Home ଓଡ଼ିଶା ଦୁର୍ଘଟଣା ଗସ୍ତ ଆହତ ଙ୍କୁ ହସପିଟାଲ କୁ ନେଇ ଚିକିତ୍ସା ବ୍ୟବସ୍ଥା କରି ମାନବିକତା ଦେଖାଇଲେ...

ଦୁର୍ଘଟଣା ଗସ୍ତ ଆହତ ଙ୍କୁ ହସପିଟାଲ କୁ ନେଇ ଚିକିତ୍ସା ବ୍ୟବସ୍ଥା କରି ମାନବିକତା ଦେଖାଇଲେ ପୁବର୍ତନ ବିଧାୟକ

79

ମାଲକାନଗିରି,୩ା୧୧ (ଓଡିଆ ପୁଅ ) ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ଏମଭି୧୯ ଗ୍ରାମ ନିକଟରେ ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା ଲାଗି ଦୁର୍ଘଟଣା ରେ ଆହତ ହୋଇ ରାସ୍ତାରେ ପଡିଥିବା ୩ଜଣଙ୍କୁ ହସପିଟାଲ କୁନେଇ ଚିକିତ୍ସା ବ୍ୟବସ୍ଥା କରି ମାନବିକତା ଦେଖାଇଛନ୍ତି ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି । ଆଜି ମାଲକାନଗିରି ରୁ କାଲିମେଳା ଅଭିମୁଖେ ଯାଉଥିବା ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ବରିଷ୍ଟ ବିଜେଡି ନେତା ପ୍ରଫୁଲକୁମାର ପଣ୍ଡା,ସାମାଜିକ କର୍ମୀ କେ.ରାହୁଲ ଜାତୀୟ ରାଜପଥ ଏମଭି୧୯ ଗ୍ରାମନିକଟରେ ବାଇକ ଦୁର୍ଘଟଣାରେ ଆହତ ହୋଇ ତିନିଜଣ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ପୁବ ର୍ତନ ବିଧାୟକ ଶ୍ରୀ ମାଡକାମି ଗାଡି ଅଟକାଇ ସେମାନଙ୍କ ନିକଟକୁ ଯାଇ ନିଜ ଗାଡିରେ ନିକଟସ୍ଥ ଏମଭି୧୯ନମ୍ବର ସ୍ୱାସ୍ଥ୍ୟକେନେନ୍ଦ୍ର କୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଦୁର୍ଘଟଣା ଗସ୍ତରେ ଆହତ ମାନେ ହେଲେ ଏମଭି୭୪ ଗ୍ରାମର ମୁକୁଲ ଘରାମୀ,ତାଙ୍କ ପତ୍ନୀ ଓ ଦୁୁବର୍ଷର ଶିଶୁ କନ୍ୟା । ଚିକିତ୍ସା ପରେ ସେମାନେ ବିପଦ ମୁକ୍ତ ବୋଲି ଡାକ୍ତର କହିଛନ୍ତି । ଶ୍ରୀ ମଡକାମିଙ୍କ ଏହି ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.