Home Coronavirus Outbreak ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

422

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ରାଜ୍ୟ ପାଇଁ ଆସିଛି ଭଲ ଖବର। ଆଜି ରାଜ୍ୟର ୪ ଜିଲ୍ଲା ଏବଂ ଭୁବନେଶ୍ବରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡା, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ ଏବଂ ଭୁବନେଶ୍ୱରର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଏହି ୫ଜଣ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୯ ଥିବା ବେଳେ ୪୮ଟି ଆକ୍ଟିଭ କେସ ରହିଛି, ମୋଟ ୨୯ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଓଡ଼ିଶାରେ ‘କରୋନା’ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୪୮ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ପଶ୍ଚିମବଙ୍ଗରୁ ଫେରୁଥିବା ଶ୍ରମିକମାନେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।

ସେପଟେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ‘କରୋନା’ରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ୍‌ ରାପିଡ ରେସପନ୍ସ ଟିମ୍‌ ଗଠିତ କରାଯାଇଛି। ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ। ଏସ୍‌ସିବି ମେଡିକାଲ କଲେଜର ଟେକ୍ନିକାଲ ଟିମ୍‌ ଯାଜପୁର ଜିଲ୍ଲା ଗସ୍ତ କରିବେ। ଫକୀର ମୋହନ ମେଡିକାଲ କଲେଜର ଟେକନିକାଲ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଯିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.