ଗଜେଂଇ ଚୋରାଚାଲାଣ କାରିଙ୍କୁ ୧୦ବର୍ଷ କାରାଦଣ୍ଡ,୧ଲକ୍ଷଟଙ୍କା ଜରିମାନା

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ଏକ ଗଜେଂଇ ଚୋରା ଚାଲାଣ ମାମଲାର ଆଜି ବିଚାର କରି ମାଲକାନଗିରି ଜିଲ୍ଲା ଦୌରାଜଜ ମାନସକୁମାର ମିଶ୍ର ଜଣେ ଚୋରାଗଜେଂଇ ବେପାରିଙ୍କୁ ୧୦ବର୍ଷକାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୭ ମସିହା ଅକ୍ଟୋବର ୨୫ତାରିଖଦିନ ମାଲକାନଗିରି ଜିଲ୍ଲା ଏମଭି୩୫ ଗ୍ରାମର ତରୁଣ ଦେବନାଥ ନାମକ ଯୁବକ ଜିଲ୍ଲା ସଦର ମହକୁମା ସ୍ଥ ଝାଟିମାଟି କଲୋନି ଠାରେ ରହିଥିବା ବେଳେ ସେ ଗଜେଂଇ ନେଇ ଚୋରାଚାଲାଣ କରିବା ପାଇଁ ମାଥିଲି ଠାରେ ଗାଡିକୁ ଜଗିଥିବା ସମୟରେ ଜିଲ୍ଲାଅବକାରି ବିଭାଗ କର୍ମଚାରି ମାନେ ତାଙ୍କୁ ଗିରଫ କରିଥିଲେ ।ତାଙ୍କ ଠାରୁ ୨୪କେଜି୨୫୦ଗ୍ରାମ…

"ଗଜେଂଇ ଚୋରାଚାଲାଣ କାରିଙ୍କୁ ୧୦ବର୍ଷ କାରାଦଣ୍ଡ,୧ଲକ୍ଷଟଙ୍କା ଜରିମାନା"

ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆନ୍ଦୋଳନ,ସ୍ୱାସ୍ଥ୍ୟ ସେବାରେ ବାଧା

ମାଲକାନଗିରି,୧୨ା୯ (ଓଡିଆ ପୁଅ )ଗତ୧୦ତାରିଖ ଠାରୁ ଜାତୀୟ ସ୍ୱାସ୍ଥ୍ୟମିଶନ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ବାଧାସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଭାବେ ଦୀର୍ଘ ୧୨ବର୍ଷ ଧରି ଶତାଧିକ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିଲେବି ସେମାନଙ୍କ ଚାକିରି ରେ ସ୍ଥାୟୀତ୍ୱ ନହେବ ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧାରମୟ ହୋଇ ଯାଇଥିବାରୁ ୬ଦଫା ଦାବି ପୁରଣ ନେଇ ଗତ ୧୦ତାରିଖ ଠାରୁ  ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଜିଲ୍ଲାସଭାପତି ବିକାଶ କୁମାର ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶ ରେ ଯୋଗଦେଇଛନ୍ତି । ଜିଲ୍ଲାସଦର…

"ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆନ୍ଦୋଳନ,ସ୍ୱାସ୍ଥ୍ୟ ସେବାରେ ବାଧା"

ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଚଢାଉ ୨ଲକ୍ଷଟଙ୍କାର ଗଜେଂଇ ଜବତ,ମଟର ସାଇକେଲ ସହିତ ୪ଗିରଫ

ମାଲକାନଗିରି,୧୨ା୯(ଓଡିଆ ପୁଅ )   ମାଓପ୍ରବଣ ଅଚଂଳରେ ଜିଲ୍ଲା ଅବକାରି ବିଭାଗକୁ ମିଳିଛି ଏକ ବଡଧରଣର ସଫଳତା । ଗଜେଂଇ ଚୋରା ଚାଲାଣ କରୁଥିବା ସମୟରେ ୨ଟି ମଟର ସାଇକେଲ ୪୫କେଜି ୬୦୦ଗ୍ରାମ ମୂଲ୍ୟବାନ ଶିଳାବତୀ ଗଜେଂଇ ଜବତ ସହ ୪ଜଣଙ୍କୁ ଗିରଫକରି ଛନ୍ତି ମାଲକାନଗିରି ଜିଲ୍ଲାଅବକାରି ବିଭାଗ । କୁଡୁମୁଲୁଗୁମ୍ମା ଅଚଂଳରୁ ମଟର ସାଇକେଲରେ କିଛି ଯୁବକ ଚୋରାରେ ଗଜେଂଇ ଛତିଶଗଡ କୁ ଚାଲାଣ କରିବାପାଇଁ  ନେଉଥିବାର ଖବର ପାଇ ମାଲକାନଗିରି  ଜିଲ୍ଲାଅବକାରି ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ସବଇନନିସ୍ପେକ୍ଟର ଜଗାରାଓ,ରାଜୁକୁମାର ଖିତି,ପ୍ରଦୀପ ନାୟକ,ରାମଚନ୍ଦ୍ର ହନ୍ତାଳ,ବିପୁଲ ଜୋଦାର,ଏମର ମହାପାତ୍ର,ଶିତାକାନ୍ତ ମହାନ୍ତି,ସୁରେନ୍ଦ୍ର ମାଝୀ,ଜ୍ଞ୍ୟାନ ରଂଜନ ସାହୁ,ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ଦୁଇଟି ମଟର ସାଇକେଲରେ…

"ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଚଢାଉ ୨ଲକ୍ଷଟଙ୍କାର ଗଜେଂଇ ଜବତ,ମଟର ସାଇକେଲ ସହିତ ୪ଗିରଫ"

ଗଜାନନଙ୍କ ପୂଜାପାଇଁ ଭଳି ଭଳିକି ମୂର୍ତୀ ନିର୍ମାଣ,ଭାସମାନ ପଦ୍ମଫୁଲରେ ନୃତ୍ୟଭଙ୍ଗିରେ ଗଣେଶଙ୍କ ମୂର୍ତୀ

ମାଲକାନଗିରି,୧୧ା୯ (ଓଡିଆ ପୁଅ ) ଆଉ ଦିନକେଇଟା ପରେ ଧରାପୃଷ୍ଟକୁ ଆସିବେ ବିଦ୍ୟାଦାତା ଗଣେଶ,ତାଙ୍କ ପୂଜାପାଇଁ ଚଳଚଚଂଳ ହୋଇ ଉଠିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା,ଜିଲ୍ଲାସଦର ମହକୁମା ସହିତ ବିଭିନ୍ନ ସ୍ଥାନରେ ଗଣେଶ ଙ୍କ ବିଭିନ୍ନ ଶୈଳୀ ବିଭିନ୍ନ ଢଙ୍ଗରେ ମୂର୍ତୀ ନିର୍ମାଣ ଚାଲିଛି । ଜିଲ୍ଲାସଦର ମହକୁମା ଠାରେ କେତକ ମୂର୍ତୀ କାରିଗର ଗଣେଶଙ୍କୁ ଅର୍ଦ୍ଧନାରୀଶ୍ୱର,ଶିବ,ପାର୍ବତୀ ,ଶିବଙ୍କ ତାଣ୍ଡନୃତ୍ୟ ରୁପରେ ତ ଆଉକିଏ ଗଣେଶଙ୍କୁ ବିଭିନ୍ନ ଫଳପନିପରିବା ରୁପରେ ଓ ପୋଖରୀରେ ଭାସମାନ ପଦ୍ମଫୁଲରେ ନୃତ୍ୟୁଢଙ୍ଗରେ ନାନାପ୍ରକାର ରୂପରେ ମୁର୍ତୀ ନିର୍ମାଣ କରିଛନ୍ତି । ଚଳିତ ବର୍ଷ ମାଲକାନଗିରି ଟାଉନକ୍ଲବ,ବସଷ୍ଟାଣ୍ଡ, ମା ବଜଂରାଣୀ କ୍ଲବ,ଗାନ୍ଧିକ୍ଲବ,ଡିଏନକେ ବଜାର କମିଟି,ମେଡିକାଲଛକ,ରିକ୍ଲାମେସନ କଲୋନି,ବ୍ଲକ କୋଲନୀ,୧୧୯କଲୋନି,କୁମୁଟିଗୁଡା, ବୁଟିଗୁଡା,ଜଗନ୍ନାଥ ମନ୍ଦିରସାହି ବିଭିନ୍ନ…

"ଗଜାନନଙ୍କ ପୂଜାପାଇଁ ଭଳି ଭଳିକି ମୂର୍ତୀ ନିର୍ମାଣ,ଭାସମାନ ପଦ୍ମଫୁଲରେ ନୃତ୍ୟଭଙ୍ଗିରେ ଗଣେଶଙ୍କ ମୂର୍ତୀ"

