Home ଓଡ଼ିଶା ଶିକ୍ଷାର ପ୍ରସାର ନିମନ୍ତେ ମାଟି ଲଗ୍ନା ସଂଗଠନ ପକ୍ଷରୁ ଛାତ୍ର ମେଧାସମ୍ମାନ

ଶିକ୍ଷାର ପ୍ରସାର ନିମନ୍ତେ ମାଟି ଲଗ୍ନା ସଂଗଠନ ପକ୍ଷରୁ ଛାତ୍ର ମେଧାସମ୍ମାନ

36

ମାଲକାନଗିରି,୧୧ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଅଚଂଳରେ ପିଲାମାନଙ୍କର ଶିକ୍ଷାପ୍ରତି ଆଗ୍ରହ ବଢାଇ ନିମନ୍ତେ ମାଟି ଲଗ୍ନା ସାହିତ୍ୟ ସଂସଦ ପ କ୍ଷରୁ ମେଧାସମ୍ମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ମାଲକାନଗିରି ଜିଲ୍ଲା ପାଙ୍ଗାମ ହାତିରାମ ହାଇସ୍କୁଲ ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମାଲକାନଗିରି ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ସରୋଜ କୁମାର ଦାସ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରତିଷ୍ଟାତା ସଦସ୍ୟ ସୁଦେଶ ଦୋରା,ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁ,ଜିତୁକୃଷ୍ଣ ପଣ୍ଡା,ମନୋଜ କାନ୍ତ ସାମଲ,ରମେଶ କୁମାର ଲେଙ୍କା,ପବିତ୍ର ମୋହାନ ବେହେରା,ପ୍ରଫୁଲକୁରାମ ବିଶ୍ୱାଳ,କୌଳାସ ଚନ୍ଦ୍ର ଭୋଳ ଯୋଗଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଏ ଭଳି ସାହିତ୍ୟ ଅନୁଷ୍ଟାନ ଛାତ୍ର ମେଧାବୃତି ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି । ମା,ମାତୃଭାଷୀ ଓ ମାତୃଭୂମି ସୁରକ୍ଷା ପାଇଁ ଓଡିଶା ର ବିଭିନ୍ନ ସ୍ଥାନରେ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ମେଧା ବୃତି ପ୍ରଦାନ କରିଥିବାରୁ ଛାତ୍ର ଛାତ୍ରୀ ମାନେ ଓଡିଆ ଭାଷା ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଓଡିଆ ଭାଷାପ୍ରତି ଗୁରୁତ୍ୱ ଦିଅନ୍ତୁ ବୋଲି ମଚାଂଶିନଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରେ ବକୃତା,କବିତା ଆବୃତି,ସଂଗୀତ,ନୃତ୍ୟ,ପ୍ରବନ୍ଧ ପ୍ରତି ଯୋଗୀତାରେ କୃତିତ୍ୱ ହାସଲ କରିଥିବା ୩୨ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମେଧାବୃତି ପ୍ରଦାନ କରାଯିବା ସହିତ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.