Home ଓଡ଼ିଶା ସର୍ବଭାରତୀୟ ଫୁଟୁଵଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୩ ଫାଇନାଲ ମ୍ୟାଚରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଚାମ୍ପିଅନ

ସର୍ବଭାରତୀୟ ଫୁଟୁଵଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୩ ଫାଇନାଲ ମ୍ୟାଚରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଚାମ୍ପିଅନ

39

ନୟାଗଡ଼, ୧୪/୧ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଅନୁଷ୍ଠିତ ପ୍ରାୟ ୩୫ ହଜାର ଦର୍ଶକ ଏବଂ ୧୪୦୦ ଛାତ୍ର -ଛାତ୍ରୀଙ୍କୁ ନେଇ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ସର୍ବଭାରତୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଦଳ କେରଳକୁ ୪-୨ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି। ୭୮୬ ୟୁଥ୍ କ୍ଲବ ସିନ୍ଦୁରିଆ ଏବଂ ନୟାଗଡ କ୍ଲବ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଫାଇନାଲ୍ ଖେଳରେ ଜଗା ୟୁନାଇଟେଡ୍ ଭୁବନେଶ୍ବର ଓ କେରଳ ପରସ୍ପରକୁ ଭେଟି ଥିଲେ। ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନଗରପାଳିକା ନିରୂପମା ଖଟେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲାବେଳେ

୭୮୬ କମିଟି ର ସଭାପତି ଶେଖ ଯୁସୁଫ୍,, ନୟାଗଡ କ୍ଲବ ସଭାପତି ରବୀନ୍ଦ୍ର କୁମାର ସାହୁ ହାଜରତ୍ ଅଲ୍ଲି ଖାନ, କାର୍ଯ୍ୟକାରୀ ସଭାପତି ଏସକେ ନାଇମୁ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଫେସର୍ ଆଶୁତୋଷ ମିଶ୍ର ଓ ଶେଖ ଅବଦୁଲ ଖାଲିକ, ଭାଗିରଥି ପାତ୍ର ଧାରା ବିବରଣି ଦେଇଥିଲେ। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଖେଳ ଚିତ୍ତାକର୍ଷକ ଥିଲାବେଳେ ଜଗା ୟୁନାଇଟେଡ୍ ଭୁବନେଶ୍ବର କେରଳକୁ ହରାଇ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିଆନ ଟ୍ରଫି ଏବଂ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ। ବିଜୟୀ ଦଳର ୩ ନମ୍ବର ଖେଳାଳି ଆଣ୍ଡ୍ରୋ ୨ ଟି ଗୋଲ ଏବଂ ୧୦ ନମ୍ବର ଉଇଲସନ୍ ୨ ଟି ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ। ଭୁବନେଶ୍ୱରର ୧୦ ନମ୍ବର ଖେଳାଳି ଉଇଲସନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ କେରଳ ଦଳର ୨୫ ନମ୍ବର ଖେଳାଳି ଅମନ ମ୍ୟାଚ୍ ଅଫ୍ ଦି ସିରିଜ୍ ହୋଇଥିଲେ। ରେଫରୀ ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲାବେଳେ ଅଶୋକ କହ୍ନର, ଶଶିକାନ୍ତ ଦଳେଇ, ଓ ଜ୍ୟୋତି ରଞ୍ଜନ ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ। ମ୍ୟାଚ୍ କମିଶନର ଆଲୋକ କୁମାର ଦାସ ଏବଂ ଜୁରୀ କମିଟି ର ମୁଖ୍ୟ ଭାବେ ୭୮୬ ୟୁଥ୍ କ୍ଲବ ର ସାଧାରଣ ସମ୍ପାଦକ ଅନୱାର୍ ଅଲ୍ଲି ପ୍ରମୁଖ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.