Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ପାଳିତ

ମାଲକାନଗିରି ଜିଲ୍ଲାରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ପାଳିତ

57

ମାଲକାନଗିରି,୫ା୧୧(ଓଡିଆ ପୁଅ ) କୋଭିଡ କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳୀପୂଜା ଓ ଦୀପୀବଳୀ ଉତ୍ସବ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଟାଉନ କାଳୀପୁଜା କମିଟ ନଗରଭବନ କାଳୀଛକ ଠାରେ କୋଭିଡ ନିୟମ ପାଳନ କରାଯାଇ ମା କାଳୀଙ୍କ ପୂଜାଅର୍ଚାନା କରାଯାଇଥିଲା । ପୂଜା ମଣ୍ଡପ ନିକଟରେ ପୂଜା କମିଟିର ସଭାପତି ଦୀପକ କିର୍ତନୀୟା,ଉପସଭାପତି ପବିତ୍ର ଦେବନାଥ,ଶ୍ରୀଧାମ ଦେବନାଥ,ମାଙ୍ଗା ସିଂ ପ୍ରମୁଖ କମଟି ସଦସ୍ୟ ମାନେ ମା ଙ୍କ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସାଦ ସହ ମାସ୍କ ଓ ସାନିଟାଇଜର ବଟଂନ କରି କୋଭିଡ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଡିଏନକେ ମଇଦାନ ସାବ ର୍ଜନୀନ ପୂଜାକମିଟି, ରିକ୍ଲାମେଶନ କଲୋନି ରାମକୃଷ୍ଣ ନଗର, ଏମଭି୭,ଏମଭି୪୨,ଡ୍ୟାମସାଇଟ,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା,ପଡିଆ,ଏମଭି୭୯,ଏମଭି୧୯,ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ଆକର୍ଷଣିୟ ମେଢ ଓ ତୋରଣ ତିଆରି ହୋଇ ମା କାଳୀଙ୍କ ପ୍ରତିମୂର୍ତି ପୂଜା ପାଉଛନ୍ତି । ଗତ କାଲି ମଧ୍ୟରାତ୍ର ରୁ ରିତି ନିତି ଅନୁସାରେ ମା କାଳୀଙ୍କୁ ୧୦ଟି ରୂପରେ ପୂଜା କାରାଯାଇ ମା ଙ୍କ ନିକଟରେ ଭୋଗଲାଗା ଯାଇଥିଲା । ପାଗ ଅନୁକୂଳ ଥିବାରୁ ପ୍ରତିଦିନ ପୂଜା ମଣ୍ଡପନିକଟରେ ଭକ୍ତ ଓ ଦର୍ଶକ ମାନେ ମା କାଳୀଙ୍କ ଦର୍ଶନକରିଥିