, ଏବଂ ଦାନ ବାକ୍ସ ଚୋରି ହୋଇଥିବା ଖବର ମିଳିଛି। ଚୋରି ଖବର ଶୁଣିବା ପରେ ସ୍ଥାନୀୟ ପୋଲିସ୍ ସେଠାରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଦେଇଛି।

"ବ୍ରହ୍ମଗିରି ନୃସିଂହ ନାଥ ମନ୍ଦିରରୁ ଚୋରି"

ହରିବୋଲ ହୁଳହୁଳି ପତ୍ରିକା ଲୋକାର୍ପଣ ଉତ୍ସବ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରବିବାର ସଂଧ୍ୟାରେ ପୁସ୍ତକମେଳା ମଂଚରେ ହରିବୋଲ ହୁଳହୁଳି ଅନୁଷ୍ଠାନର ପତ୍ରିକା ଲୋକାର୍ପଣ ଉତ୍ସବ ହୋଇଯାଇଛି। ଉତ୍ସବରେ ଡଃ ସିଦ୍ଦେଶ୍ୱର ମହାପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ ସାହିତ୍ୟ ଏକାଡେମୀ ସଚିବ ବିରେନ୍ଦ୍ର ମହାନ୍ତି, ସମାଜସେବୀ ଚକ୍ରଧର ମହାପାତ୍ର ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ପତ୍ରିକାକୁ ଉନ୍ମୋଚନ କରିବା ସହ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପରିଚାଳନା ସଂପାଦକ ରବିନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ଉତ୍ସବରେ ଦୀନବନ୍ଧୁ ଦାଶ ଓ ନୀଳକଣ୍ଠ ମିଶ୍ରଙ୍କୁ ସମ୍ମାନୀତ କରାଯିବା ସହ ସେୋମନାଥ ପାତ୍ର ଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗ୍ରାମ ଗୈାରବ ଓ ସ୍ୱର୍ଣ୍ଣଲତା ସେନାପତିଙ୍କୁ ଗ୍ରାମ୍ୟମାଣିକ୍ୟ ସମ୍ମାନରେ…

"ହରିବୋଲ ହୁଳହୁଳି ପତ୍ରିକା ଲୋକାର୍ପଣ ଉତ୍ସବ"

ଜାଡରେ ଥରୁଛି ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗତ କିଛି ଦିନହେବ ସହରରେ ପ୍ରବଳ ଶୀତ ଅନୁଭବ ହୋଇଛି। ସୂର୍ଯ୍ୟ ଅସ୍ତ ପୂର୍ବରୁ ଥଣ୍ଡା ପବନ ଯୋଗୁଁ ସାଧାରଣ ଲୋକ ମାନେ ଶୀତରେ ଥରୁଥିବା ଦେଖାଯାଏ। ରାତି ୯ଟା ପରେ ତାପମାତ୍ରା କମ୍ ହେଉଥଇବା ଯୋଗୁଁ ଲୋକମାନେ ରାସ୍ତା କଡରେ ନିଆଁ ଜଳାଇ ତା’ନିକଟରେ ବସି ରହୁଥିବା ମଧ୍ୟ ଦେଖାଯାଏ। ପ୍ରବଳ ଶୀତରେ ମଧ୍ୟ ଖୋଲାଆକାଶ ତଳେ ମଧ୍ୟ ଳୋକମାନେ ରାତ୍ରୀ ଜାପନ କରିବା ମଧ୍ୟ ଦେଖାଯାଉଛି। ନିସହାୟ ଲୋକମାନଙ୍କ ପାଇଁ ରାତ୍ରୀ ଆଶ୍ରୟ ସ୍ଥଳୀ ରହିଥିଲେ ମଧ୍ୟ ସେମାନଙ୍କୁ ସେଠାକୁ ନେବା ପାଇଁ ପ୍ରଶାସନ ତତ୍ପରତା ନ ଥିବା ଯୋଗୁଁ ସେମାନେ ବାଧ୍ୟ ହୋଇ ରାସ୍ତା କଡରେ…

"ଜାଡରେ ଥରୁଛି ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର"

