Home ଓଡ଼ିଶା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଗଦାକରି ନବନିର୍ମାଣ କୃଷକ ସଂଗଠନର ଧାରଣା

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଗଦାକରି ନବନିର୍ମାଣ କୃଷକ ସଂଗଠନର ଧାରଣା

28

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜି ସକାଳୁ ଧାନବସ୍ତା ରଖି ଚାଷୀମାନେ ଧାରଣାରେ ବସିଥିଲେ। ଧାନ କିଣାବିକାରେ ମିଲରମାନଙ୍କ ମନମାନି ଚାଷୀଙ୍କୁ ଦୁର୍ଦ୍ଦଶା ମୁହଁକୁ ଠେଲିଦେଇଛି। ମଣ୍ଡିରେ ଧାନକିଣା ସମୟରେ ୬ ରୁ ୮ କେଜି କ୍ୱିଣ୍ଟାଲ ପିଛା କାଟିବା ନେଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ମଣ୍ଡିରେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଚାଷୀମାନେ ଆଜି ନବନିର୍ମାଣ କୃଷକ ସଂଗଠନର ପ୍ରମୁଖ ତ୍ରିଲୋଚନ ପଣ୍ଡା ଓ ସଂଯୋଜକ ସତ୍ୟରଂଜନ ନାୟକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଟ୍ରାକ୍ଟର ଯୋଗେ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଗଦା କରି ଧାରଣାରେ ବସିଥିଲେ। ଖବର ପାଇ ପୁଲିସ୍ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ଧାରଣାରତ ଚାଷୀମାନଙ୍କୁ ବୁଝାସୁଝା କରି ସେମାନଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନେଇ ମୁଖ୍ୟ ଫାଟକ ନିକଟରେ ବସାଇଥିଲେ। ସେଠାରେ ମଧ୍ୟ ଚାଷୀମାନେ ଧାନବସ୍ତା ଓ ଧାନଢାଳି ଧାରଣା ଦେଇଥିଲେ।

ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଶ୍ରୀ ନାୟକ ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ମଣ୍ଡିରେ ଚାଷୀମାନେ ଭୋଗୁଥିବା ଦୁର୍ଦ୍ଦଶା ସଂପର୍କରେ ଜିଲାପାଳ ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିଲାନାହିଁ। ଯାହାଫଳରେ ଆଜି ବାଧ୍ୟହୋଇ ଆନ୍ଦୋଳନ ପନ୍ଥାକୁ ବାଛିନେଲୁ। ଶ୍ରୀ ନାୟକଙ୍କ ଅଭିଯୋଗ ହେଲା ଚଳିତବର୍ଷ ଧାନ ଭଲ ଫଳିବା ସହ ଏହାର ମାନ ଉନ୍ନତ ରହିଛି। କିନ୍ତୁ ମଣ୍ଡିରେ ଏହି ଧାନକୁ କ୍ୱିଣ୍ଟାଲ ପିଛା ୮ ରୁ ୧୦ କେଜି କଟାଯାଉଛି। ଯାହାକି ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ଅପରପକ୍ଷରେ ଚାଷୀମାନଙ୍କୁ ମଣ୍ଡିରେ ସ୍ଥାନୀୟ ଗୁଣ୍ଡାମାନଙ୍କ ଦ୍ୱାରା ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ କରିଛନ୍ତି। ଏସବୁର ସମାଧାନ ନହେଲେ ଧାରଣାରୁ ଓହରିବୁ ନାହିଁ ବୋଲି ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଜିଦ୍ ଧରି ବସିଥିଲେ। ପ୍ରକାଶଯୋଗ୍ୟ ନବନିର୍ମାଣ କୃଷକ ସଂଗଠନର ଏହି ଆନ୍ଦୋଳନ ସଂପର୍କରେ ଜିଲା ପୁଲିସ୍ ଓ ଜିଲା ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ସଚେତନ ଥିଲେ ମଧ୍ୟ ଆଜି ସକାଳେ ଜିଲାପାଳଙ୍କ ଅଫିସ୍‌ରେ ଧାନ ଗଦା କରିବା ଓ ତାଲା ପକାଇବା ଘଟଣା ପୁଲିସ୍ ପ୍ରଶାସନର ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.