Home ଜିଲ୍ଲା ପରିକ୍ରମା ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜଗତସିଂପୁର ମାଷ୍ଟରର୍ସ ୧୧

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜଗତସିଂପୁର ମାଷ୍ଟରର୍ସ ୧୧

21

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୬ତମ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱର ସି.ଆର.ସି.ଏଫ. ଦଳ ସହ ମାଷ୍ଟରର୍ସ ୧୧ ଜଗତସିଂପୁର ଦଳ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯଶୋଟିକିରୀ ମହାବୀର କ୍ରିକେଟ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚରେ ମାଷ୍ଟରର୍ସ ୧୧ ଜଗତସିଂପୁର ଦଳ ଟସ ଜିଣିବା ସହ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ବିନିମୟରେ ୨୯୦ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଋତିକ ମହାନ୍ତି ୮୫, ବିନାୟକ ମହାନ୍ତି ୬୦, ସୁବ୍ରତ କୁମାର ୪୮ ଓ ସନ୍ତୋଷ ରାଉତ ୪୩ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଜୀବନ ଜ୍ୟୋତି ଜେନା ୩ ଓଭର ବୋଲିଂ କରି ୪୯ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ୱର ସି.ଆର.ସି.ଏଫ. ଦଳ ମାତ୍ର ସମସ୍ତ ଉଇକେଟ ହରାଇ ୨୭୪ ରନ ସ୍କୋର କରି ପରାଜିତ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ପଙ୍କଜ ସାହୁ ଶତକୀୟ ଇନିଙ୍ଗସ ଖେଳି ୧୨୩ ରନ ଓ ଦୁର୍ଯ୍ୟୋଧନ ବିଶୋୟୀ ୩୦ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଋତିକ ମହାନ୍ତି ୪ ଓଭର ବୋଲିଂ କରି ୨୯ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ। ଭୁବନେଶ୍ୱର ସି.ଆର.ସି.ଏଫ. ଦଳର ଖେଳାଳି ପଙ୍କଜ ସାହୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସାଈଶୁଭ ଇଲେକ୍ଟ୍ରିକ୍ସର ବିଶ୍ୱଜିତ ରାଉତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ମନୋଜ ଜେନା ଓ ଅଶୋକ ରାଉତ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ବୃନ୍ଦାବନ ନାୟକ, ପ୍ରଭୁକଲ୍ୟାଣ ସାମଲ ଓ କିରଣ ମନୋହର ମହାନ୍ତି ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ପ୍ରଶାନ୍ତ ପଟ୍ଟନାୟକ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଭାବେ ମ୍ୟାଚ ପରିଚାଳା କରିଥିଲେ। ମହାବୀର କ୍ରିକେଟ କ୍ଲବର ସଦସ୍ୟ ପ୍ରଜ୍ଞା ପଣ୍ଡା, ଚନ୍ଦନ ରଥ, ଦିଲ୍ଲିପ ପୃଷ୍ଟି, ସୁଧାଂଶୁ ରାଉତ, ଅମୂଲ୍ୟ ରାଉତ, ସନ୍ତୋଷ ନନ୍ଦ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକ ୟୁନିକ ଏକାଡେମୀ ଦଳ ସହ ଯଶୋଟିକିରି ୟଙ୍ଗଷ୍ଟର ୧୧ ଦଳମଧ୍ୟରେ ଶୁକ୍ରବାର ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.