ବର୍ଷା ଉଜାଡ଼ିଲା ବର୍ଷକ ଅମଳ

ନୟାଗଡ଼ ତା ୨୦/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)ଚାଷୀଙ୍କ ପିଛା ଛାଡୁନି ବିପତି । ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀ ଅଖିରେ ଲୁହ ଭରି ଦେଇଛି । ଚକଡା ଓ ମାଣ୍ଡିଆ ମୁଣ୍ଡି ପୋକ ପରେ ଏବେ ଲଘୁଚାପ ବର୍ଷା ଚାଷୀ କୁଳର ଲୁଟି ନେଇଛି ବର୍ଷ ଯାକର ଉର୍ପାଜିତ ସମ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଳକର ରାଜସୁନାଖଳା ,ନରେନ୍ଦପୁର,କାସନ୍ଦା ,ସୁର୍କାବାଡି ,ତାଳକଣି ,ବୃନ୍ଦାବନପୁର ,ଲୋଧାଚୁଆ ,ଖଇରପଲ୍ଲି . କୁଳାସର ଓ ଅନ୍ୟ ସମସ୍ତ ଗ୍ରାାମପଂଚାୟତରେ ଦେଖିବାକୁ ମିଳିଛି ଚାଷୀମାନଙ୍କର ଦୟନୀୟ ଅବସ୍ଥା । ଚଳିତ ଲଘୁଚାପକୁ ଲକ୍ଷ୍ୟ କରି ପାଚିଲା ଧାନ କାଟି ଖଳାକୁ ଆଣିବା ପାଇଁ ବହୁ ଚାଷୀ ଚେଷ୍ଟା…

"ବର୍ଷା ଉଜାଡ଼ିଲା ବର୍ଷକ ଅମଳ"

କୃଷି ବିଭାଗର କ୍ଷେତ୍ର ପରିଦର୍ଶନ, ଚାଷୀ ଗଜା ଧାନ ଦେଖାଇଲେ

ନୟାଗଡ଼, ୧୮ା୧୧:(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଧାନ ଫସଲକୁ ଦେଖିବା ପାଇଁ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତ କଂଚନବିଲି ଗ୍ରାମରେ ଏକର ଏକର ଧାନ ଫସଲ ଉଜୁଡ଼ି ପଡ଼ିଥିବାବେଳେ କ୍ଷେତ୍ର ପରିଦର୍ଶକମାନେ ପହଂଚି ଚାଷୀଙ୍କ ଧାନକ୍ଷେତ ବୁଲି ଦେଖିଥିଲେ। ଶହେରୁ ଅଧିକ ଚାଷୀମାନଙ୍କ ଧାନ ଫସଲ ପାଣିରେ ବୁଡ଼ି ରହିଥିବାବେଳେ ନଷ୍ଟ ହୋଇଥିବା ଧାନ କ୍ଷେତକୁ ଦେଖି ହତୋତ୍ସାହିତ ହୋଇଯାଇଥିଲେ। ଚାଷୀମାନେ କାନ୍ଦ କାନ୍ଦ ହୋଇ କ୍ଷେତ୍ର ପରିଦର୍ଶକମାନଙ୍କୁ ଗଜା ଧାନ ଦେଖାଇଥିଲେ। ଆମକୁ ଏ ବିପଦରୁ ଉଦ୍ଧାର କର ବୋଲି କାକୁତି ମିନତୀ ହୋଇ ଚାଷୀମାନେ ଦୁଃଖ ଜଣାଇବା ସହିତ…

"କୃଷି ବିଭାଗର କ୍ଷେତ୍ର ପରିଦର୍ଶନ, ଚାଷୀ ଗଜା ଧାନ ଦେଖାଇଲେ"

ଜନତା ହାଇସ୍କୁଲରେ ପାଳିତ ହେଲା ଶିଶୁ ଦିବସ

ନୟାଗଡ଼ ତା ୧୪/୧୧ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରା.ପର ଜନତା ହାଇସ୍କୁଲ ପରିସରରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ପଂଚାୟତ ସ୍ତରୀୟ ଶିଶୁଦିବସ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କୁଳାସର ପଂଚାୟତ ଅଧିନ ସମସ୍ତ ପ୍ରାଥମିକ ବିଦ୍ୟାଳୟ , ନୋଡାଲ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ସମସ୍ତ ଛାତ୍ରଛାତ୍ରୀ ଏହି ପଂଚାୟତ ସ୍ତରୀୟ ଶିଶୁଦିବସ ପାଳନ କରିଥିଲେ । ବୈଦୁତିକ ଗଣମାଧ୍ୟମ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏବଂ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ…

