Home Coronavirus Outbreak ରାଜ୍ୟରେ ଆଉ ୪ ନୂଆ କୋରୋନା ପଜିଟିଭ ଚିହ୍ନଟ – ୨୪ ଘଣ୍ଟା ମଧ୍ୟରେ ୫...

ରାଜ୍ୟରେ ଆଉ ୪ ନୂଆ କୋରୋନା ପଜିଟିଭ ଚିହ୍ନଟ – ୨୪ ଘଣ୍ଟା ମଧ୍ୟରେ ୫ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି – ଆକ୍ରାନ୍ତଙ୍କ ବିଷୟରେ

395

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱରର। ଭୁବନେଶ୍ବରର ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୩ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ଏଯାଏଁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି।


ତେବେ ଜାଣନ୍ତୁ ୫୬ ନମ୍ବର କରୋନା ଆକ୍ରାନ୍ତଙ୍କ ବିଷୟରେ

ଓଡ଼ିଶାରେ ୫୬ନମ୍ବର କରୋନାଙ୍କର ବୟସ ୬୬ ବର୍ଷ। ସେ ଯାଜପୁର ଜିଲ୍ଲାର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେ କୋଲକତାରୁ ଏକ ପରିବା ଗାଡି ଟାଟା ମ୍ୟାଜିକ୍ ରେ ଗତ ମାର୍ଚ୍ଚ ୨୮ରେ କୋଲକାତାରୁ ଫେରିଥିଲେ। ତାଙ୍କ ସହିତ ୧୭ ଜଣ ଲୋକ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଭଦ୍ରକ ଜିଲ୍ଲାର ଏବଂ ୧୦ ଜଣ ଯାଜପୁର ଜିଲ୍ଲାର।

ଆକ୍ରାନ୍ତ ଜଣକ ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗାଁର ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଛି। ବର୍ତ୍ତମାନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଛି। ରାଜ୍ୟର ୫୬ ନମ୍ବର ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବାରୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ଦୁଇଟି ଗାଁ’ ସାନତ୍ରିଲୋଚନପୁର ଓ ସହିପୁର-୩କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଏହା ପୂର୍ବରୁ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ସେ ଗତ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

୫୭ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି

୫୭ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର ୫୦ ବର୍ଷୀୟ ବ୍ୟକ୍ତି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୭, ୮, ୨୨, ୩୯ ନମ୍ବର ବ୍ୟକ୍ତିଙ୍କ ପଡୋଶୀ। ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ଯାଏଁ ସେ ନିଜ ଘରେ ରହିଥିଲେ। ସେହି ସମୟରେ ସେ ଗଣେଶ ମଣ୍ଡପ ପାଖ ପରିବା ଦୋକାନ ଯାଇଥିଲେ। ଓଭର ବ୍ରିଜ ନିକଟ ରିଲାଏନ୍ସ ଫ୍ରେସ ଯାଇ ସାମଗ୍ରୀ କିଣିଥିଲେ। ବୋମିଖାଲ ଏବଂ ରସୁଲଗଡ ମାର୍କେଟ ବୁଲିଥିଲେ। ସବୁଠାରୁ ବଡ କଥା ହେଉଛି ତାଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି।

୫୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୫୮ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୧ ବର୍ଷିୟ ମହିଳା। ଆକ୍ରାନ୍ତ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଣ୍ଟଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ। ମହିଳା ଜଣଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ୧୪ ଏପ୍ରିଲରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି।

୫୯ ନମ୍ବର କରୋନା ଆକ୍ରାନ୍ତ

୫୯ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୭୫ ବର୍ଷୀୟ ବୃଦ୍ଧ। ସେ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଣ୍ଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ। ଏହି ବୃଦ୍ଧଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ଯେହେତୁ ସେହି ଆପାର୍ଟମେଣ୍ଟରେ ଅନ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ, ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ୧୪ ଏପ୍ରିଲ ତାଙ୍କର ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ପଠାଯାଇଛି।

୬୦ ନମ୍ବର କରୋନା ଆକ୍ରାନ୍ତ

୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୪୧ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.