ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ଥିଲେ ନିଃସର୍ତ ବିପ୍ଳବୀ

ଭଦ୍ରକ, ୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ନିଃସର୍ତ ବିପ୍ଳବୀ ରୂପେ ଦେଶ ମାତୃକାର ସେବା ପାଇଁ ଭାରତୀୟ ମୁକ୍ତି ସଂଗ୍ରାମରେ ଗୌରାଙ୍ଗଚନ୍ଦ୍ର ମହାନ୍ତି ନିଜକୁ ଉତ୍ସର୍ଗ କରିଥିଲେ। ବା‚ାନିଧି ଚକଲାର ସଭାପତି ରୂପେ ତାଙ୍କ ଅଭିଯାନ ବିପ୍ଳବ ମୁଖର ଥିଲା ବୋଲି ସଂଗ୍ରାମୀ ଗୌରାଙ୍ଗ ସ୍ମୃତି ସନ୍ଧ୍ୟାରେ ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ମତ ପ୍ରକାଶ କରିଛନ୍ତି। ଭାଗବତ କଲ୍ୟାଣ ମଣ୍ଡପଠାରେ ଭଦ୍ରକ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କ ବିଂଶତମ ସ୍ମୃତି ସନ୍ଧ୍ୟାରେ ରାମଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ଯୁଗ୍ମ ସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଅଭୟ ଦ୍ୱିବେଦୀ ଓ…

"ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ଥିଲେ ନିଃସର୍ତ ବିପ୍ଳବୀ"

ଆନ୍ତର୍ଜାତୀୟ ମିକ୍ସ ମାର୍ସଲ ଆର୍ଟ୍ସରେ ଭଦ୍ରକର ୭ ପ୍ରତିଯୋଗୀଙ୍କୁ ସଫଳତା

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ନୂଆଦିଲ୍ଲୀର ତାଳକଟୋରା ଇଣ୍ଡୋର ଷ୍ଟାଡିୟମ୍ରେ ହୋଇଥିବା ଆର୍ନ୍ତଜାତୀୟ ମିକ୍ସ ମାର୍ସଲ ଆର୍ଟ୍ସ (କରାଟେ ଓ କିକ୍ ବକ୍ସିଂ) ଚମ୍ପିୟାନସିପ୍ରେ ଅଂଶଗ୍ରହଣ କରିଥିବା ଭଦ୍ରକର ୭ ଜଣ ପ୍ରତିଯୋଗୀ ସଫଳତା ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରେ ସବ୍ଜୁନିୟର ବାଳକ ବିଭାଗରେ ସୋମ୍ୟରଂଜନ ସେଠୀ, ସବ୍ୟସାଚୀ ବେହେରା ଓ ଅବିନାଶ ବଗାଲଙ୍କୁ ସ୍ୱର୍ଣ୍ଣପଦକ, ଅଜମଲ ଖାନ୍ଙ୍କୁ ରୌପ୍ୟ ପଦକ ମିଳିଛି। ଅନୁରୂପ ବାଳିକା ସବ୍ଜୁନିୟର ବିଭାଗରେ ମଇରୁନ୍ ଖାନୁମ୍ଙ୍କୁ ସ୍ୱର୍ଣ୍ଣପଦକ, ସିନିୟର ବିଭାଗରେ ରଘୁନାଥ ବେହେରାଙ୍କୁ ସ୍ୱର୍ଣ୍ଣପଦକ ଓ ଦୀପ୍ତିରଂଜନ ଦାସଙ୍କୁ ରୌପ୍ୟ ପଦକ ମିଳିଛି। ମାର୍ଶାଲ ଆର୍ଟ୍ସ କୋଚେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସିହାନ ହରିସ…

"ଆନ୍ତର୍ଜାତୀୟ ମିକ୍ସ ମାର୍ସଲ ଆର୍ଟ୍ସରେ ଭଦ୍ରକର ୭ ପ୍ରତିଯୋଗୀଙ୍କୁ ସଫଳତା"

