Home ଜିଲ୍ଲା ପରିକ୍ରମା ନୟାଗଡ଼ : ୨୦ଟି ନିଜସ୍ବ ଗୃହ ଓ ୧୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ଶୌଚାଳୟ

ନୟାଗଡ଼ : ୨୦ଟି ନିଜସ୍ବ ଗୃହ ଓ ୧୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ଶୌଚାଳୟ

64

ନୟାଗଡ଼, ୫/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ତ୍ଵାବଧାନରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଯତ୍ନ ସହ ଭିଟାମିନ ବଟିକା, ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା, ଗର୍ଭବତୀଙ୍କୁ ଲୌହ ବଟିକା ଓ ଆବଶ୍ୟକ ପରାମର୍ଶ ସହ ପ୍ରାକ୍ ବିଦ୍ୟାଳୟରେ ୩ ରୁ ୬ବର୍ଷ ଶିଶୁଙ୍କୁ ଶିକ୍ଷାଦାନ କରାଯାଇଥାଏ। ତେବେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ରେ ମୋଟ ୨୨ ଟି ପଞ୍ଚାୟତରେ ୧୬୮ ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକ ମଧ୍ୟରୁ ୧୧୩ଟି କେନ୍ଦ୍ରର ନିଜସ୍ଵ ଗୃହ ରହିଛି। ବାକି ୫୫ଟି କେନ୍ଦ୍ରରେ ନିଜସ୍ବ ଗୃହ ନଥିବାରୁ ୨୭ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟରେ ୨୦ଟି କମ୍ୟୁନିଟି ଘରେ, ଗୋଟିଏ ଭଡ଼ା ଘରେ ଚାଲିଥିବା ନୂଆଗାଁ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏଥିସହିତ ଏଗୁଡିକୁ ବାଦ୍ ଦେଲେ ୧୭ଟି କେନ୍ଦ୍ରରେ ପାଇଖାନା ବ୍ୟବସ୍ଥା ନାହିଁ। ୫୫ଟି ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ବ ଗୃହ ନଥିବାରୁ ଛୋଟ ପିଲାଙ୍କ ପାଠପଢାରେ ଅସୁବିଧା ସୃଷ୍ଟି ହେବା ସହ କେନ୍ଦ୍ରରୁ ଆସୁଥିବା ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କେତେକ ଅଙ୍ଗନବାଡି ସହାୟିକା କହିଛନ୍ତି।

ଏସବୁ ସମସ୍ୟା ଭିତରେ ଶିଶୁମାନଙ୍କ ପ୍ରାକ୍ ଶିକ୍ଷା କେମିତି ଚାଲିଥିବ ତାହା ସ୍ପଷ୍ଟ ଜଣାପଡୁଛି। ସରକାରଙ୍କ ଆର୍ଥିକ ଅନୁଦାନରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇଥାଏ। ହେଲେ ନୂଆଗାଁ ବ୍ଲକରେ ଅଧାପନ୍ତରିଆ ଭାବେ ପଡିରହିଥିବା ମାତ୍ରାଧିକ ଅଙ୍ଗନବାଡିର ସହାୟିକା ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ କିଭଳି ପୂର୍ଣାଙ୍ଗ ହେବା ସହ ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା ସାଧାରଣ ସ୍ତରରେ କିଭଳି ସଫଳ ରୂପାୟନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ସେହିପରି ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଂଚାୟତର ଫାମ୍ପୁଣୀ ଗ୍ରାମରେ ଦିର୍ଘଦିନ ହେବ ଅଧାପନ୍ତରିଆ ହୋଇ ଅଙ୍ଗନବାଡ଼ି କେନ୍ଦ୍ର ପଡିରହିଥିବା ହେତୁ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କାମରେ ଆସୁନାହିଁ ଫଳରେ ଗଛମୂଳେ କିମ୍ବା ନିକଟସ୍ଥ ବିଦ୍ୟାଳୟରେ କାର୍ଯ୍ୟ ଚାଲୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.