Home ଓଡ଼ିଶା ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

172

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଜିଲ୍ଲାରେ ରାଜ୍ୟ ଓ ଜାତୀୟ ଖାଦ୍ୟସୁରକ୍ଷା ଯୋଜନା ଅନ୍ତର୍ଗତ ୩ଲକ୍ଷ ୪୩ହଜାର ୬ଟି ପରିବାରକୁ ୧ଲକ୍ଷ ୭୨ହଜାର ୧୩୩କ୍ୱିଟାଂଲ ଚାଉଳ ବଂଟନ କରାଯାଇଥିବାବେଳେ ୩ଲକ୍ଷ ୭୮ହଜାର ୬୮୧ଟି ପରିବାରକୁ ପ୍ରତ୍ୟେକ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ୧ଲକ୍ଷ ୯୧ହଜାର ୬୮୨ଜଣ ହିତାଧିକାରୀଙ୍କୁ ୩୯କୋଟି ୪୬ଲକ୍ଷ ୫୬ହଜାର ୫୦୦ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିଭଳି ୨୦୬୨ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ଲକ୍ଷ ୩୮ହଜାର ୪୪୫ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୨୭୮୭ଜଣ ରାସ୍ତାକଡ ବେପାରୀଙ୍କୁ ପ୍ରତ୍ୟେକ ୩ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୫୨ହଜାର ୪୦୨ଜଣ ପଂଜିକୃତ୍ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଦେଢହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.