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାବୁଡି ୪ନିଖୋଜ,୩ ଉଦ୍ଧାର

ମାଲକାନଗିରି,୧୧। ୯  (ଓଡିଆ ପୁଅ ) ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାବୁଡି ୪ନିଖୋଜ ହେବାସହିତ ୩ଜଣ ଉଦ୍ଧାର ହୋଇ ନିଜ ଘରକୁ ଫେରିଆସିଛନ୍ତି । ଚିତ୍ରକୋଣ୍ଡା ଥାନାସ୍ଥ  ସ୍ୱାଭିମାନ ଅଚଂଳ ନାକାମାମୁଡି ପଚାଂୟତ କେନ୍ଦୁଗୁଡା ଗ୍ରାମର ସନ୍ୟାସି ଶିଶା(୫୦) ,ଦହନାଶିଶା(୪୦),ବୁଦ୍ରିଶିଶା(୭୦), ରାଧିକାଶିଶା(୨୫), ଚମ୍ପାଶିଶା(୨୦),ଲକ୍ଷ୍ମିଶିଶା(୧୫) ଓ ୩ବର୍ଷଝିଅ ତୁଲଶାଶିଶା ଏକ ହୁଲିଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ  ପାହଡ ଟାପୁରେଥିବା ଚାଷଜମିକୁ ଗତକାଲି ସକାଳେ କାମକରିବାକୁ ଯାଇଥିଲେ । ସେମାନେ କାମସାରି ଅପରାହ୍ନରେ ନିଜ ଘରକୁ ସେହି ଡଙ୍ଗାରେ ଫେରୁଥିବା ବେଳେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଡଙ୍ଗାଟି ବୁଡିଯିବାରୁ ସନ୍ୟସି ପହଁରି ପହଁରି ଡଙ୍ଗାଟିକୁ ଠାବକରି ସେହି ଡଙ୍ଗାପଟା ଦ୍ୱାରେ ଚମ୍ପା ଓ ଲକ୍ଷ୍ମିଙ୍କୁ…

"ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗାବୁଡି ୪ନିଖୋଜ,୩ ଉଦ୍ଧାର"

ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ିଲା ୪ ନିଖୋଜ

ମାଲକାନଗିରି ୧୧-୬ (ଓଡ଼ିଆ ପୁଅ) : ମାଲକାନଗିରି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୪ ଜଣ ନିଖୋଜ ହୋଇଯାଇଥିବା ପ୍ରାଥମିକ ଖବରରୁ ଜଣାପଡ଼ିଛି। ନିଖୋଜଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ଖବର ଅନୁଯାୟୀ ଡଙ୍ଗାରେ ୭ ଜଣ ଯାତ୍ରୀ ଥିଲେ। ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରହିଛି ।

"ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ିଲା ୪ ନିଖୋଜ"

ମାଲକାନଗିରିରେ ଭାରତ ବନ୍ଦ ସଫଳ, ଦୋକାନ ବଜାର ବନ୍ଦ, ଯାନବାହନ ଚଳାଚଳ ବନ୍ଦ, ଜନଜୀବନ ଠପ

ମାଲକାନଗିରି, ୧୦ା୯ (ଓଡିଆ ପୁଅ ) ତୈଳଦର ଓ ରନ୍ଧନଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ଭାଜପା ସରକାରଙ୍କ ବିରୋଧରେ ଦିଆଯାଇଥିବା ଭାରତବନ୍ଦ ଡାକରା ମାଲକାନଗିରି ଜିଲ୍ଲାରେ ସଫଳ ହୋଇଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଓ ସିପିଆଇଏମ ଦଳ ପକ୍ଷରୁ ଆଜି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ସଦର ମହକୁମାସ୍ଥ ବାଲିମେଳା ଛକ, ଡିଏନକେ ଛକ, ବସଷ୍ଟାଣ୍ଡ, କଲେଜ ଛକ, ସୁବାଷ ବୋଷ ଛକ ଠାରେ ଶତାଧିକ କଂଗ୍ରେସ ଓ ସିପିଆଇଏମ ନେତା କର୍ମୀମାନେ ପିକେଟିଂ କରି ରାସ୍ତାରେ ଗାଡି ରଖି ରାସ୍ତୋରୋକ ଆନ୍ଦୋଳନ କରିଥିଲେ। ଏହି ବନ୍ଦ ଯୋଗୁଁ ଜିଲ୍ଲା ସଦର ମହକୁମାଠାରେ…

"ମାଲକାନଗିରିରେ ଭାରତ ବନ୍ଦ ସଫଳ, ଦୋକାନ ବଜାର ବନ୍ଦ, ଯାନବାହନ ଚଳାଚଳ ବନ୍ଦ, ଜନଜୀବନ ଠପ"

ଇତିହାସ ସୃଷ୍ଟିକଲେ ବଣ୍ଡା ଯୁବକ: ଇଂଲଣ୍ଡରେ ଆନ୍ତର୍ଜାତୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିଆନ୍ ହୋଇ ସ୍ୱର୍ଣ୍ଣ ପଦକ ହାସଲ କଲେ

