Home ଜିଲ୍ଲା ପରିକ୍ରମା ଜିହାଦୀ ଆକ୍ରମଣ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବିପତ୍ର

ଜିହାଦୀ ଆକ୍ରମଣ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବିପତ୍ର

23

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ଆରମ୍ଭ ହେବା ପରେ ପରେ ଯେଉଁଠାରେ ସମଗ୍ର ଦେଶ ପ୍ରଗତି ପଥରେ ଚାଲିବାକୁ ଚେଷ୍ଟା କରୁଛି, ଅନ୍ୟପକ୍ଷରେ ଜିହାଦୀ ଉପାଦାନମାନେ ହିନ୍ଦୁ ସଂଗଠନ ଏବଂ ହିନ୍ଦୁ ସମାଜରେ ଏକ ନୂତନ ରଣନୀତି ମାଧ୍ୟମରେ ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦର ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆତଙ୍କବାଦର ପରିବଶେ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଭିଏଚ୍‌ପିର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ଡକ୍ଟର ସୁରେନ୍ଦ୍ର ଜୈନ ଆଜି କହିଛନ୍ତି ଯେ ବୋଧହୁଏ ଏହି ଜିହାଦୀ ତତ୍ତ୍ୱମାନେ ପୁଣିଥରେ ୧୯୪୬ ର ପ୍ରତ୍ୟକ୍ଷ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ସେମାନେ ବୁଝିଥିବା ଆବଶ୍ୟକ ଯେ ବର୍ତ୍ତମାନର ହିନ୍ଦୁ ସମାଜ ୧୯୪୬ ର ହିନ୍ଦୁ ସମାଜ ନୁହେଁ। ଯଦି ହିନ୍ଦୁ ଯୁବ ସମାଜ ସେମାନଙ୍କ ଭଳି ସମାନ ପ୍ରତିକ୍ରିୟା କରିବାକୁ ବାଧ୍ୟ ହୁଅନ୍ତି, ତେବେ ଏହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇବ। ଗତ ଜାନୁଆରୀ ୮, ୨୦୨୩ ରେ ଆସାମର କରଜମଞ୍ଜ ଜିଲା ଅନ୍ତର୍ଗତ ଲୋଭିରପୁଆ ଠାରେ ବଜରଙ୍ଗ ଦଳର ଜଣେ ୧୬ ବର୍ଷିୟ କର୍ମୀଙ୍କୁ ଛୁରୀ ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ତାଙ୍କର ଏକମାତ୍ର ଦୋଷ ଥିଲା ଯେ ସେ ଜଣେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ ଏବଂ ସେହି ସମୟରେ ସେ ବଜରଙ୍ଗ ଦଳ ଏକ ଶିବିରରୁ ଫେରୁଥିଲେ। ଏହା ଏକମାତ୍ର ଘଟଣା ନୁହେଁ, ଗତ ୨ ବର୍ଷ ମଧ୍ୟରେ ବଜରଙ୍ଗ ଦଳର ୯ ଜଣ କାର୍ଯ୍ୟକର୍ତ୍ତାମାନଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏବଂ ୩୨ ଜଣ କାର୍ଯ୍ୟକର୍ତ୍ତାମାନଙ୍କୁ ଜିହାଦୀମାନେ ଆକ୍ରମଣ କରିଛନ୍ତି। ବର୍ତ୍ତମାନ ଜିହାଦୀ ଉତ୍ତେଜନା ହିନ୍ଦୁ ସମାଜ ପାଇଁ ଦେଶବ୍ୟାପୀ ଆହ୍ୱାନ ପାଲଟିଛି। ତେଣୁ ଗତକାଲି ଓ ଆଜି ବଜରଙ୍ଗ ଦଳ ଦେଶର ସମସ୍ତ ଜିଲା କେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପ୍ରତିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଏଥିରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ରଂଜନ ମହାନ୍ତି, ବଜରଙ୍ଗ ଦଳ ପୂର୍ବ ଓଡ଼ିଶା ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦ ବିଭାଗ ସଂପାଦକ ବିଜୟ କୁମାର ସିହ୍ନା, ବଜରଙ୍ଗ ଦଳ ଜିଲା ସଂଯୋଜକ ଜୟ ପ୍ରକାଶ ପତି, ସହ ସଂଯୋଜକ ତପନ ମହାନ୍ତି, ବ୍ରହ୍ମାନନ୍ଦ ସାହୁ, ଜିଲା ବିଦ୍ୟାର୍ଥୀ ପ୍ରମୁଖ କ୍ଷୀତିଶ ଚନ୍ଦ୍ର ରାଉତ, ଜିଲା ବଳ ଉପସନା ପ୍ରମୁଖ ଦଶରଥ ସାହୁ, ଜିଲା ସୂଚନା ପ୍ରମୁଖ ନିମାଇଁ ଚରଣ ଦାସ, ନଗର ସଂଯୋଜକ ବ୍ୟୋମକେଶ ମହାନ୍ତି, ନଗର ସଭାପତି ପୁନିଲ କୁମାର ସାମନ୍ତ, ଧୀରେନ ନାୟକ, ସଂଜୟ ଦଳାଇ, ପୁଷ୍ପକ ପାତ୍ର, ଅଜିତ ପାତ୍ର, ସୁଦର୍ଶନ ମଲ୍ଲିକ, ବିଭାସ କୁମାର ନାଥ, ସୁଧି ରଂଜନ ନାୟକ, କିରଣ କୁମାର ଦାସ, ଦୀପକ କୁମାର ବାରିକ, ମାୟାଧର ସ୍ୱାଇଁ, ସୂର୍ଯ୍ୟକାନ୍ତ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.