Home ଜିଲ୍ଲା ପରିକ୍ରମା ଜୀବନକୁ ଚାପମୁକ୍ତ କରେ ସଂଗୀତ ଓ ନୃତ୍ୟ, ବିଏନଏମଏ କଲେଜ ନାଟ୍ୟ ସଂସଦର ବାର୍ଷିକ ପ୍ରତିଯୋଗିତା...

ଜୀବନକୁ ଚାପମୁକ୍ତ କରେ ସଂଗୀତ ଓ ନୃତ୍ୟ, ବିଏନଏମଏ କଲେଜ ନାଟ୍ୟ ସଂସଦର ବାର୍ଷିକ ପ୍ରତିଯୋଗିତା ଉତ୍ସବ

34

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା ଓ ସଂସ୍କୃତି ପ୍ରବଣତା ମଣିଷ ମନରେ ବିମଳ ଆନନ୍ଦ ଭରିଦିଏ। ଛାତ୍ରଛାତ୍ରୀଙ୍କ ସୁସ୍ଥ ମାନସିକତା ଉପରେ ସର୍ବଦା ଧ୍ୟାନ ଦିଆଯିବା ଆବଶ୍ୟକ। କଳା ମେଧାର ବିକାଶ କରାଏ। ସୁଯୋଗର ଚିହ୍ନଟକରଣ, ବିଚାରଶୀଳତାର ସ୍ପଷ୍ଟତା, ନିଷ୍ପତ୍ତିରେ ଦୃଢ଼ତା ଓ କାର୍ଯ୍ୟକାରୀ କରାଇବାର ଦକ୍ଷତା ଛାତ୍ରଛାତ୍ରୀଙ୍କ ଅନ୍ତରରେ ଭରିଲେ ସେମାନେ ଭବିଷ୍ୟତରେ ସବୁ ଦିଗରୁ ସଫଳକାମୀ ହୋଇପାରିବେ। ଏଣୁ ପାଠ୍ୟକ୍ରମର ଭାର ଓ ବୌଦ୍ଧିକ ଚାପଯୁକ୍ତ ଜୀବନକୁ ନୃତ୍ୟ ଓ ସଂଗୀତ ମୁକ୍ତ କରିଥାଏ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏମଏ କଲେଜର ନାଟ୍ୟ ସଂସଦ ପକ୍ଷରୁ ଗୁରୁବାର ଅନୁଷ୍ଠିତ ବାର୍ଷିକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉତ୍ସବର ଉଦଘାଟକ ଭାବେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଂସଦର ଉପସଭାପତି ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍‌ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଗୀତିକାର ଅଭିନେତା ତଥା ସନମ୍ୟୁଜିକ୍‌ର ନିର୍ମାତା ଶ୍ରୀକାନ୍ତ ଗୌତମ ଯୋଗଦେଇ କୋମଳମତିଙ୍କ ମନର ବିକାଶ ଓ ବର୍ତ୍ତମାନର ଅନୁଭୂତି ପରବର୍ତ୍ତୀ ଜୀବନ ପାଇଁ ପ୍ରଚୁର ଖୋରାକ୍ ଯୋଗାଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଗୀତିକାର ଓ ସନମ୍ୟୁଜିକ୍‌ର ନିର୍ଦ୍ଦେଶକ ରଂଜନ କୁମାର ଜେନା ଯୋଗଦେଇ ଭଲ ନିଷ୍ପତ୍ତି ନେବା ଓ ସଫଳ ରୂପାୟନ କରିବାର ପ୍ରକୃଷ୍ଟ କ୍ଷେତ୍ର ମହାବିଦ୍ୟାଳର ପରିସର ସୃଷ୍ଟିକରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି ଯୋଗଦେଇ ଆନୁସଙ୍ଗିକ ଗୁଣଗୁଡ଼ିକର ବିକାଶ ପାଇଁ ସଂପ୍ରତି ଛାତ୍ରଛାତ୍ରୀମାନେ ଧ୍ୟାନଦେବା ଉଚିତ ବୋଲି କହିଥିଲେ। ସମ୍ପର୍କ ମ୍ୟୁଜିକ୍‌?ର ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ରୁଦ୍ରମାଧବ ବାରିକ୍ ଓ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା ଆଇନଜୀବୀ ପ୍ରଗତିକା ଦାଶ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇ ଦେଇଥିଲେ। ଉପସଭାପତି ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ଡକ୍ଟର ରାଜେନ୍ଦ୍ର ଭୁଏ ଓ ଅଧ୍ୟାପକ ସୁଧାଂଶୁଶେଖର ପଣ୍ଡା ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରାରମ୍ଭରେ ବୈଷ୍ଣବ ମହାନ୍ତିଙ୍କ ତତ୍ତ୍ୱାବଧାନରେ ମନସ୍ମିତା ଖୁଌକ୍ଷଗ୍ଧ;ିଆ, ବନ୍ଦେବିଶ୍ୱେଶ୍ୱରୀ ଦାସ, ପ୍ରମିଳା ଗିରି, ସୁଶ୍ରୀ ସଂଗୀତା ନାୟକ, ବର୍ଷାରାଣୀ ସାହୁ, ସଂକେତ ମହାନ୍ତି, ନିରଞ୍ଜନ ମାଝି, ସୁଶାନ୍ତ ବାରିକ, ବିଦ୍ୟାଶ୍ରୀ ଦାସ ଓ ରାକେଶ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ପ୍ରାରମ୍ଭିକ ନୃତ୍ୟ ଓ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ସୌମ୍ୟଶୁଭମ୍ ମହାପାତ୍ର ଓ ଐଶିକା ମିଶ୍ର ସଂଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ତପନ କୁମାର ନାୟକ, ପ୍ରଦୀପ କୁମାର ମିଶ୍ର, ମଞ୍ଜୁର ଅହମ୍ମଦ ଖାନ ଓ କର୍ମଚାରୀ ଅକ୍ଷୟ ନାୟକ, ଭରତଚନ୍ଦ୍ର ପାତ୍ର, ବିଧୁଭୂଷଣ ମୁଦୁଲି, ଯତୀନ୍ଦ୍ରମୋହନ ପାଢ଼ୀ, ଦୀପକ କୁମାର ମହାପାତ୍ର ଓ ସୁରକ୍ଷାକର୍ମୀ ରଂଜନ ଗିରି ଉତ୍ସବ ପରିଚାଳନାରେ ସହାୟତା କରିଥିବା ବେଳେ ସଂସଦର ଉପସଭାପତି ଅଧ୍ୟାପିକା ଡକ୍ଟର ସାଣ୍ଡ୍ରା ରୋଜାରିଓ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.