Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ନାଗଚତୁର୍ଥି ପାଳନ, ହୁଙ୍କାରେ ନାଗ ଦେବତାଙ୍କୁ ପୂଜିଲେ ମହିଳା

ମାଲକାନଗିରି ଜିଲ୍ଲାରେ ନାଗଚତୁର୍ଥି ପାଳନ, ହୁଙ୍କାରେ ନାଗ ଦେବତାଙ୍କୁ ପୂଜିଲେ ମହିଳା

55

ମାଲକାନଗିରି,୮ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଗଚତୁର୍ଥୀ ପାଳିତା ହୋଇ ଯାଇଛି । ମାଲକାନଗିରି ଜିଲ୍ଲାରେ ବାର ମାସରେ ତେରପବ ର୍ ପାଳିଥାନ୍ତି ଏଠାକାର ଲୋକମାନେ ସେଥିମଧ୍ୟରୁ ନାଗଚତୁର୍ଥୀ ଅନ୍ୟତମ, ଏହି ପବ ର୍ଟିକୁ ସାଧାରଣତ ତେଲୁଗୁ ସଂପ୍ରଦାୟର ମହିଳା ମାନେ ପାଳୁଥିବାବେଳେ ଏବେ ସେମାନଙ୍କ ଦେଖା ଦେଖିରେ ଆଦିବାସୀ ମହିଳା ମାନେ ମଧ୍ୟ ନିଜ ନିଜ ପରିବାର ସୁଖଶାନ୍ତି, ରୋଗ ବୈରାଗ ଦୁର ହୋବାପାଇଁ ପାଳିବା ଆରମ୍ଭ କରିଦେଇଛନ୍ତି । ପୋଖରି ଓ ଜଙ୍ଗଲର ହୁଙ୍କା ନିକଟରେ ଏହି ପବ ର୍ ପାଳିଥାନ୍ତି, ଘରର ମୁରବି ପୁରଷ ଲୋକମାନେ ସକାଳୁ କେଉଁ ଠାରେ ଉଇ ହୁଙ୍କା କିମ୍ବା ସାପବିଳ ରହିଛି ଖୋଜି ଠାବକରି ଆସିଥାନ୍ତି,ଗାଧୁଆ ପାଧୁଆ ସାରି ମହିଳାମାନେ ନିଜର ପିଲା ଛୁଆ ମାନଙ୍କୁ ସାଥିରେ ନେଇ ବିଭିନ୍ନ ପ୍ରକାର ଫୁଲ, ଫଳ,ଖିର, ଅଣ୍ଡା,ଧୂପ,ଦୀପ, ଧରି ସେଠାକୁ ଯାଇଥାନ୍ତି,ହୁଙ୍କାକୁ ପ୍ରଥମେ ଖିରରେ ଗାଧୋଇ ଦେଇ ବିଳ ମୁହଁରେ ଏକ ଅଣ୍ଡା ପୁରାଇ ଦେଇଥାନ୍ତି, ପରେ ନଡିଆ,କଦଳି, ଲିଆ, ମୁଆଁ, ଚାଉଳଚୂନା ଓ ରାଶିରରେ ପ୍ରସ୍ତୁତ ଲଢୁ ପୂଜା ଦେଇ ନିଜ ନିଜ ପରିବାରର ସୁଖ ମନାସିଥାନ୍ତି, ନାଗଚତୁର୍ଥୀ ଦିନ ହୁଙ୍କା ନିକଟେ ପୂଜା କରା ଗଲେ ଗାଁର ମଙ୍ଗଳ ହେବାସହିତ ପିରିବାର ଲୋକଙ୍କୁ କେବେ ବି ସର୍ପଧଂଶନ ହେବନାହିଁ,ବଡ ଲୋକ ଓ ପିଲାମାନଙ୍କ କାନ ରୋଗ ନ ହେବାପାଇଁ ହୁଙ୍କା ବିଳରେ ଅଣ୍ଡା ଭର୍ତି କରା ଯାଇଥାଏ. ନାଗଦେବତା ଙ୍କ ନିକଟରେ ବାଲ୍ୟଭୋଗ ଲଗାଯାଇଥାଏ, ନାଗମାତା ଙ୍କ ମୁଖ୍ୟ ଭୋଗ କଚାଂଖିର ଓ ରାଶି ଚାଉଳଚୂନାରେ ନିର୍ମିତ ଲଡୁ ହୋଇ ଥିବାରୁ ମହିଳା ମାନେ ଏହାକୁ ଗୁରୁତ୍ୱ ଦେଇ ଥାନ୍ତି । ଏହିପବ ର୍ ପ୍ରତି ବର୍ଷ ଦୀପାବଳି ର ପାଚଂଦିନ ପରେ ହୋଇଥାଏ ।ସହର ,ସାହି ଓ ବସ୍ତିର ମହିଳା ମାନେ ଏକତ୍ରିତ ହୋଇ ଜଙ୍ଗଲକୁ ଯାଇ ହୁଙ୍କା ନିକଟରେ ପୂଜା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.