Home ଜିଲ୍ଲା ପରିକ୍ରମା ନୟାଗଡ଼: ଜିଲ୍ଲାପାଳ କହିଲେ କଟନୀଛଟନୀର ଅଭିଯୋଗ ଆସିଲେ କଡ଼ା ପଦକ୍ଷେପ ନିଆଯିବ

ନୟାଗଡ଼: ଜିଲ୍ଲାପାଳ କହିଲେ କଟନୀଛଟନୀର ଅଭିଯୋଗ ଆସିଲେ କଡ଼ା ପଦକ୍ଷେପ ନିଆଯିବ

46

ନୟାଗଡ଼, ୯/୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଚଳିତବର୍ଷ ଧାନ ଭଲ ଅମଳ ହୋଇଥିଲା ବେଳେ ଚାଷୀ ଆତ୍ମ ସନ୍ତୋଷ ପାଇବ କ’ଣ, ମିଲରର ଧାନ କଟନୀ ଛଟନୀର ମନମାନିରେ ଚାଷୀ ଶୋଷଣର ଶିକାରର ହେଉଥିବା ଅଭିଯୋଗ ହେଉଛି। ଯାହାକି ଚାଷୀମାନେ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିର ମଣ୍ଡିରେ ଧାନ ଦେବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଆନ୍ଦୋଳନ ଚଳାଇଛନ୍ତି। ଯାହାକି ଜିଲ୍ଲାପାଳ ଏହାକୁ ଗମ୍ଭୀର ଭାବରେ ନେଇଛନ୍ତି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏନେଇ ମଧ୍ୟ ଉପଜିଲାପାଳଙ୍କ ନିକଟରେ ଜିଲ୍ଲା ସହ ସଂଯୋଜକ ରଞ୍ଜିତ ଦଳବେହେରା, ସହ ସଯୋଜିକା ମମତା ନାଥ ପ୍ରମୁଖ ଅବଗତ କରାଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଅଚାନକ ମଣ୍ଡିରେ ପହଞ୍ଚି ଏହାକୁ ଗୁରୁତ୍ବର ସହ ଦେଖୁଛନ୍ତି। ଗତ ଡିସେମ୍ବର ୨୩ ତାରିଖରୁ ଧାନକିଣା ଶୁଭାରମ୍ଭ ହୋଇଥିଲା ବେଳେ ଜିଲ୍ଲାରେ ୧୫୩ ପ୍ୟାକ୍ସ ଓ ୧୭ କ୍ଷୁଦ୍ର ମଣ୍ଡି ହୋଇଛି। ମାତ୍ର ମିଲରଙ୍କ ମନମାନୀ ଯୋଗୁଁ ପ୍ରାୟ ସବୁ ଜାଗାରେ ଅବ୍ୟବସ୍ଥା ସୃଷ୍ଟିହୋଇଛି। ଏଠାକାର ମିଲରଙ୍କ ମନମାନୀ ଦମନ କରିବାକୁ ଜିଲାପାଳ ରବିନ୍ଦ୍ର ନାଥ ସାହୁ ସମ୍ବଲପୁରରୁ ୨୦ ମିଲର ଆଣି ଧାନ କ୍ରୟ କରିବାକୁ ବ୍ୟବସ୍ଥା କରିଛନ୍ତି। ତେବେ ଉନ୍ନତମାନର ଧାନରେ କଟନୀ ଛଟନୀ କଲେ ଓ ଚାଷୀଙ୍କ ଅଖା ନଫେରାଇବା ଅଭିଯୋଗ ଆସିଲେ କଡ଼ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଥିଲେ। ଏଥିରେ ଜିଲାପାଳଙ୍କ ସମେତ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.