Home ଓଡ଼ିଶା ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ

ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ

810

ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ ପାଇଁ ରଥଖଳାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ୩ଟି ରଥକାଠର ଅନୁକୂଳ କରାଯିବ। ଏଥିନିମେନ୍ତ ଶ୍ରୀନଅର ସମ୍ମୁଖରେ ରଥ ନିର୍ମାଣ ପାଇଁ ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ ଅକ୍ଷୟତୃତୀୟା ଦିନ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହେବ। ଚନ୍ଦନଯାତ୍ରା ପାଇଁ ମହାପ୍ରଭୁଙ୍କର ନନ୍ଦା, ଭଦ୍ରା ଦୁଇଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣରୁ କଢାଯାଇ ମରାମତି କାର୍ଯ୍ୟ ଏବଂ ଚିତ୍ର କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.