Home ଓଡ଼ିଶା ନୟାଗଡ଼ରୁ ଧାନ କିଣିବା ପାଇଁ ସମ୍ବଲପୁରରୁ ୫ ମିଲର ଆସିଲେ

ନୟାଗଡ଼ରୁ ଧାନ କିଣିବା ପାଇଁ ସମ୍ବଲପୁରରୁ ୫ ମିଲର ଆସିଲେ

45

ନୟାଗଡ଼, ୧୬/୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ଧାନକିଣା ସ୍ବାଭାବିକ ହେଉଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ୨ଲକ୍ଷ ୫୬ହଜାର ୯୯୯ କ୍ଵିଣ୍ଟାଲ ଧାନ କିଣା ଯାଇଥିବା ଜଣାପଡିଛି। ଜିଲ୍ଲାରେ ୧୬୭ମଣ୍ଡି ମଧ୍ୟରୁ କେତେକ ସ୍ଥାନରେ ଧାନ ଆଦୌ କିଣା ଯାଇଥିବା ନଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଧାନ କିଣା ସ୍ବାଭାବିକ ଅବସ୍ଥାକୁ ଫେରିଛି। ନୟାଗଡ଼ ଜିଲ୍ଲାର ୧୭ଜଣ ମିଲର ଧାନ କିଣିବାକୁ ସାମିଲ୍ ହୋଇଥିବା ବେଳେ ଏହାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ନୟାଗଡ଼ ଜିଲ୍ଲାକୁ ସମ୍ବଲପୁରର ୨୦ଜଣ ମିଲର ଆସିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ସୋମବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମଧ୍ୟରୁ ୫ଜଣ ମିଲର ନୟାଗଡ଼ରୁ ଧାନ କିଣିବା ପାଇଁ ଚୁକ୍ତିବଦ୍ଧ ହୋଇ ସିକ୍ୟୁରିଟ୍ ଟଙ୍କା ଓ ଆବଶ୍ୟକ କାଗଜପତ୍ର ଜମା କରିଛନ୍ତି। ସୂଚନାମତେ ଜିଲ୍ଲାରେ ୧୬୭ ମଣ୍ଡି ମଧ୍ୟରୁ ୧୪ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ସମ୍ବଲପୁର ମିଲର ୫ ଲକ୍ଷ କ୍ଵିଣ୍ଟାଲ ଧାନ କିଣିବା ପାଇଁ ସ୍ଥିରୀକୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.