Home ଜିଲ୍ଲା ପରିକ୍ରମା ଏବିଭିପି ପକ୍ଷରୁ ଧାମନଗର ଅର୍ନ୍ତଗତ କୋଠାର କଲେଜ କ୍ୟାମ୍ପସ ୟୁନିଟ୍ ଘୋଷଣା

ଏବିଭିପି ପକ୍ଷରୁ ଧାମନଗର ଅର୍ନ୍ତଗତ କୋଠାର କଲେଜ କ୍ୟାମ୍ପସ ୟୁନିଟ୍ ଘୋଷଣା

24

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ଧାମନଗର ନଗର ପକ୍ଷରୁ କୋଠାର ସ୍ଥିତ ମା’ ସାରଦା ଦେବୀ ମହାବିଦ୍ୟାଳୟରେ ଏବିଭିପିର କଲେଜ କ୍ୟାମ୍ପସ ୟୁନିଟ୍ ଗଠନ ହୋଇଯାଇଛି। ଏହି କ୍ୟାମ୍ପସ ୟୁନିଟ୍ ରେ ସଭାପତି ରୂପେ ରାକେଶ ରାଉତ ଓ ଉପ ସଭାପତି ରୂପେ ରତିକାନ୍ତ ପାଣିଗ୍ରାହୀ, ସମ୍ପାଦିକା ଭାବେ ସୁଭଦ୍ରା ଶର୍ମା, ସହ ସମ୍ପାଦିକା ଜ୍ୟୋତ୍ସ୍ନା ରାଣୀ ଗୁରୁ, ଓମ୍ ପ୍ରକାଶ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ। କ୍ୟାମ୍ପସ ୟୁନିଟ୍ ଗଠନ ସମୟରେ ଧାମନଗର ନଗରର ପୂର୍ବତନ ସଭାପତି ତଥା ମା ସାରଦା ଦେବୀ ମହାବିଦ୍ୟାଳୟର ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁକିଶୋର୍ ରାଉତ, ଧାମନଗର ନଗରର ସମ୍ପାଦକ ଅରବିନ୍ଦ ଷଡ଼ଙ୍ଗୀ, ନଗର କ୍ରୀଡା ପ୍ରମୁଖ ସୁମିତ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କୋଠାର କଲେଜରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.