Home ଜିଲ୍ଲା ପରିକ୍ରମା ନବୀନ ଓଡ଼ିଶା ଗଠନ ପାଇଁ ଅରୁଣଙ୍କ ଶପଥ ପାଠ

ନବୀନ ଓଡ଼ିଶା ଗଠନ ପାଇଁ ଅରୁଣଙ୍କ ଶପଥ ପାଠ

82

ନୟାଗଡ଼, ୬/୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ତଥା ଭାରତର ଗର୍ବ ଓ ଗୌରବ, ମହାନ ଜନନାୟକ, ପ୍ରବାଦ ପୁରୁଷ-ଝଡର ଇଗଲ ଓଡ଼ିଶାର ବିଶ୍ଵକର୍ମା, ନିର୍ଭିକ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ସମାରୋହ ନୟାଗଡ଼ ଦୂର୍ଗା ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ପୁରୁଷ ଯୋଗଦେଇ ଥିବାବେଳେ କୋଟି କୋଟି ମଣିଷଙ୍କ ହୃଦୟରେ ଥିବା ତଥା ଓଡ଼ିଆ ଜାତିର ଅମଳିନ ବ୍ୟକ୍ତିତ୍ୱ ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ କୋଟି ଓଡ଼ିଆର ମଉଡ଼ମଣି। ନା’ ଥିଲା ତାଙ୍କର ଗର୍ବ ନା ଅହଂକାର। କ୍ଷମତାର ଲୋଭ ତାଙ୍କଠାରେ ଆଦୌ ନଥିଲା। କେବଳ ଥିଲା ଓଡ଼ିଆ ପ୍ରାଣ କଳିଙ୍ଗର ବିକାଶ। ପିତାଙ୍କ ସ୍ବପ୍ନ ପୂରଣ କରି ନୂଆ ଓଡ଼ିଶା ଗଠନ କରିବାରେ ବ୍ରତି ହୋଇ ପଞ୍ଚାୟତରାଜ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣକୁ ତାଙ୍କ ସୁପୁତ୍ର ସୃଦୃଢ଼ କରିଥିଲେ ବୋଲି ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଭଳି ଜଣେ ଯୁଗଜନ୍ମା ପୁରୁଷଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଦେବା ସହ ନବୀନ ଓଡ଼ିଶା ଗଠନ ଏବଂ ସମ୍ବିଧାନ ନୀତି ନିୟମ ତଥା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର କହର, ପୈ। ରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.