Home ଜିଲ୍ଲା ପରିକ୍ରମା “ଆମ ପାଇଁ ବଡ଼ ଆମ ନୟାଗଡ଼”ର ସେଲଫି ପଏଣ୍ଟ ଲୋକାର୍ପିତ ଉତ୍ସବରେ ମାଟି ମଗ୍ନତାର କଥା...

“ଆମ ପାଇଁ ବଡ଼ ଆମ ନୟାଗଡ଼”ର ସେଲଫି ପଏଣ୍ଟ ଲୋକାର୍ପିତ ଉତ୍ସବରେ ମାଟି ମଗ୍ନତାର କଥା କହିଲେ ଅରୁଣ

27

ନୟାଗଡ଼, ୨୬/୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ନୟାଗଡ଼ ବିକାଶର ବାର୍ତ୍ତା ପାଲଟିଛି “ଆମ ପାଇଁ ବଡ଼ ଆମ ନୟାଗଡ଼”। ନୟାଗଡ଼ର ପୁରପଲ୍ଲୀରେ ମର୍ମେ ମର୍ମେ ଏକ ନୂତନ ଜାଗରଣ ସୃଷ୍ଟି ହୋଇପାରିଛି। ଏ ବାର୍ତ୍ତା ଖାଲି ନୟାଗଡ଼ ନୁହେଁ, ସାରା ରାଜ୍ୟରେ ପହଞ୍ଚିବା ସହିତ ଏ ସ୍ଲୋଗାନକୁ କେତେକ ଅନୁସରଣ ଓ ଅନୁକରଣ କରି ନିଜ ଅଞ୍ଚଳ ପାଇଁ ସ୍ଳୋଗାନ ତିଆରି କରି କର୍ମତତ୍ପର ହେବାରେ ବ୍ରତି ହୋଇଛନ୍ତି ବୋଲି ନୟାଗଡ଼ ତ୍ରିନାଥ ଛକ ଠାରେ ପୈ। ରପରିଷଦ ଦ୍ବାରା ଆୟୋଜିତ “ଆମପାଇଁ ବଡ଼ ଆମ ନୟାଗଡ଼”ସେଲଫି ପଏଣ୍ଟର ଲୋକାର୍ପିତ, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରୀରାମ ମନ୍ଦିର ପରିସର ପେଭର ରାସ୍ତା ନିର୍ମାଣ କାର୍ଯ୍ୟର ଉନ୍ନତି କରଣ ଉତ୍ସବରେ ଯୋଗଦେଇ ବିଧାୟକ ଡଃ ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ସେ କହିଲେଯେ ଏଥିପାଇଁ ମାଟି ମା’କୁ ପ୍ରଥମେ ଭଲ ପାଇବା ଦରକାର। ମନରେ ମାଟି ମଗ୍ନତାର ହୃଦୟତା ଆସିଲେ ସାମାଜିକ ସନ୍ତୁଳନ ଉପରେ କର୍ତ୍ତବ୍ୟବୋଧତା ରହିବ ଏବଂ ଶୃଙ୍ଖଳାଗତ ମନୋଭାବ ରହିବ ଓ ନିଜ ମନରେ ହିଂସା, ପରଶ୍ରୀକାତରତା, ବିଦ୍ୱେଷ ତ୍ୟାଗ କରି ମନରେ ଦୃଢତା ସହ ମନକୁ ବଡ଼ କରିବାର ଉନ୍ମେଷ ସୃଷ୍ଟି ହେବ। ଯାହାକି ଆମେ ସବୁ କ୍ଷେତ୍ରରେ ବଡ଼ ହୋଇପାରିଛେ ବୋଲି ଅନ୍ତତଃ ନିଜକୁ ତୃପ୍ତି ମିଳିବ ଏପରିକି ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆପଣେଇଲେ ଜୀବନରେ ଜଣେ ଜଣେ ସଫଳ ବ୍ୟକ୍ତି ହୋଇପାରିବା ଏବଂ ଏଥିପାଇଁ ଲୋକପ୍ରତିନିଧିମାନଙ୍କ ସମର୍ପିତ ମନୋଭାବ ରହିବା ଆବଶ୍ୟକ ବୋଲି ଡଃ ସାହୁ କହିଥିଲେ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ତ୍ରିନାଥ ଛକ ଠାରେ “ଆମ ପାଇଁ ବଡ଼ ଆମ ନୟାଗଡ଼”ର ଫଳକ ସ୍ବରୂପ ୧୫ ଲକ୍ଷ ଟଙ୍କାରେ ନିର୍ମିତ ଏକ ସେଲଫି ପଏଣ୍ଟ୍ ସ୍ଥାପନକୁ ବିଧାୟକ ଡଃ ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ। ଏହି ସେଲଫି ପଏଣ୍ଟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିବା ନୟାଗଡ଼ ପୈ। ରାଞ୍ଚଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପୈ। ରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.