ଭଦ୍ରକ ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଗାନ୍ଧିପଡିଆରେ ଚାଲିଥିବା ଭଦ୍ରକ ଜିଲ୍ଳା ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ନାଟ୍ୟକାର ବଂଶୀବଲ୍ଳଭ ଗୋସ୍ୱାମୀ ମଞ୍ଚ ଭାବେ ନାମିତ ମଞ୍ଚରେ ‘ଓଡିଆ ସାହିତ୍ୟ ଜଗତକୁ ଭଦ୍ରକର ଅବଦାନ’ ଶୀର୍ଷକ ଆଲୋଚନା କରାଯାଇଥିଲା । ଶ୍ରୀ ଘଡେଇ ତାଙ୍କ ବକ୍ତବ୍ୟରେ ଭଦ୍ରକ ମାଟିର ସନ୍ତାନ ଭାବେ ନାଟ୍ୟକାର ବଂଶୀ ବଲ୍ଳଭ ଗୋସ୍ୱାମୀ ନାଟ୍ୟ ଜଗତ ପାଇଁ ଯେଉଁ ଅବଦାନ ଦେଇଛନ୍ତି ତାହା ଚିର ସ୍ମରଣୀୟ । ସେ ସମୟର ନାଟ୍ୟ ରଚନା ଏବେକାର ନାଟ୍ୟ ରଚନା ମଧ୍ୟରେ ଅନକେ ପ୍ରଭେଦ…

"ଭଦ୍ରକ ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା"

ଭଦ୍ରକ ଲ’ କଲେଜର ବରିଷ୍ଠ କର୍ମଚାରୀ ଶରତଙ୍କ ବିୟୋଗରେ ଶୋକ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଆଇନ୍ ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ତଥା ଅପର୍ତ୍ତିବିନ୍ଧା (ଏଲଖା) ଅଂଚଳର ଜଣେ ଆଗଧାଡିର ସମାଜସେବୀ ଶରତ ଚନ୍ଦ୍ର ଜେନାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ଜେନା ଗତ କିଛିଦିନ ଧରି ଅସୁସ୍ଥ ଥିବାବେଳେ ତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଖବର ପାଇ ସ୍ଥାନୀୟ କାଉନସିଲର ହେମପ୍ରଭା ଦାସ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ବିଜେଡିର ୱାର୍ଡ ସଭାପତି ସୁକାନ୍ତ ମହାନ୍ତିଙ୍କ ସମେତ ଆଇନ୍ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ବେହେରା, ଆଇନ୍ଜୀବୀ ତଥା ଅଧ୍ୟାପକ ବନମାଳୀ ଜେନା, ସରୋଜ ସାମଲ, ରଜତ ସ୍ୱାଇଁ, ମନୋରଂଜନ ମହାନ୍ତି, ପଦ୍ମଲୋଚନ…

"ଭଦ୍ରକ ଲ’ କଲେଜର ବରିଷ୍ଠ କର୍ମଚାରୀ ଶରତଙ୍କ ବିୟୋଗରେ ଶୋକ"

୪ର୍ଥ ଭଦ୍ରକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଗଣ ଶିକ୍ଷାର ସ୍ଥିତିରେ ସୁଧାର ଉପରେ ଗୁରୁତ୍ୱ

ଭଦ୍ରକ, ୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ୪ର୍ଥ ଜିଲ୍ଲାସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସଂଧ୍ୟାରେ ମୁକ୍ୟ ଅତିଥି ଭାବରେ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ପ୍ର. ଶାନ୍ତନୁ କୁମାର ନାୟକ, ଅମୂଲ୍ୟ ରାଉତ୍, ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ ଯୋଗଦେଇଥିଲେ। ସାଧାରଣ ସଂପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ, ସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଶିଶ ଅମିତାଭ…