"ଜନତା ହାଇସ୍କୁଲରେ ପାଳିତ ହେଲା ଶିଶୁ ଦିବସ"

ସମବାୟ ଦିବସକୁ କଳାଦିବସ ରୂପେ ପାଳିତ

ବୋଲଗଡ ତା ୧୪/୧୧ (ଓଡ଼ିଆ ପୁଅ/ଜୟେନ୍ଦ୍ନ ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ୨୨ଟି କୃଷି ସମବାୟ ସମିତି ର ସମସ୍ତ କର୍ମଚାରୀମାନେ ସଂଘର ସଂପାଦକ ବସନ୍ତ କୁମାର ନାୟକ ଓ ଉପସଭାପତି ଜନାର୍ଦନ ମାର୍ଥାଙ୍କ ଆବାହକତ୍ୱରେ ମଙ୍ଗଳବାରଦିନ ସମବାୟ ଦିବସକୁ କଳାଦିବସ ରୂପେ ପାଳନ କରିଅଛନ୍ତି । ଗତ ୩୦ତାରିଖ ଠାରୁ ବୋଲଗଡ ବ୍ଲକର ୨୨ଟି କୃଷି ସମବାୟ ସମିତି ର ସମସ୍ତ କର୍ମଚାରୀମାନେ ୫ଦଫା ଦାବିନେଇ ଅନର୍ଦିଷ୍ଟ କାଳପର୍ଯ୍ୟନ୍ତ ଗଣଧାରଣା ଦେଇଅଛନ୍ତି । ଫଳରେ ସମସ୍ତ ଚାଷୀ ଓ ବ୍ୟାଙ୍କଗ୍ରାହାକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ରାଜ୍ୟସରକାରଙ୍କ ସମବାୟ ବିଭାଗ, ସମବାୟ ମନ୍ତ୍ରୀ ଓ ସମବାୟ ସଚିବ ସମବାୟ ସମିତିର…

"ସମବାୟ ଦିବସକୁ କଳାଦିବସ ରୂପେ ପାଳିତ"

ବୋଲଗଡ଼ରେ ପାଳିତ ହେଲା ଶିଶୁଦିବସ

ଖୋର୍ଦ୍ଧା.ବୋଲଗଡ ତା ୧୪/୧୧ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବୋଲଗଡ ବ୍ଲକର ୧୯ଟି ଗ୍ରା.ପରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପବିତ୍ର ଶିଶୁଦିବସ ମହାଆଡମ୍ବର ସହକାରେ ଆଜି ପାଳିତ ହୋଇଅଛି । ବୋଲଗଡ ସ୍ଥିତ ସରକାରୀ ବାମନ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ ପ୍ରଧାନ ଶିକ୍ଷକ ମାଗୁଣୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ମୁଖ୍ୟବକ୍ତାଭାବେ ବି.ଡି.ଓ ସୁଧାକର ନାୟକ ଓ ସମ୍ମାନୀତ ଅତିଥିଭାବେ ବ୍ଲକ ଶିକ୍ଷାଅଧିକାରୀ ବିଭୁତି ଭୁଷଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଗୋପାଳ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ…

"ବୋଲଗଡ଼ରେ ପାଳିତ ହେଲା ଶିଶୁଦିବସ"

ୟୁନିକ ଅନୁଶିକ୍ଷଣ କେନ୍ଦ୍ରରେ ପାଳିତ ହେଲା ଶିଶୁଦିବସ

ନୟାଗଡ଼. (ଓଡ଼ିଆ ପୁଅ/ ଜୟେନ୍ଦ୍ର ବେହେରା) ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହାନ ନେତା,ଜନନାୟକ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷାବ୍ଳକ ଅନ୍ତର୍ଗତ ରାଜସୁନାଖଳା ୟୁନିକ ଅନୁଶିକ୍ଷଣ କେନ୍ଦ୍ରରେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ…

"ୟୁନିକ ଅନୁଶିକ୍ଷଣ କେନ୍ଦ୍ରରେ ପାଳିତ ହେଲା ଶିଶୁଦିବସ"

କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେ଼ମିକରେ ପାଳିତ ହେଲା ଶିଶୁ ଦିବସ

ନୟାଗଡ଼. (ଓଡ଼ିଆ ପୁଅ/ ଜୟେନ୍ଦ୍ର ବେହେରା) ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହାନ ନେତା,ଜନନାୟକ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷାବ୍ଳକ ଅନ୍ତର୍ଗତ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେ଼ମିକ ରେ ପ୍ରଧାନ ଶିକ୍ଷକ…

"କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେ଼ମିକରେ ପାଳିତ ହେଲା ଶିଶୁ ଦିବସ"

ବିଜେପିର ଦୁର୍ନୀତି ବିରୋଧୀ ରାଲି ‘ବିଜେଡି ହେଉଛି ଚାଷୀ ହତ୍ୟାକାରୀ ଓ ଭ୍ରଷ୍ଟାଚାରୀ ସରକାର’

ନୟାଗଡ଼ .ରଣପୁର୧୩/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ବିଜେପି ମଣ୍ଡଳ ତରଫରୁ ସୋମବାର ଦିନ ଏକ ବିଜେଡି ସରକାର ବିରୁଧରେ ଦୁର୍ନୀତି ବିରୋଧୀ ରାଲି ସହିତ ବିଜେପି ସାଧାରଣ ସଭା ରାଜସୁନାଖଳା ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସୁରମା ପାଢୀଙ୍କ ନେତୃତ୍ୱରେ ଓ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସଂଯୋଜନାରେ ଏହି ରା଼ର୍ଲି ରାଜସୁନାଖଳାର ବଡକୁମାରୀ ଛକ ପେଟ୍ରଲ ପମ୍ପଠାରୁ ଆରମ୍ଭ ହୋଇ ତ୍ରିନାଥ ବଜାର, ଗଣେଶ ବଜାର ଓ ଦୁର୍ଗା ବଜାର ଦେଇ ନେଳିଆସ୍ଥିତ ଦକ୍ଷିଣକାଳୀ ସମ୍ମୁଖରେ ପହଁଚିଥିଲା। ଏହି ରାର୍ଲିରେ ବିଜେପିର ଶତାଧିକ ପୁରୁଷ ଓ ମହିଳା…

"ବିଜେପିର ଦୁର୍ନୀତି ବିରୋଧୀ ରାଲି ‘ବିଜେଡି ହେଉଛି ଚାଷୀ ହତ୍ୟାକାରୀ ଓ ଭ୍ରଷ୍ଟାଚାରୀ ସରକାର’"

ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ବିଧାୟକଙ୍କ ଶିଳ୍ୟାନ୍ୟାସ

ନୟାଗଡ଼ .ରଣପୁର ୦୩/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ୬ଟି ପ୍ରକଳ୍ପକୁ ଶିଳ୍ୟାନ୍ୟାସ ଓ ଶୁଭ ଉଦ୍ଘାଟନ କରାଯାଇଛି। ଘଟଣା ସ୍ଥଳରୁ ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ବିଧାୟକ ରବି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବିନୋଦପଡାସ୍ଥତ ମା ଦକ୍ଷିଣକାଳୀଙ୍କ ପୀଠରେ ଶତାଧିକ ମହିଳା ଓ ପୁରୁଷ କର୍ମୀମାନଙ୍କ ଗହଣରେ ଦିଲ୍ଲୀ ଏମ୍ସରେ ଚିକିସିତ ଜଗା ବଳିଆଙ୍କ ଆରୋଗ୍ୟ କାମନା କରି ସମୁହ ଦ୍ୱୀପ ଦାନ କରିଥିଲେ । ପରେ କର୍ମୀମାନଙ୍କ ଗହଣରୁ ୩୯ ଲକ୍ଷ ବ୍ୟୟରେ ବିନୋଦପଡାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ…

"ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ବିଧାୟକଙ୍କ ଶିଳ୍ୟାନ୍ୟାସ"

ବିଜେପି ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ

ଖୋର୍ଦ୍ଧା.ବୋଲଗଡ଼ 8/11 ( ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା ) ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଥିଲା ବେଳେ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ଓ ସଚେତନତା ସଭା ବୁଧବାର ବାଙ୍କେଇ ମେଡିକାଲ ଛକଠାରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ କଚେରବରିଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା |ମଣ୍ଡଳ ସଭାପତି ସୁବାସଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ସୁବାସ ଜେନା.ଉପସଭାପତି ରୁଦ୍ରନାରାୟଣ ବାହୀନପତି ପ୍ରମୁଖ ବିଜେଡି ର ଦୁର୍ନୀତି ବିରେଧରେ ତୀବ୍ର ସମାଲୋଚନା କରିଥିଲେ |ବାଙ୍କେଇ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା .ଶିକ୍ଷାବ୍ୟବସ୍ତା .ସ୍ୱାସ୍ଥ୍ୟସେବା…

"ବିଜେପି ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ"