Home ଜିଲ୍ଲା ପରିକ୍ରମା ଜିଲ୍ଲା ଚିକିତ୍ସାଳୟର ସମସ୍ୟାକୁ ନେଇ ଯୁବ କଂଗ୍ରେସର ଉଦବେଗ, ଦାବି ପୂରଣ ନହେଲେ ଧାରଣା ଚେତାବନୀ

ଜିଲ୍ଲା ଚିକିତ୍ସାଳୟର ସମସ୍ୟାକୁ ନେଇ ଯୁବ କଂଗ୍ରେସର ଉଦବେଗ, ଦାବି ପୂରଣ ନହେଲେ ଧାରଣା ଚେତାବନୀ

17

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ ପ୍ରମୁଖ ସମସ୍ୟାକୁ ନେଇ ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ପକ୍ଷରୁ ଆଜି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି। ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଅଲ୍ଲୀ ଖାନ ଏହି ମର୍ମରେ ଭଦ୍ରକ ଜିଲ୍ଳାପାଳଙ୍କୁ ଏକ ସ୍ମାରକପତ୍ର ଦେବା ସହ ଏହାର ଏକକିତା ନକଲ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରଛନ୍ତି। ଯଦି ୧୫ ଦିନ ମଧ୍ୟରେ ଉକ୍ତ ୨ ଦାବି ପୂରଣ ନହୁଏ, ତେବେ ଯୁବ କଂଗ୍ରେସ ବାଧ୍ୟ ହୋଇ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ଉପରେ ନିର୍ଭରଶୀଳ ସମସ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗପତ୍ର ଅନୁଯାୟୀ ୧୫ ଲକ୍ଷ ରୋଗୀ ନିର୍ଭର କରୁଥିବା ଭଦ୍ରକ ଜିଲ୍ଲା ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗର ଆଇସିୟୁ ବିଲଡିଂରେ ଗୋଟିଏ ମାତ୍ର ଲିଫ୍ଟ ରହିଛି। କିନ୍ତୁ ଗତ ୩ ବର୍ଷ ଧରି ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାବଶ୍ୟକ ଲିଫ୍ଟ ଅଚଳ ଅବସ୍ଥାରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ମରାମତି କରାଯାଉ ନାହିଁ। ଗରୁତର ମହିଳା ରୋଗୀ ଓ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଷ୍ଟ୍ରେଚରରେ ଏହି ଦୁଇ ୱାର୍ଡ଼କୁ ଚିକିତ୍ସା ପାଇଁ ନିଆଯାଉଛି।

ବାରମ୍ବାର ଏ ସମ୍ପର୍କରେ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇ ଥିବାବେଳେ, ଏହାକୁ ଚଳନକ୍ଷମ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକାଧିକ ଥର ପ୍ରତିଶ୍ରୁତି ଦେଇ ଆସିଛନ୍ତି। କିନ୍ତୁ ଏଯାବତ୍ ଏହା ଅଚଳ ଅବସ୍ଥାରେ ପଡ଼ି ରହିଛି। ୧୫ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ଦାବି କରିଛି। ସେହିପରି ପ୍ରତ୍ୟେକ ଦିନ ଜିଲ୍ଲା ଚିକିତ୍ସାଳୟର ବର୍ହି ବିଭାଗକୁ ହାରାହାରି ୨ହଜାରରୁ ଉର୍ଦ୍ଧ୍ୱ ରୋଗୀ ଓ ଅନ୍ତଃ ବିଭାଗକୁ ୪ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ଆଉଟଡୋର ନିକଟରେ ଥିବା ଡିସପ୍ଲେ ବୋର୍ଡ଼ରେ କେଉଁ ଦିନ କେଉଁ ଡାକ୍ତର ଡିଉଟିରେ ରହୁଛନ୍ତି ତାହା ଦର୍ଶାଯାଉ ନାହିଁ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଡାକ୍ତରଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଦିନ ପ୍ରାୟ ଡାକ୍ତର ମେଡିକାଲକୁ ଆସୁ ନଥିବା ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଏହି ୨ ମୌଳିକ ଦାବି ୧୫ ଦିନ ମଧ୍ୟରେ ପୂରଣ କରିବାକୁ ଯୁବ କଂଗ୍ରେସ ଦାବି କରିଛି। ନଚେତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରୀ ଖାନ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହେୁରା, ସନ୍ତୋଷ କୁମାର ଦାସ, ଆଶିଶ ନାୟକ, ସାହାବାଜ ଖାନ, ସେକ କଲିମୁଦ୍ଦିନ, ବିଜୟ ବାରିକ, ଟୋନୀ ଅଲ୍ଲୀ, ପ୍ରଦ୍ୟୁମ୍ନ ଦାସ, ଦୀପକ ମହାପାତ୍ର, ଦେବାଶିଶ ଲ।।ହା, ମନିନ୍ଦ୍ର ବେହେରା, ସତ୍ୟ ନାରାୟଣ ମହାପାତ୍ର, ସେକ ନଜରୁଲ ହୋଦା, ସେକ ପାରୁଲ କାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.