Home Coronavirus Outbreak ୩ ଟି ଜିଲ୍ଲାର କରୋନା କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଞ୍ଚ କରିବାକୁ ସରକାର ଦେଲେ ନିର୍ଦ୍ଦେଶ

୩ ଟି ଜିଲ୍ଲାର କରୋନା କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଞ୍ଚ କରିବାକୁ ସରକାର ଦେଲେ ନିର୍ଦ୍ଦେଶ

331

ଭୁବନେଶ୍ୱର୨୧ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଦୁଇଦିନ ହେଲା ପଶ୍ଚିମବରୁ ଫେରୁଥିବା ୧୮ ଜଣ ବ୍ୟକ୍ତର କରୋନା ପଜେଟିଭ୍‌ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତାର କାରଣ ହୋଇଛି। ସରକାର ଏହାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳକୁ ଯାଞ୍ଚ କରିବାକୁ ମେଡିକାଲ କଲେଜ ବିଶେଷଜ୍ଞ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ କରୋନା ସ୍ଥିତି ମୁକାବିଲା ଲାଗି ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୩ ଜିଲ୍ଲାକୁ ଗସ୍ତ କରିବେ ୩ ବରିଷ୍ଠ ଅଧିକାରୀ। ବାଲେଶ୍ବର ଗସ୍ତ କରିବେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଭଦ୍ରକ ଗସ୍ତ କରିବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଯାଜପୁର ଗସ୍ତ କରିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ। ୩ ଜିଲ୍ଲା ପାଇଁ ୩ଟି ଷ୍ଟେଟ୍ ରାପିଡ୍ ରେସ୍‌ପନ୍ସ ଟିମ୍ ଗଠିତ ହୋଇଛି। SCB ମେଡିକାଲର ଟେକ୍‌ନିକାଲ ଟିମ୍ ଯାଜପୁର ଗସ୍ତ କରିବ, ବାଲେଶ୍ବର ଓ ଭଦ୍ରକ ଯିବ ଫକୀର ମୋହନ ମେଡିକାଲ କଲେଜ ଟିମ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.