Home ଓଡ଼ିଶା ଜାତୀୟ ଆଇନ ସେବା ପ୍ରାଧାକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

ଜାତୀୟ ଆଇନ ସେବା ପ୍ରାଧାକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

31

ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନସେବା ପ୍ରଧିକାରଣ ଆନୁକୁଲ୍ୟରେ ଓ ଜିଲ୍ଲାପ୍ରଶାସନ ସହଯୋଗରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଚେୟାରମେନ ମିସ ରେଖା ପ୍ରସାଦ ଙ୍କ ଅଧ୍ୟକ୍ଷତାରେ ମେଗା ଆଇନ ସେବା ଶିବିର ଅନୁଷ୍ଟିତ ହୋଇଯାଇଛି । କରୋନା ମହାମାରିରେ ପିତା ମାତା ହରାଇଥିବା ଜିଲ୍ଲାର ୨୦ଜଣ ପିଲାମାନଙ୍କୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ସରକାରି ସହୟାତା ପ୍ରଦାନ କରାଯିବା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୧୫ଜଣ ହିତାଧିକାରୀ ଙ୍କୁ ଅନୁଦାନ ପ୍ରଦାନ,୫ଜଣଙ୍କୁ ଭିନ୍ନକ୍ଷମ ଭତା ପ୍ରଦାନ, ତୃତୀୟ ଲିଙ୍ଗଙ୍କୁ ଭତା ପ୍ରଦାନ,ମାଗଣା ଦୋକାନ ଗୃହ ପ୍ରଦାନ,ଭିନ୍ନକ୍ଷମ ମାନଙ୍କୁ ହୁଇଲଚେୟାର, ଟ୍ରାସାଇକେଲ,ଶ୍ରବଣ ଯନ୍ତ୍ର ପ୍ରଦାନ,୧୩ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ,୨୭ଟି ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ସହାୟତା ସହିତ ବ୍ୟାଙ୍କ ରୁଣ ପ୍ରଦାନ କରାଯାଇଥିଲା । ଏହି ମେଗା ଆଇନ ସେବା ଶିବିରକୁ ସିନିୟର ସିଭିଲ ଜଜ୍ କମଳକାନ୍ତ ରାଉତ ପରିଚାଳନା କରିଥିବା ବେଳେ ସିଭିଲ କୋର୍ଟ ରେଜଷ୍ଟ୍ରାର କୃଷ୍ଣଚନ୍ଦ୍ର ନାୟକ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜଜ୍ ରାକେଶ କୁମାର ମୁଦୁଲି ଅନ୍ୟାନ ଜଜ୍‌,ବରିଷ୍ଠ ଆଇନଜୀବୀ,ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆଇନ ସେବା ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଡିଆରଡିଏ ଏପିଡି ବାଲାଜି ପଟନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୌଦାମିନି ପ୍ରଧାନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ,ସାତଟି ବ୍ଲକର ସିଡିପିଓ, ସୁପରଭାଇଜର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.