Home ଓଡ଼ିଶା କରୋନା ମୁକାବିଲା ସମୟରେ ବିଭିନ୍ନ ଯୋଜନା ହିତାଧିକାରୀଙ୍କୁ ସହାୟତା ବଂଟନ

କରୋନା ମୁକାବିଲା ସମୟରେ ବିଭିନ୍ନ ଯୋଜନା ହିତାଧିକାରୀଙ୍କୁ ସହାୟତା ବଂଟନ

1201

ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଲାର କରୋନା ମୁକାବିଲା ସମୟରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାରେ ପଂଜିକୃତ ୨୭୫୬ ଜଣ ରାସ୍ତାକଡ ବ୍ୟବସାୟୀଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତ୍ୟେକ ୩ହଜାର ଟଙ୍କା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି। ଜିଲ୍ଲାରେ ମୋଟ ୩୫୬୭ଜଣ ରାସ୍ତ୍ାକଡ ବ୍ୟବସାୟୀ ପଂଜିକୃତ କରିଛନ୍ତି। ୫୦ହଜାର ୮୩୧ଜଣ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଦେଢ ହଜାର ଟଙ୍କା ଆର୍ଥିକ ସହାୟତା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇଛି। ଜିଲ୍ଲାରେ ମୋଟ ୬୯ହଜାର ୭୨୭ଜଣ ନିର୍ମାଣ ଶ୍ରମିକ ପଂଜିକୃତ ହୋଇଚନ୍ତି। ଜିଲ୍ଲାର ୨୦୬୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ଲକ୍ଷ ୩୮ହଜାର ୪୪୫ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୧ଲକ୍ଷ ୯୧ହଜାର ୬୮୨ଜଣ ହିତାଧିକାରୀଙ୍କୁ ୩୯କୋଟି ୪୬ଲକ୍ଷ ୫୬ହଜାର ୫ଶହ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନସ୍ଥ ୩ଲକ୍ଷ ୪୦ହଜାର ୬୯୭ଟି ପରିବାରକୁ ଆଗୁଆ ୩ମାସ ନିମନ୍ତେ ୧ଲକ୍ଷ ୭୨ହଜାର ୧୪ କ୍ୱିଂଟାଲ ଚାଉଳ ବଂଟନ କରାଯାଇଥିବା ବେଳେ ୩ଲକ୍ଷ ୭୮ହଜାର ୨୬୬ଟି ପରିବାରକୁ ପ୍ରତ୍ୟେକ ୧ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଗ୍ରାମାଂଚଳରେ ୨୬୯୧ଜଣ ଅସହାୟ, ୪୪୫୬ଜଣ ଅଟକି ରହିଥିବା ଶ୍ରମିକ ଏବଂ ସହରାଂଚଳରେ ୫୭୯ଜଣ ଅସହାୟ ଓ ୨୯୧୪ଜଣ ଅଟକି ରହିଥିବା ଶ୍ରମିକଙ୍କୁ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିଭଳି ଜରୁରୀ ପଡିଲେ କରୋନା ଚିକିତ୍ସା ନିମେନ୍ତ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ୧୦୦ଶର୍ଯ୍ୟା, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ଶଯ୍ୟା ଏବଂ ସଂକ୍ରାମକ ରୋଗ ଚିକିତ୍ସାଳୟରେ ୪୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଗତ ୧୪ ତାରିଖରୁ ଉକ୍ତ ଡାକ୍ତରଖାନା ଗୁଡିକ କରୋନା ଭୂତାଣୁ ଚିକିତ୍ସା ନିମନ୍ତେ କାର୍ଯ୍ୟକ୍ଷମ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.