Home Coronavirus Outbreak ଜାଣନ୍ତୁ ୫୭ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଜାଣନ୍ତୁ ୫୭ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

178

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱରର। ଭୁବନେଶ୍ବରର ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୩ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ଏଯାଏଁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

୫୭ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି

୫୭ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର ୫୦ ବର୍ଷୀୟ ବ୍ୟକ୍ତି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୭, ୮, ୨୨, ୩୯ ନମ୍ବର ବ୍ୟକ୍ତିଙ୍କ ପଡୋଶୀ। ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ଯାଏଁ ସେ ନିଜ ଘରେ ରହିଥିଲେ। ସେହି ସମୟରେ ସେ ଗଣେଶ ମଣ୍ଡପ ପାଖ ପରିବା ଦୋକାନ ଯାଇଥିଲେ। ଓଭର ବ୍ରିଜ ନିକଟ ରିଲାଏନ୍ସ ଫ୍ରେସ ଯାଇ ସାମଗ୍ରୀ କିଣିଥିଲେ। ବୋମିଖାଲ ଏବଂ ରସୁଲଗଡ ମାର୍କେଟ ବୁଲିଥିଲେ। ସବୁଠାରୁ ବଡ କଥା ହେଉଛି ତାଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.