"୪ର୍ଥ ଭଦ୍ରକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଗଣ ଶିକ୍ଷାର ସ୍ଥିତିରେ ସୁଧାର ଉପରେ ଗୁରୁତ୍ୱ"

ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଉତ୍ତରବାହିନୀସ୍ଥିତ ସାଳନ୍ଦୀ ଜୁନିୟର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ହେମନ୍ତ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ବିଭାଗର ଉପଦେଷ୍ଟା ବରିଷ୍ଠ ଅଧ୍ୟାପକ ସଚ୍ଚିଦାନନ୍ଦ ପାଣିଗ୍ରାହୀ ଖେଳର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ। ଖେଳ ଶିକ୍ଷକ ରାଧାନାଥ ପରିଡା ପ୍ରତିଯୋଗୀମାନଙ୍କୁ ଶପଥପାଠ କରାଇ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ଦୁଇଶହ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରାଧ୍ୟାପକ ତାପସ ରଂଜନ ଲେଙ୍କା, ବିଜୟ କୁମାର ଦାସ, ମିନତୀ ରାଉତ, ରବିନ୍ଦ୍ର କୁମାର ପାଢୀ, ସୁବାଷ ଚନ୍ଦ୍ର ସାମଲ,…

"ସାଳନ୍ଦୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ"

ଭଦ୍ରକରେ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା ଉଦ୍ଘାଟିତ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଆଜି ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ରେ ‘ସେଣ୍ଟର ଫର ନେଚୁରାଲ ଏଣ୍ଡ ହୁ୍ୟମାନ ରିସୋର୍ସେସ’ ପକ୍ଷରୁ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା-୨୦୧୮ ଉଦ୍ଘାଟିତ ହୋଇଛି। ଏହି ଉତ୍ସବରେ ବାଣିଜ୍ୟମେଳାର ଉପସଭାପତି ଶୁଭେନ୍ଦୁ ରାୟମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ଆମ ରାଜ୍ୟ ଆଜି ଅର୍ଥନୈତିକ ଓ କୃଷି କ୍ଷେତ୍ରରେ ପଛୁଆ ରହିଥିବାର ସୂଚାଇ ଏବେ ଜଂଗଲ ଧ୍ୱଂସ…

"ଭଦ୍ରକରେ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା ଉଦ୍ଘାଟିତ"

ଭଦ୍ରକ-ଧାମରା ରେଳଲାଇନ୍ ପାଲଟିଛି ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ମାସିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଥାନା କର୍ତ୍ତୃପକ୍ଷ ମାଲେମାଲ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଧାମରା-ଭଦ୍ରକ ରେଳଲାଇନ୍ ପଥରେ କୋଇଲା ଚୋରା ଚାଲାଣ ବନ୍ଦ କରିବା ନେଇ ସିଏମ୍ଏସ୍ବିଡିକେସି ପକ୍ଷରୁ ଜିଲାପାଳଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ, ଧାମରା ବନ୍ଦର କର୍ତ୍ତୃପକ୍ଷ ତଥା ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୀନବନ୍ଧୁ ଜେନା, ସୁଷମା ସେଠୀ, ବିଜୟ ମୁଦୁଲି, ଗଜେନ୍ଦ୍ର ବାରିକ, ରବିନ୍ଦ୍ର ଜେନା, ସଂଜୟ ଜେନା ଓ ବଳରାମ ପଣ୍ଡା ପ୍ରମୁଖ ପ୍ରଦାନ କରିଥିବା ସ୍ମାରକପତ୍ର ମୂଳେ ଭଦ୍ରକ ଜିଲାସ୍ଥିତ ଭଦ୍ରକ-ଧାମରା ରେଳପଥ ଏବେ କୋଇଲା ଚୋରା ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି। ରାଜ୍ୟର ବିଭିନ୍ନ କଂପାନୀର ଅର୍ଡର ମୁତାବକ ବିଦେଶରୁ ଆସୁଥିବା କୋଇଲା ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନସ୍ଥ…

