Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା

ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା

24

ନୟାଗଡ଼, ୨୯/୫(ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଆଜି ଶେଷ ହୋଇଛି।

ଏହି ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିଥିଲା। ଏହି ଅଭିଯାନରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଦରଖାସ୍ତ ଗ୍ରହଣ କରାଯାଇ ତତ୍ ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରାଧିକରଣ ପକ୍ଷରୁ ଜଣାପଡିଛି। ଆଜି ଅନ୍ତିମ ଦିବସରେ ୯ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରେ ୫ଜଣଙ୍କୁ ଟ୍ରାଇ ସାଇକେଲ, ୩ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଜଣକୁ ଆଶା ବାଡ଼ି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଵିଶେଷ କୁମାର ସାହୁ, ସଦସ୍ୟ ମହମ୍ମଦ ଓମାର ମଲ୍ଲିକ, ଜିଲା ସାମାଜିକ ନିରାପତ୍ତା ଅଧିକାରୀ ଆଦିପତି କଅଁର ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.