Home ଜିଲ୍ଲା ପରିକ୍ରମା ଆଦାନୀର ପ୍ରସ୍ତାବିତ ପି.ପି.ପି. ମୋଡରେ ମେଡ଼ିକାଲ କଲେଜ ସ୍ଥାପନକୁ ଭଦ୍ରକ ଆଇ.ଏମ୍‌.ଏ.ର ସ୍ୱାଗତ

ଆଦାନୀର ପ୍ରସ୍ତାବିତ ପି.ପି.ପି. ମୋଡରେ ମେଡ଼ିକାଲ କଲେଜ ସ୍ଥାପନକୁ ଭଦ୍ରକ ଆଇ.ଏମ୍‌.ଏ.ର ସ୍ୱାଗତ

29

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭାରତୀୟ ଚିକିତ୍ସକ ସଂଘର ଏକ ସାଧାରଣ ସଭା ଡାକ୍ତର ଶତୃଘ୍ନ ହାତୀଙ୍କ ସଭାପତିତ୍ୱରେ ହୋଟେଲ କଲ୍ୟାଣୀର ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଳାର ପଚାଶରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଗତ ଡିସେମ୍ବର ୫ ତାରିଖ ଆଦାନୀ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ସଚିବଙ୍କୁ ପଠାଉଥିବା ଚିଠିର ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ଜିଲ୍ଲା ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ପି.ପି.ପି. ମୋଡରେ ମେଡିକାଲ ସ୍ଥାପିତ ହେବାକୁ ପ୍ରସ୍ତାବ ରଖିଥିବା ଆଦାନୀ କମ୍ପାନୀର ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଏବଂ ସରକାର ଏହାକୁ ତୁରନ୍ତ କ୍ୟାବିନେଟ ମଞ୍ଜୁର କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ କରିଥିଲେ। ଭଦ୍ରକ ଜିଲ୍ଲାରେ ତୁରନ୍ତ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଉନ୍ନତି ସାଧନ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କଲେ। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ଉକ୍ତ ସଭାରେ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଭାଗ୍ୟଶ୍ରୀ ପଣ୍ଡା, ଧନଞ୍ଜୟ ପଣ୍ଡା, ରଞ୍ଜିତ ଖଟୁଆ, ସନ୍ତୋଷ କୁମାର ଜେନା, ବି.ଏମ୍‌. ପଣ୍ଡା, ବିମଳା ମିଶ୍ର, ପୂର୍ଣ୍ଣର୍ଚନ୍ଦ୍ର ଦାସ, ସତ୍ୟଭାମା ବେହେରା, ଉମେଶ ଚନ୍ଦ୍ର ପଣ୍ଡା, ରାଜୀବ ତ୍ରିପାଠୀ, ସୁବାସ ବିଶ୍ୱାଳ, ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.