Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କମ୍ ଟାର୍ଗେଟକୁ ନେଇ ଅସନ୍ତୋଷ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କମ୍ ଟାର୍ଗେଟକୁ ନେଇ ଅସନ୍ତୋଷ

36

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ୩୧ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ତାଲିକା କାନ୍ଥରେ ମରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାତ୍ୟା ଫନିରେ ଭାଙ୍ଗିଥିବା ଘର ପାଇଁ ତାଲିକା ଆସିଛି। ଏଥି ସହିତ ସାଧାରଣ ହିତାଧିକାରୀମାନଙ୍କ ପାଇଁ ମଧ୍ୟ ତାଲିକା ଆସିଛି। ତେବେ ଏହି ତାଲିକାରେ ହିତାଧିକାରୀମାନଙ୍କ ଅନୁଯାୟି କମ୍ ଟାର୍ଗେଟ ଦିଆଯାଇଥିବାରୁ ରାଜନେତାଙ୍କ ସହିତ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ରାଜନେତାମାନେ ବିଡିଓଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ସରପଞ୍ଚ ସୁପ୍ରଭା ପାଣି, ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ଜିଲାପରିଷଦ ପ୍ରତିନିଧି ଉମାକାନ୍ତ ସେଠୀ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ, ପ୍ରଦୀପ ଦାସ ପ୍ରମୁଖ ବିଡିଓ ଜ୍ୟୋତିର୍ମୟ କରଙ୍କ କାର୍ଯ୍ୟାଳୟରେ ବସି ସମସ୍ୟାର କିପରି ସମାଧାନ ହୋଇ ପାରିବ ସେନେଇ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନନ୍ ଫନି ଯୋଜନାରେ ଅଚକ ପଞ୍ଚାୟତକୁ ୧୧୬, ଫନି ପାଇଁ ୨୮, ବାହାବଳପୁର ପଞ୍ଚାୟତ ପାଇଁ ନନଫନି ୫୯, ଫନି ୦୪, ବାମନବିନ୍ଧା ନନଫନି ୭୭ ଓ ଫନି ୨୯, ବାରୋ ନନଫନି ୧୫୨, ଫନି ୧୦, ବାରସର ନନଫନି ୧୫୨ ଓ ଫନି ୫୮, ଭାଟପଡ଼ା ନନଫନି ୨୦୧, ଫନି ୫୦, ବିଲଣା ନନଫନି ୨୧୦, ଫନି ୨୪, ବୋଡ଼କ ନନଫନି ୧୭୬ ଓ ଫନି ୧୪୮, ଦୌଲତପୁର ନନଫନି ୮୫, ଫନି ୨୭, ଦୋଳସାହି ନନଫନି ୧୫୩ ଓ ଫନି ୮୫, ଫତେପୁର ନନଫନି ୬୮ ଓ ଫନି ୩୪, ଗୋବିନ୍ଦପୁର ନନଫନି ୧୭୯ ଓ ଫନି ୪୨, ଗୁଆମାଳ ନନଫନି ୧୬୪, ଫନି ୩୬, ହରସିଂହପୁର ନନଫନି ୫୭, ଫନି ୧୫, ଜାମଯୋଡ଼ି ନନଫନି ୪୭ ଓ ଫନି ୯୧, କାଁପଡ଼ା ନନଫନି ୧୯୬ ଓ ଫନି ୮୫, କୋହ୍ଲ ନନଫନି ୬୮ ଓ ଫନି ୫୯, କୁବେରା ନନଫନି ୭୮, ଫନି ୯୨, ମହରମପୁର ନନଫନି ୧୦୦ ଓ ଫନି ୧୭, ମଙ୍ଗଳପୁର ନନଫନି ୧୬୩ ଓ ଫନି ୧୪, ମୁକୁନ୍ଦପୁର ନନଫନି ୧୨୦, ଫନି ୨୭, ନରେନ୍ଦ୍ରପୁର ନନଫନି ୧୧୪ ଓ ଫନି ୩୨, ନୟାନନ୍ଦ ନନଫନି ୧୬୦ ଓ ଫନି ୧୨, ପାଳିଆବିନ୍ଧା ନନଫନି ୧୬୨, ଫନି ୪୧, ରାଜନଗର ନନଫନି ୩୫, ଫନି ୨୭, ସାହାପୁର ନନଫନି ୮୮ ଓ ଫନି ୪୪, ସୟା ନନଫନି ୧୪୧, ଫନି ୩୭, ସିନ୍ଦୋଳ ନନଫନି ୧୨୧ ଓ ଫନି ୮୧, ଶ୍ୟାମସୁନ୍ଦରପୁର ନନଫନି ୧୩୯, ଫନି ୧୦୫, ତଳଗୋପବିନ୍ଧା ନନଫନି ୮୪ ଓ ଫନି ୭୩, ତାଳପଦା ନନଫନି ୨୦୬ ଓ ଫନି ୨୫ଟିକୁ ମିଶାଇ ମୋଟ ନନଫନି ୩୮୭୩ ଓ ଫନି ୧୪୫୨ଟି ଆବାସ ଟାର୍ଗେଟ ଆସିଛି। ନନଫନିରେ ୫୪୪୮ ଟାର୍ଗେଟ ଆସିବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ୩୮୭୩ ଟାର୍ଗେଟ ଆସିଛି। ଫଳରେ ୧୫୬୬ ଜଣ ହିତାଧିକାରୀଙ୍କର ତାଲିକା ଆସି ପାରି ନାହିଁ। ଯେଉଁଥିପାଇଁ ସବୁ ସ୍ତରରେ ଅସନ୍ତୋଷ ଦେଖା ଦେଇଛି। ଏତଦ୍ ବ୍ୟତୀତ ଅନୁଧ୍ୟାନ କରାଯାଇ ଯେଉଁ ତାଲିକା ପଠାଯାଇଥିଲା ସେଥିରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି। ପଞ୍ଚାୟତମାନଙ୍କରେ ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଂଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନଙ୍କ ନାମ ତାଲିକାରେ ଆସିଛି। ଯାହାଫଳରେ ପ୍ରକୃତ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଏହି ତାଲିକାର ଯାଞ୍ଚ ପାଇଁ ଅଭିଯୋଗ ବାକ୍ସ ପଞ୍ଚାୟତ ଓ ବ୍ଲକରେ ବସାଯାଇଛି। ଏହି ଅଭିଯୋଗ ବାକ୍ସରେ ଅଭିଯୋଗ ପକାଇବା ପରେ ପୁଣି ଯାଞ୍ଚ୍ କରାଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ ବୋଲି ବିଡିଓ ଜ୍ୟୋତିର୍ମୟ କର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.