Home ଖେଳ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ୍, ଜନପ୍ରତିନିଧି ଏକାଦଶ...

ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ୍, ଜନପ୍ରତିନିଧି ଏକାଦଶ ୮ୱିକେଟରେ ବିଜୟୀ

51

ନୟାଗଡ଼, ୬/୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ଏକାଦଶ ବନାମ ଜନପ୍ରତିନିଧି ଏକାଦଶ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୫ ଗୋଟି ୱିକେଟ ହରାଇ ୮୬ ରନ କରିଥିଲେ। ଜନପ୍ରତିନିଧି ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୨ ୱିକେଟ ହରାଇ ୯୧ ରନ କରି ବିଜୟ ଲାଭ କରିଥିଲା। ପ୍ରଶାସନ ଏକାଦଶ ପକ୍ଷରୁ କ୍ୟାପଟେନ ମଙ୍ଗ ସମ୍ଭାଳିଥିଲେ ନୟାଗଡ଼ ତହସିଲଦାର ଭିକାରି ସାହୁ ଅନ୍ୟ ପକ୍ଷରେ ଜନପ୍ରତିନିଧି ଏକାଦଶର ମଙ୍ଗ ସମ୍ଭାଳିଥିଲେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ। ଅମ୍ପାୟାର ଭାବେ ଦୁର୍ଗାଶଙ୍କର ଦାସ ଓ ସତ୍ୟଜିତ ମହାନ୍ତି ମ୍ୟାଚ ପରିଚାଳନା କରିଥିଲେ। ଅଧ୍ୟାପକ ଗଣେଶ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଉଭୟ ଦଳର ଖେଳାଳୀଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଞ୍ଚଳର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସୁବାଷ କଅଁର, କ୍ଷୀରୋଦ ମହାପାତ୍ର ଓ ଆଶିଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.