Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ୫ ରୁ ଉଦ୍ୟୋଗୀ ସପ୍ତାହ ୨୦୨୩ – ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସମ୍ବନ୍ଧୀୟ...

ନୟାଗଡ଼ରେ ୫ ରୁ ଉଦ୍ୟୋଗୀ ସପ୍ତାହ ୨୦୨୩ – ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସମ୍ବନ୍ଧୀୟ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ

36

ନୟାଗଡ଼, ୩/୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଔଦ୍ୟୋଗିକ ସପ୍ତାହ ୨୦୨୩ ର ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏ ଡି ମ, ସୁବାସ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସଦ୍‌ଭାବନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡି.ଆଇ.ସି ର ସାଧାରଣ ପରିଚାଳକ ପ୍ରଣବ କୁମାର ନାୟକ ଔଦ୍ୟୋଗିକ ସପ୍ତାହ ୨୦୨୩ ର ପରିଚାଳନା ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହା ନୟାଗଡ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ୫/୩/୨୩ ଠାରୁ ୯/୩/୨୩ ପାର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଜିଲ୍ଲାର ଅଣୁ କ୍ଷୁଦ୍ର ମଧ୍ୟ ସମ୍ବନ୍ଧୀୟ ପ୍ରଦର୍ଶନୀ ହେବାକୁ ଯାଉଛି। ଏଥିରେ ୬୦ ଟି ଷ୍ଟଲ ରେ ଅଂଶଗ୍ରହଣ ସହ ଜିଲ୍ଲା ଶିଳ୍ପକେନ୍ଦ୍ର ନୟାଗଡ ଦ୍ୱାରା ସରକାରଙ୍କର ବିଭିନ୍ନ ନୀତି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ରାତ୍ରୀମାନଙ୍କ ପାଇଁ ଉଦ୍ୟୋଗୀକତା ଉପରେ ସଚେତନତା କାର୍ଯ୍ୟକ୍ରମ, ଜିଲ୍ଲା ସିଳ୍ପକେନ୍ଦ୍ର ନୟାଗଡ଼ ଦ୍ଵାରା ମହିଳାମାନଙ୍କ ପାଇଁ ଉଦ୍ୟୋଗର ସୁଯୋଗ ତଥା ମହିଳା ସଶକ୍ତିକରଣ ଉପରେ ଆଲୋଚନା ଚକ୍ର ବିଭିନ୍ନ ଦିନରେ ଅନୁଷ୍ଠିତ ହେବ ବୋଲି ଡି.ଆଇ.ସି ର ସାଧାରଣ ପରିଚାଳକ ପ୍ରଣବ କୁମାର ନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.