Home ଜିଲ୍ଲା ପରିକ୍ରମା ଦିବଗଂତ ସୌମ୍ୟରଂଜନଙ୍କୁ ଶ୍ରଦ୍ଧାଞ୍ଜଳି

ଦିବଗଂତ ସୌମ୍ୟରଂଜନଙ୍କୁ ଶ୍ରଦ୍ଧାଞ୍ଜଳି

48

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଗଂତ ଇଜିଂନିୟର ସୌମ୍ୟରଂଜନଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ପୁରୁଷୋତ୍ତମପୁର ଗ୍ରାମ, ବାଲିଖଣ୍ଡ ଉଆସ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବିନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସୌମ୍ୟରଂଜନ ଜଣେ ସାହସୀ, ପରୋପକାରୀତଥା ହସ ହସ ମୁଖର ବାଳକ ବୋଲି କହିଥିଲେ। କିଡନି ଜନୀତ ରୋଗରେ ସୌମ୍ୟ ଆରପାରିକୁ ଚାଲିଯାଇଥିବା କହୁକହୁ ନିଜର ପୁତ୍ର ଗତବର୍ଷ କରୋନା ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗ କରିଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ ନିଜ ବକ୍ତବ୍ୟରେ ତାଙ୍କ ଆତ୍ମାର ସ୍ୱର୍ଗପ୍ରାପ୍ତି ପାଇଁ ପ୍ରାର୍ଥନା କରିଥିଲେ।

ଅନ୍ୟତମ ଅତିଥି ଭାବେ ମନୋରଂଜନ ପଣ୍ଡା, ବସନ୍ତ କୁମାର ସାହୁ, ଗିରିଶ ଚନ୍ଦ୍ର ମିଶ୍ର, ପ୍ରାକ୍ତନ ସରପଞ୍ଚ ଭକ୍ତ ରଂଜନ ମିଶ୍ର, ପ୍ରଦୀପ କୁମାର ଖିଲାର ପ୍ରମୁଖ ଯୋଗଦେଇ ସୌମ୍ୟରଂଜନଙ୍କ ବିୟୋଗ କେବଳ ତାଙ୍କ ପରିବାର ନୁହେଁ, ସଂପୃକ୍ତ ଅଞ୍ଚଳ ପ୍ରତି ଏକ ବିରାଟ କ୍ଷତି ବୋଲି କହିଥିଲେ। ସେମାନେ ତାଙ୍କର ଆତ୍ମାର ସଦଗତି କାମନା କରିବା ସହିତ ସୌମ୍ୟରଂଜନଙ୍କ ବାପା, ମା’ଙ୍କୁ ନିରୋଗ ଓ ସୁସ୍ଥ ଜୀବନ ଅତିବାହିତ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ପାଢ଼ୀ ସଂଯୋଜନା କରିଥିବାବେଳେ, ୨ଜଣ କୁନି ପିଲା ତତ୍ତ୍ୱଦର୍ଶୀ ମହାପାତ୍ର ଓ ସାଇବିସ୍ମୟ ପାଢ଼ୀ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଭଜନ ଆବୃତି କରିଥିଲେ। ଉକ୍ତ ସଭାରେ ସ୍ୱର୍ଗତ ସୌମ୍ୟରଂଜନଙ୍କ ପିତା, ମାତା ସମେତସମ୍ପର୍କୀୟ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.