Home ଓଡ଼ିଶା ନୟାଗଡ଼ : ବଡ଼ ଭଉଣୀଙ୍କୁ ମେଡିକାଲରେ ଦେଖିବାକୁ ଯାଇ ସାନଭଉଣୀର ଗାଡ଼ି ଧକ୍କାରେ ମୃତ୍ୟୁ

ନୟାଗଡ଼ : ବଡ଼ ଭଉଣୀଙ୍କୁ ମେଡିକାଲରେ ଦେଖିବାକୁ ଯାଇ ସାନଭଉଣୀର ଗାଡ଼ି ଧକ୍କାରେ ମୃତ୍ୟୁ

53

ନୟାଗଡ଼, ୬ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବୃନ୍ଦାବନପୁର ଛକ ଠାରେ ଏକ ପିକ୍ଅପ ଭ୍ୟାନ ଗାଡ଼ି ଧକ୍କାରେ ଜଣେ ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ମୃତ ନାବାଳିକା କନ୍ୟାର ପିତା ଗୁରୁତର ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣାକ୍ରମେ ବିରୁଡ଼ା ପଂଚାୟତ ବରକୋଳିପାଟଣା ଗ୍ରାମର ଧୃବଚରଣ ସାହୁଙ୍କ ବଡ଼ଝିଅ ଅସୁସ୍ଥତା କାରଣରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ବଡ଼ଝିଅକୁ ଦେଖିବା ପାଇଁ ପିତା ଧୃବ ସାନଝିଅ ଲଭ୍ଲି(୪)କୁ ସାଥିରେ ନେଇ ମେଡିକାଲକୁ ଯାଇଥିଲେ। ମେଡିକାଲରୁ ଧୃବ ସାନଝିଅ ଲଭ୍ଲିକୁ ମୋଟରସାଇକେଲରେ ବସାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସେମାନେ ବୃନ୍ଦାବନପୁର ଛକରେ ପହଂଚିବା ସମୟରେ ଏକ ପିକ୍ଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲାବେଳେ ଡାକ୍ତର ଲଭ୍ଲିକୁ ମୃତ ଘୋଷଣା କରିଥିଲେ। ପିତା ଧୃବଚରଣଙ୍କ ଅବସ୍ଥା ଗୁରୁତର ଥିଲାବେଳେ ନାବାଳିକାର ମୃତଦେହ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ବଡ଼ ଭଉଣିକୁ ଦେଖିବାକୁ ଯାଇ ସାନଭଉଣୀର ମୃତ୍ୟୁ ହେବାକୁ ନେଇ ବରକୋଳିପାଟଣା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.