Home ଜିଲ୍ଲା ପରିକ୍ରମା ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ ୟୁନିକ୍ ଏକାଡେମୀ

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ ୟୁନିକ୍ ଏକାଡେମୀ

16

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୬ତମ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍ ଏକାଡେମୀ ଦଳ ସହ ଯଶୋଟିକିରି ରୟାଲ ଷ୍ଟାଇକର ଦଳ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଯଶୋଟିକିରୀ ମହାବୀର କ୍ରିକେଟ ପଡିଆରେ ଅନୁଷ୍ଠିତ ଏହି ମ୍ୟାଚରେ ରୟାଲ ଷ୍ଟାଇକର ଦଳ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭଦ୍ରକ ୟୁନିକ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ୮ ଉଇକେଟ ବିନିମୟରେ ୧୭୪ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୬୩ ଓ ବେଦ ପ୍ରକାଶ ୩୩ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ହର୍ଷ ରାଜ ୫ ଓଭର ବୋଲିଂ କରି ୨୨ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭଯଶୋଟିକିରି ରୟାଲ ଷ୍ଟ୍ରାଇକର ଦଳ ୨୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୭୧ ରନ ସ୍କୋର କରି ସ୍ୱଳ୍ପ ବ୍ୟବଧାନରେ ବିଜୟ ହାତଛଡା କରିଥିଲା। ଦଳର ବ୍ୟାଟ୍ସମ୍ୟାନ ହିମାଂଶୁ ଗୁପ୍ତା ୫୧ ରନ ଓ ହର୍ଷ ରାଜ ୨୯ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ବେଦ ପ୍ରକାଶ ୫ ଓଭର ବୋଲିଂ କରି ୩୩ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ। ରୟାଲ ଷ୍ଟ୍ରାଇକର ଦଳର ଖେଳାଳି ବେଦ ପ୍ରକାଶ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଶାରଦା ପ୍ରସନ୍ନ ମହାପାତ୍ର ଓ ଶରତ ଜେନା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ବୃନ୍ଦାବନ ନାୟକ, ପ୍ରଭୁକଲ୍ୟାଣ ସାମଲ ଓ ମାନସ ନନ୍ଦ ମହାନ୍ତି ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ଦିଲ୍ଲିପ ପୃଷ୍ଟି ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଭାବେ ମ୍ୟାଚ ପରିଚାଳା କରିଥିଲେ। ମହାବୀର କ୍ରିକେଟ କ୍ଲବର ସଦସ୍ୟ ଶଶିକାନ୍ତ ବାରିକ, ଅବିନାଶ ପଣ୍ଡା, ସୁରେନ୍ଦ୍ର ସେଠୀ, ସୌମ୍ୟ ମହାପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକ ୟୁନିକ ଏକାଡେମୀ ଦଳ ଓ ଜଗତସିଂପୁର ମାଷ୍ଟର୍ସ ୧୧ ଦଳ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.