Home ଓଡ଼ିଶା ରାଇସ୍ ମିଲର ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ

ରାଇସ୍ ମିଲର ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ

76

ନୟାଗଡ଼, ୧୬/୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ରୋହୀବାଙ୍କ ଠାରେ ଥିବା ମା ମଙ୍ଗଳା ରାଇସ ମିଲର ଚାଉଳ ବସ୍ତା ତଳେ ଚାପିହୋଇ ଦୁଇ ଜଣ ଯୁବ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ, ପ୍ରମୋଦ ମହାରଣା ଓ ରାମେଶ୍ଵର ଦେହୁରୀ। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲା ତିରିସିଙ୍ଗ୍ ଏବଂ କଟକ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବୋଲି ଜଣାପଡିଛି। ଘଟଣା ସ୍ଥଳରୁ ଦୁଇ ଶ୍ରମିକଙ୍କୁ ଓଡ଼ଗାଁ ମେଡ଼ିକାଲ ଅଣାଯାଇଥିବାରୁ ପୋଲିସ ଦୁଇ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ମେଡ଼ିକାଲ ରଖିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦୁଇ ଶ୍ରମିକ ମିଲରେ କାମ କରୁଥିବା ବେଳେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ଏସବୁକୁ ନେଇ ମିଲର ମାଲିକ ଏବଂ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ପୋଲିସ ପଚରାଉଚରା କରିଛି। ମୃତକ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଓଡ଼ଗାଁ ଥାନାରେ ମିଲ ମାଲିକଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡିଛି। ଜିଲ୍ଲାପାଳ ଘଟଣାର ଅଧିକ ତଦନ୍ତ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଜିଏମ୍ ଡିଆସି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଇସ୍ ମିଲ୍ ଓ ବୟେଲର ଲାଇସେନ୍ସ ବୈଧ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ମୃତ ଶ୍ରମିକ ମାନଙ୍କ ପରିବାରକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଆକଳନ ଅନୁସାରେ ଅନୁକମ୍ପା ରାଶି ମିଲମାଲିକ ଜିଲ୍ଲା ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ଦାଖଲ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.