Home ଖେଳ ନୟାଗଡ଼ କପ୍-୨୦୨୨ ଦ୍ୱିତୀୟ ସେମିଫାଇନାଲ କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବ ୭୩ରନରେ ବିଜୟୀ

ନୟାଗଡ଼ କପ୍-୨୦୨୨ ଦ୍ୱିତୀୟ ସେମିଫାଇନାଲ କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବ ୭୩ରନରେ ବିଜୟୀ

21

ନୟାଗଡ଼, ୬/୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଦୁଇ ପ୍ରତିଦ୍ୱନ୍ଦୀ ନୟାଗଡ଼ କ୍ରିକେଟେ ଆସୋସିଏସନ୍ ଓ କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପରିଷଦ କ୍ଷୀରୋଦ କୁମାର ମହାପାତ୍ର, ୟୁନିଟେକ୍ କଲେଜର ନିର୍ଦ୍ଦେଶକ ପ୍ରଦୀପ ପୃଷ୍ଟି, ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ପ୍ରଥମେ ଟସ୍ ଜିତି ବିପକ୍ଷ ଦଳ ୟୁନିଅନ୍ ସ୍ପୋର୍ଟିଂ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବର ରାଜିବ ଲୋଚନ ସାହୁ ଓ ଜ୍ୟୋତିରଂନଜ ଓପନିଂ କରିଥିଲେ। ୟୁନିଅନ୍ ସ୍ପୋର୍ଟିଂ ୧୦ ରନ୍ କରିଥିବା ବେଳେ ଦିନା ଦାସ ବଲରେ ଜ୍ୟୋତିରଂଜନ ଏଲବିଡବ୍ଲ୍ୟୁରେ ଆଉଟ ହୋଇ ପ୍ୟାଭେଲିୟନ୍ ଫେରିଥିଲେ। କଟକ ୟୁନିଅନ୍ ସ୍ପୋର୍ଟିଂ ଓପନର ବ୍ୟାଟ୍ସମ୍ୟାନ୍ ରାଜିବ ଲୋଚନ ଓ ପଙ୍କଜ ସେନାପତି ଧୂଆଁଧାର ବ୍ୟାଟିଂ କରି ଦଳର ରନ୍ ସ୍କୋର ବଢାଇଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ୬ଟି ୱିକେଟ୍ ହରାଇ ୧୬୧ରନ୍ କରିଥିଲେ। ଦଳପକ୍ଷରୁ ରାଜୀବ ଲୋଚନ ସାହୁ ୫୨ଟି ବଲ ସମ୍ମୁଖୀନ ହୋଇ ୯ଟି ଚୌକା ଓ ୧ଟି ଛକା ସହାୟତାରେ ଅର୍ଦ୍ଧଶତକ ଇଂନିସ୍ ୬୬ରନ କରି ଅପରାଜିତ ଥିଲେ। ସେହିପରି ପଙ୍କଜ ସେନାପତୀ ମଧ୍ୟ ୩୪ବଲରୁ ୩ଟି ଛକା ଓ ୧ଟି ଚୌକା ସହାୟତାରେ ୪୧ରନ୍ କରିଥିଲେ। ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଦିନା ଦାସ ଓ ଦେବାଶିଷ ବାଘ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନୟାଗଡ଼ କ୍ରିକେଟ୍ ଆସୋସିଏସନ୍ ଦ୍ୱିତୀୟ ଇଂନିସ ଆରମ୍ଭରୁ ୧୬୨ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ପ୍ରବେଶ କରିଥିଲେ। ଦଳର ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥିଲା। ଯାହାଫଳରେ ନୟାଗଡ଼ କ୍ରିକେଟ୍ ଆସୋସିଏନ୍ ୧୮.୨ଓଭରରେ ସମସ୍ତ ଓି୍ୱକେଟ୍ ହରାଇ ମାତ୍ର ୮୮ରନ କରିଥିଲେ। ଦଳ ପକ୍ଷରୁ ସଲିନ୍ ଦଳ ପକ୍ଷରୁ ସର୍ବାଧିକ ୨୪ରନ୍ କରିଥିବା ବେଳେ ଦିଲିପ ଜେନା ୨୦ରନ କରିଥିଲେ। ଟି-୨୦ ନୟାଗଡ଼ କପ୍-୨୦୨୨ ୫ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏବଂ ଏକାଧାରରେ ଦ୍ୱିତୀୟ ଇଂନିସରେ ଯେଉଁ ଦଳ ରହୁଥିଲା ବିଜୟୀ ହେଇଆସିଥିଲେ। ଆଜି ତାହା ଉପରେ ରୋକ୍ ଲଗାଇଛି ୟୁନିଅନ୍ ସ୍ପୋର୍ଟିଂ କ୍ଲବ। କଟକ ୟୁନିଅନ୍ ସ୍ପୋର୍ଟିଂ କ୍ଲବ ୭୭ରନରେ ନୟାଗଡ଼ କ୍ରିକେଟ୍ ଆସୋସିଏସନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚରେ ରାଜିବ ଲୋଚନ ସାହୁଙ୍କୁ ମ୍ୟାନ୍ ଅପ୍ ଦ ମ୍ୟାଚ ବିବେଚିତ କରାଯାଇ ଟ୍ରଫି ସହ ପୁରଷ୍କାର ପ୍ରଦାନ କରାଯାଇଛି। ଟି-୨୦ ନୟାଗଡ଼ କପ୍-୨୦୨୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ବିଭୂ ପ୍ରସାଦ ଚୌଦୁରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର, ଆଶୁତୋଷ ମିଶ୍ର ଓ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ ଧାରାବିବରଣୀ ପ୍ରଦାନ କରିଥିଲେ। ଅନଲାଇନ୍ ଓ ଅଫଲାଇନ୍ ସ୍କୋରର ସୁଶିଲ୍ କୁମାର ସୁନ୍ଦରାୟ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ଓ ନୟାଗଡ଼ କପର ସଦସ୍ୟମାନେ ସାହାର୍ଯ୍ୟ ସହଯୋଗ କରିଥିଲେ। ଆସନ୍ତାକାଲି ଏସ୍.ବି ଇଲେଭେନ ଭୁବନେଶ୍ୱର ବନାମ ୟୁନିଅନ୍ ସ୍ପୋର୍ଟିଂ କଟକ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.