Home ଓଡ଼ିଶା ପୂର୍ବତନ ସ୍ୱାସ୍ଥ‌୍ୟମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ

ପୂର୍ବତନ ସ୍ୱାସ୍ଥ‌୍ୟମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ

140

ସମ୍ବଲପୁର୧୪ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟର ପୂର୍ବତନ ସ୍ୱାସ୍ଥ‌୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସନାତନ ବିଶିଙ୍କର ୭୯ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ହୀରାକୁଦ କଲୋନୀରେ ଥିବା ବାସଭବନରେ ଶ୍ରୀ ବିଶି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସନାତନଙ୍କ ମୃତ୍ୟୁର ଖବର ପାଇ ରାଜନେତା ତଥା ରାଜ୍ୟବାସୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି।

ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ। ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ପୁଣି ୨୦୦୪ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସନାତନ। ୨୦୦୪ରେ ତାଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.