Home ଜିଲ୍ଲା ପରିକ୍ରମା ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଳନ୍ଦୀ ହସ୍‌ପିଟାଲ ଓ ନର୍ସିଂସ୍କୁଲ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଏବଂ...

୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଳନ୍ଦୀ ହସ୍‌ପିଟାଲ ଓ ନର୍ସିଂସ୍କୁଲ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତା

24

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଳନ୍ଦୀ ହସ୍‌ପିଟାଲ ଏବଂ ସାଳନ୍ଦୀ ନସିଂ ସ୍କୁଲ ଆନୂକୁଲ୍ୟରେ ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ସଂଗୀତ ଏଂବ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦେଶାତ୍ମବୋଧକ ସଂଗୀତ ପାଇଁ ଷଷ୍ଠ, ସପ୍ତମ – ‘କ’ ବିଭାଗରେ ୨୮ ଜଣ ଓ ଅଷ୍ଟମ, ନବମ ଓ ଦଶମ – ‘ଖ’ ବିଭାଗରେ ୨୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗୀତା ପାଇଁ ୨୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ସଂଗୀତଜ୍ଞ ରାମ ନାରାୟଣ ମହାନ୍ତି, ସଂଗୀତ ସାଧକ ମହନ୍ତ ଶ୍ରୀ ଆଶୀଷ ଗୋସ୍ୱାମୀ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣ ପ୍ରସାଦ ସାହୁ ବିଚାରକ ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସାଳନ୍ଦୀ ହସ୍‌ପିଟାଲ ଏବଂ ସାଳନ୍ଦୀ ନର୍ସିଂ ସ୍କୁଲର ନିର୍ଦ୍ଦେଶକ ଡା. ପ୍ରଭାସ କୁମାର ମହାନ୍ତିଙ୍କ ପ୍ରାରମ୍ଭିକ ସୂଚନା ପରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ନାୟକ ଏହି ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ।

ସାଳନ୍ଦୀ ହସ୍‌ପିଟାଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦେଶାତ୍ମବୋଧକ ପ୍ରତିଯୋଗୀତାରେ ‘କ’ ବିଭାଗରେ ସରକାରୀ ବାଳିକା ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ସୁନୀତ ଦାସ – ପ୍ରଥମ, ଦୂର୍ଗା ପ୍ରସାଦ ସରାଫ ବିଦ୍ୟାପୀଠର ସପ୍ତମ ଶ୍ରେଣୀ ଛାତ୍ର ସତ୍ୟଜିତ୍ ଦାସ – ଦ୍ୱିତୀୟ ଏବଂ ସି.ଆର.ଏସ୍ ସ୍କୁଲ, ତିହିଡ଼ିର ସପ୍ତମ ଶ୍ରେଣୀ ଛାତ୍ରୀ ଅଙ୍କିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ‘ଖ’ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ନବମ ଶ୍ରେଣୀ ଛାତ୍ରୀ କ୍ଷାରବ୍ଧୀ ତନୟା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ସି.ଆର.ଏସ୍ ସ୍କୁଲ, ତିହିଡ଼ିର ନବମ ଶ୍ରେଣୀ ଛାତ୍ର ସାଇରଂଜନ ଜେନା – ଦ୍ୱିତୀୟ ସ୍ଥାନ ଏବଂ ଦୂର୍ଗା ପ୍ରସାଦ ସରାଫ ବିଦ୍ୟାପୀଠ, ରାନ୍ଦିଆର ଛାତ୍ର ଆଦିତ୍ୟ ମହାନ୍ତି – ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିସହିତ ସାଳନ୍ଦୀ ନର୍ସିଂ ସ୍କୁଲ ଆନୁକୂଲ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁଆରୀ ୨୬ ତାରିଖରେ ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ସାଳନ୍ଦୀ ହସ୍‌ପିଟାଲ ଏବଂ ସାଳନ୍ଦୀ ନର୍ସିଂସ୍କୁଲ, ଭଦ୍ରକର କର୍ମଚାରୀମାନେ ଏହି ପ୍ରତିଯୋଗୀତା ପରିଚାଳନାରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.