ଆଇଆଇସିଙ୍କ ଗିରଫଦାବି କଲା ସାମ୍ବାଦିକ ସଂଘ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଭୁବନେଶ୍ୱରରେ କର୍ତବ୍ୟରତ ଫଟୋ ସାମ୍ବାଦିକଙ୍କୁ ଆକ୍ରମଣରେ ଘଟଣାର ତାଳବଣିଆ ଥାନା ଆଇଆଇସିଙ୍କ ଗିରଫ ଦାବି କରିଛି। ସାମ୍ବାଦିକ ସଂଘ ଏ ନେଇ ସୋମବାର ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସପିଙ୍କୁ ଦାବି ପତ୍ର ପ୍ରଦାନ ସହ ତୁରନ୍ତ ଆଇଆଇସିଙ୍କୁ ଗିରଫ କରିବା ପାଇଁ ଯୁକ୍ତି ଉପସ୍ଥାପନା କରାଯାଇଛି। ସଂଘର ସଦସ୍ୟ ସାମ୍ବାଦିକ ରଂଜି୍ତ ମିଶ୍ର, ଗୋବିନ୍ଦଚନ୍ଦ୍ର ସ୍ୱାଇଁ, ବିଜୟ ପଟ୍ଟନାୟକ, ଅକ୍ଷୟ ମିଶ୍ର, ସିମାଚଂଳ ପାଢୀ, ସଂଜୀବ ରଥଶର୍ମା, ପ୍ରଭାତ ପାଣିଗ୍ରାହୀ, ବିରଚିଂ ଦାସ, ନିଲୁ ମହାନ୍ତି, ସାଗର ମଲ୍ଲିକ, ଦିନରଜନ ସ୍ୱାଇଁ, ତନ୍ମୟ ମହାନ୍ତି, ସୋମନାଥ ଗୋଛିକାର, ଦିବ୍ୟରଂଜନ ବିଶୋଇ, ସଂଜୟ ମହାପାତ୍ର, ଗୋପାଳ ତିୱାରୀ, ଅନୀଲ…

"ଆଇଆଇସିଙ୍କ ଗିରଫଦାବି କଲା ସାମ୍ବାଦିକ ସଂଘ"

ଡ୍ରେନେଜ ନାଳ ଅବରୋଧ..ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜନୈକ ବ୍ୟକ୍ତି ଡ୍ରେନେଜ ନାଳକୁ ଦୀର୍ଘ ବର୍ଷ ଧରି ଅବୋରୋଧ କରିଛନ୍ତି। ଫଳରେ ଶତାଧିକ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଫସଲ ହାନି ଘଟୁଛି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଅଭିଯୋଗ ଅନୁଯାଇ ନିମାପଡା ଛଣିଜଙ୍ଗ ପଂଚାୟତର ଆଳକୁଣ୍ଡ ମୈାଜାରେ ବର୍ଷାଜଳ ନିଷ୍କାସନ ପାଇଁ ୨୦୦୫ ମସିହାରେ ଡ୍ରେନେଜ ନାଳ ଖୋଳା ଯାଇଥିବା ବେଳେ ସୁଜରେଖ ମୈାଜର ପୀତବାସ ମାହାନ୍ତି ଏହିନାଳକୁ ମଝିରେ ଅବରୋଧ କରିଛନ୍ତି। ଫଳରେ ସ୍ଥାନୀୟ ଅଂଚଳ ଜମିରେ ଫସଲ କ୍ଷତି ହୋଇଛି। ଲଘୁଚାପ ବର୍ଷାରେ ମଧ୍ୟ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଡ୍ରେନେଜ…

"ଡ୍ରେନେଜ ନାଳ ଅବରୋଧ..ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ"

ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଚଳଚିତ୍ର ଜଗତର ୪୨ ତମ ବାର୍ଷିକ ଉତ୍ସବ ଓ ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ ପୈାରସଦନ ଠାରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ମୁଖ୍ୟ ଅତିଥୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ,  ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ, ଏବଂ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ସମାରୋହର ଭୂୟସୀ ପ୍ରଶଂସା କରିଥିଲେ। ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂପାଦକ ଆଦିକନ୍ଦ ରାଉତ ବାର୍ଷୀିକ ବିବରଣୀ ଉପସ୍ଥାପନ କରିଥିଲେ। ଦିବଂଗତ ନାଟ୍ୟକାର ସୁବୋତ୍ ପଟ୍ଟନାୟକଙ୍କ ସ୍ମୃତିରେ ସ୍ମରଣୀକା ଉନ୍ମୋଚନ ହୋଇଥିଲା।…

"ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ"