Home ଜିଲ୍ଲା ପରିକ୍ରମା ଶୁଭମ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ଶୁଭମ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

22

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ତିହିଡି ବ୍ଲକ ର ମା ଦପା ନାୟକାଣୀ ଙ୍କ ପୀଠ ରେ ପବିତ୍ର ମକର ପର୍ବ ଅବସରରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ତ୍ରିଦିବସିୟ ଦିବା ରାତ୍ର ମେଗା ସ୍ୱାସ୍ତ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସଂଗଠନ ର ସଭାପତି ହୃଷିକେଶ ବାରିକ ଓ ମୁଖ୍ୟ ସଂଯୋଜକ ଆନନ୍ଦ ଚନ୍ଦ୍ର ବେହେରା ନେତୃତ୍ୱ ରେ ୧୫ ଜଣିଆ ସ୍ୱେଛାସେବୀ ଦଳ ମା ଙ୍କ ପୀଠରେ ପହଂଚି ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ପରିଚାଳନା କରିବା ସହିତ ମେଳା କୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଶୁଦ୍ଧ ଲେମ୍ବୁ ମିଶା ଜଳ ପ୍ରଦାନ କରିଥିଲେ। ଏହି ମେଗା ସ୍ୱାସ୍ତ୍ୟ ସେବା ଶିବିର ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଭେଷଜ ବିଶେଷଜ୍ଞ ଡା ବିଜୟ କୁମାର ପଣ୍ଡ, ବରିଷ୍ଟ ଅସ୍ତି ଶଲ୍ୟ ବିଶେଷଜ୍ଞ ଡା ଏମ ମନୋଜ। ବରିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡା ବିନୋଦ ବିହାରୀ ପଣ୍ଡା ଚିକିତ୍ସକ ତଥା ସମାଜସେବୀ ଗୋଲକ ଚନ୍ଦ୍ର ସାମଲ, ଫାର୍ମାସିଷ୍ଟ ସତ୍ୟଶ୍ରୀ ନାୟକ ପ୍ରମୁଖ ଯୋଗ ଦେଈ ତିନି ଦିନ ଧରି ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣା ରେ ଔଷଧ ପ୍ରଦାନ କରିଥିଲେ।

ଏହି ଶିବିର ରେ ମୋଟ ୧୬୫୪ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା, ଏହି ୩ ଦିନିଆ ମେଗା ସ୍ୱାସ୍ଥ୍ୟ ସେବା ଶିବିର କୁ ଧାମନଗର ର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଈ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରକୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଙ୍କ ସମେତ ବହୁ ବିଶିଷ୍ଟ ବେକ୍ତି ମାନେ ପରିଦର୍ଶନ ରେ ଯାଇ ସଂଗଠନ ର ଏପରି ମହତ କାର୍ଯ୍ୟ ଦୀର୍ଘ ୨୦ ବର୍ଷ କରାଯାଉ ଥିବାରୁ ସଂଗଠନ ର କର୍ମକର୍ତା ଙ୍କୁ ସାଧୁ ବାଦ ଦେଇଥିଲେ. ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଗଠନ ର ସମ୍ପାଦକ ନରେନ୍ଦ୍ର କୁମାର ସାମଲ, ଉପ ସଭାପତି ଆନନ୍ଦ ଚନ୍ଦ୍ର ପଲ୍ଲାଇ. ସନାତନ ଜେନା. ଦେବେନ୍ଦ୍ର ଭଞ୍ଜ. ଦୀନବନ୍ଧୁ ପତି ପ୍ରମୁଖ ପରିଚାଳନା କରିଥିଲେ। ଏହି ସ୍ୱାସ୍ଥ୍ୟ ସେବା ଶିବିର ର ସମସ୍ତ ଔଷଧକୁ ଭଗବାନ ଚନ୍ଦ୍ର ରାଉଳ. ପ୍ରବୀର କୁମାର ଜେନା. ରବି ନାରାୟଣ ନାୟକ, ବିନୋଦ ବିହାରୀ ପରିଡା, ସୁବ୍ରତ ଦୀକ୍ଷିତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅଶ୍ରୁ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଯୋଗାଇ ଦିଆ ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.