Home ଜିଲ୍ଲା ପରିକ୍ରମା ନୟାଗଡ଼ ବିଜେଡ଼ିର କର୍ମୀ ସମ୍ମିଳନୀରେ ଅରୁଣ-ଅରୂପଙ୍କ ସହିତ ଇରାନି

ନୟାଗଡ଼ ବିଜେଡ଼ିର କର୍ମୀ ସମ୍ମିଳନୀରେ ଅରୁଣ-ଅରୂପଙ୍କ ସହିତ ଇରାନି

39

ନୟାଗଡ଼, ୨୮/୩ (ଓଡ଼ିଆ ପୁଅ /ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବିଧାନସଭା ମଣ୍ଡଳୀରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ଡଃ ଅରୁଣ କୁମାର ସାହୁ ଓ ପୁରୀ ଲୋକସଭା ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ଅରୂପ ପଟ୍ଟନାୟକ ଟିକେଟ ପାଇବା ପରେ ନୟାଗଡ଼ର ବିଜେଡ଼ି କର୍ମକର୍ତ୍ତାମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଜେଡ଼ିର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଡବଲ ଶଙ୍ଖ ପାଇଁ ଆହ୍ବାନ ଦିଆଯାଇଥିଲା। ରାଜନୀତି ସହ ସେବା ମୋ ଜୀବନର ଲକ୍ଷ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରୋନା ମହାମାରୀ ସମୟରୁ ‘ଓଡ଼ିଶା ମୋ ପରିବାର’ ସେବା ପାଇଁ ବଳିଷ୍ଠ ଉଦ୍ୟମ ପାଲଟିଥିବା କହିଥିଲେ। ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ ଲଢେଇ କରିବାର ସାମର୍ଥ ରଖିଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନୟାଗଡ଼ ପ୍ରତି ରହିଛି। ସବୁବେଳେ ବିକାଶକୁ ଗୁରୁତ୍ଵ ଦେଇଛନ୍ତି। ବିଜୁ ଜନତା ଦଳର ସ୍ୱାଭିମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦଳ କଥା ପଡ଼ିଲେ ଆମ କର୍ମୀ ସବୁ ମାନ ଅଭିମାନକୁ ଭୁଲି ଆଗକୁ ଚାଲି ଆସନ୍ତି। ନୟାଗଡ଼ ମାଟି ମୋ ପାଇଁ ଜୀବନ ମାଟି ବୋଲି କହିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା। କ୍ରୀଡା ଭିତ୍ତିଭୂମି ଉନ୍ନତୀ କରଣ ମୁଖ୍ୟମନ୍ତ୍ରୀ ଭିନ୍ନ ପରିକଳ୍ପନା ବୋଲି କହିଥିଲେ। ବିରୋଧୀ ଅଣୁବିକ୍ଷଣ ଯନ୍ତ୍ରରେ ଦେଖାଯିବେ ନାହିଁ ବୋଲି ବିଧାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ବ୍ଲକ ବିଜେଡ଼ି ସଭାପତି ଅଜିତ ପ୍ରସାଦ ସାହୁ, ମହିଳା ନେତ୍ରୀ ମାଳତୀ ଗୁରୁ, ପ୍ରଭାସିନୀ ନନ୍ଦ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ, ନୟାଗଡ଼ ପୌର ପରିଷଦର ୪ ଶହ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡ଼ିର ଡଃ ଅରୁଣ କୁମାର ସାହୁ ଓ ବିଜେପିର ଇରାନି ରାୟ ପରଷ୍ପର ବିରୁଦ୍ଧରେ ଲଢିଥିଲା ବେଳେ ଚଳିତ ସାଧାରଣ ନିର୍ବାଚନରେ ଇରାନି ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବାରୁ ବିଜେଡ଼ି ଅଧିକ ଶକ୍ତିଶାଳୀ ହେବ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.