ମାଲକାନଗିରି, ୯ା୯(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଦୁର୍ଗମ ଅପହଁଚ ଇଲାକା ବଣ୍ଡାଘାଟିର ଆଦିମ ବଣ୍ଡାଯୁବକ ଲଂଣ୍ଡନ ଠାରେ ଆନ୍ତର୍ଜାତୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର ଭାରତ ବର୍ଷରେ ଇତିହାସ ସୃଷ୍ଟିକରିଛନ୍ତି। ଗତ ୧ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ଦରିଆପାରି ସୁଦୂର ଇଂଲଣ୍ଡ ସହରରେ ପ୍ରଥମ ଥର କରି ଆନ୍ତର୍ଜାତୀୟ ଖୋ ଖୋ ପ୍ରତିଯୋଗୀତାର ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗୀତାରେ ଭାରତୀୟ ଖୋ ଖୋ ଟିମରେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଗ୍ରାମର ବଣ୍ଡା ଯୁବକ ଅଜୟ କୁମାର ମାନ୍ଦ୍ରା ଭାଗ ନେଇଥିଲେ। ସେ ଭୁବନେଶ୍ୱର କିସ ସଂସ୍ଥାରେ ଯୁକ୍ତ ଦୁଇରେ ଅଧ୍ୟୟନ…

"ଇତିହାସ ସୃଷ୍ଟିକଲେ ବଣ୍ଡା ଯୁବକ: ଇଂଲଣ୍ଡରେ ଆନ୍ତର୍ଜାତୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିଆନ୍ ହୋଇ ସ୍ୱର୍ଣ୍ଣ ପଦକ ହାସଲ କଲେ"

ଧାନକ୍ଷେତରେ ରୋଗ ପୋକ, କୃଷି ବିଭାଗ ନିରବ, ଚାଷୀ ମୁଣ୍ଡରେ ଚଡ଼କ

ମାଲକାନଗିରି, ୯ା୯(ଓଡିଆ ପୁଅ ) ମାସତମାମ ଲଗାତର ଭାବେ ବର୍ଷା ଲାଗି ରହିଥିବାରୁ ସୁର୍ଯ୍ୟ କିରଣ ପଡୁନଥିବାରୁ ଗତକିଛି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ଧାନକ୍ଷେତରେ ରୋଗପୋକ ଲାଗି ହଜାର ହଜାର ହେକ୍ଟର ଜମିରେ ଧାନଚାଷ ନଷ୍ଟହୋଇ ଯାଇଥିଲେ ବି କୃଷି ବିଭାଗ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା କରା ଯାଉନଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି। ଜମିଗୁଡିକରେ ପାଣି ଭରପୁର ହୋଇ ରହିଥିବାରୁ ବିଶେଷ କରି ଧାନଗଛ ପତ୍ର ଓ ମୂଳରେ ଚକଡା, ମାଟିଆ ଗୁଣ୍ଡି ଓ ଚିତା ଧଉଳି, ଲେଡା ପୋକର ଆତଙ୍କ ଦେଖା ଦେଇଛି। ଏହି ପୋକଗୁଡିକ ଧାନଗଛର ପତ୍ର ଓ ମୂଳ ଲାଗି ରୁହୁଛନ୍ତି। ଏହି ପୋକଙ୍କ ପାଦୃର୍ଭାବ…

"ଧାନକ୍ଷେତରେ ରୋଗ ପୋକ, କୃଷି ବିଭାଗ ନିରବ, ଚାଷୀ ମୁଣ୍ଡରେ ଚଡ଼କ"

ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ପାଇଁ ଦୁଇ ଶିକ୍ଷକ ନିଲମ୍ବିତ

ମାଲକାନଗିରି, ୮ା୯(ଓଡିଆ ପୁଅ ) ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ନେଇ ମାଲକାନଗିରି ଜିଲ୍ଲାର ଦୁଇ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଗତ କିଛି ଦିନ ତଳେ କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଉଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ସମୟରେ ସେଠାରେ ପ୍ରଧାନ ଶିକ୍ଷକ ଅନୁପପସ୍ଥିତ ଥିଲେ। ହଷ୍ଟେଲ ପରିଚାଳନା ଓ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ସଂପର୍କରେ ଛାତ୍ର ଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାର୍ଲାକୋଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ଶୁକ୍ରବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଠିକ ସେହାପରି ମାଟାପେକା ଉଚ…

"ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ପାଇଁ ଦୁଇ ଶିକ୍ଷକ ନିଲମ୍ବିତ"