Home ଜିଲ୍ଲା ପରିକ୍ରମା ମର୍ମନ୍ତୁଦ ଦୁର୍ଘଟଣାରୁ ଉଦ୍ଧାରକାରୀ ୮ଜଣଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ

ମର୍ମନ୍ତୁଦ ଦୁର୍ଘଟଣାରୁ ଉଦ୍ଧାରକାରୀ ୮ଜଣଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ

51

ନୟାଗଡ଼, ୧୭/୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜିଲାପାଳ ରବିନ୍ଦ୍ର ନାଥ ସାହୁ ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି ଯୋଗଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା କରିଥିଲେ। ଏହି ଅବସରରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାର ଉଦ୍ଧାର କାରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ୮ଜଣଙ୍କୁ ଜଣପିଛା ୨ହଜାର ଟଙ୍କା ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.