"ଭଦ୍ରକ-ଧାମରା ରେଳଲାଇନ୍ ପାଲଟିଛି ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ମାସିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଥାନା କର୍ତ୍ତୃପକ୍ଷ ମାଲେମାଲ"

ଭଦ୍ରକ : ବାରୋ ଗ୍ରାମ୍ୟ ଅଣଓସାରିଆ ରାସ୍ତାରୁ ମୁକ୍ତି ଦେବେ ମୁକ୍ତିକାନ୍ତ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ବାରୋ ବଜାରରୁ ବୋଡକ-ଦୋଳସାହି ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଲମ୍ବିଥିବା ପଞ୍ଚାୟତ ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ। ଏହା ଗାଁ ମଧ୍ୟ ଦେଇ ଯାଇଥିବା ବେଳେ ଗୋଟିଏ କାର ଯିବା ମଧ୍ୟ କଷ୍ଟକର ବ୍ୟାପାର। ଯଦି ମୁହାଁମୁହିଁ ଦୁଇଟି କାର ହୋଇଗଲା ତେବେ କଥା ସରିଲା। ଏଭଳି ଏକ ସମସ୍ୟାକୁ ନେଇ ଏହି ରାସ୍ତାରେ ଯାତାୟାତ କରୁଥିବା ଶହଶହ ଜନସାଧାରଣ ଜୁଝୁଥିବା ବେଳେ ଏଥିରୁ ମୁକ୍ତି ଦେବା ପାଇଁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ବିଧାୟକଙ୍କ ସମେତ ବହୁ ଲୋକ ଓ ବିଭାଗୀୟ…

"ଭଦ୍ରକ : ବାରୋ ଗ୍ରାମ୍ୟ ଅଣଓସାରିଆ ରାସ୍ତାରୁ ମୁକ୍ତି ଦେବେ ମୁକ୍ତିକାନ୍ତ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ"

ଭଦ୍ରକ : ଏକ ଲକ୍ଷ ଲୋକଙ୍କୁ ତିନି ପୁଲିସ କର୍ମଚାରୀ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ଥାନା ଅଧୀନ ପୀରହାଟ ଫାଣ୍ଡିରେ ମାତ୍ର ୩ ଜଣ ପୁଲିସ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ପୁଲିସ ବ୍ୟବସ୍ଥାରେ ଆଧୁନିକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି; ହେଲେ ଭିତ୍ତିଭୂମିର ବିକାଶ ହୋଇପାରୁନାହିଁ। ଆବଶ୍ୟକ ସଂଖ୍ୟକ ପୁଲିସ ଅଭାବରୁ ଲୋକଙ୍କୁ ମଧ୍ୟ ନ୍ୟାୟ ମିଳିପାରୁନାହିଁ। ନରେନ୍ଦ୍ରପୁର, ଯାମଜୋଡି, ରାଜନଗର, ବାମନବିନ୍ଧା, ସାହାପୁର, ଦୌଲତପୁର, ବାର୍ସର, ଗୋବିନ୍ଦପୁର ଓ ଶ୍ୟାମସୁନ୍ଦରପୁର ଆଦି ୧୦ଟି ପଞ୍ଚାୟତକୁ ନେଇ ଏହି ପୀରହାଟ ଫାଣ୍ଡି ଗଠିତ। ଏକ ହଜାର ଜନସଂଖ୍ୟା ପାଇଁ ଜଣେ ପୁଲିସର ଆବଶ୍ୟକତା ରହିଥିବା ବେଳେ ପୀରହାଟ ଫାଣ୍ଡିରେ କିନ୍ତୁ ୧ ଲକ୍ଷରୁ…

"ଭଦ୍ରକ : ଏକ ଲକ୍ଷ ଲୋକଙ୍କୁ ତିନି ପୁଲିସ କର୍ମଚାରୀ"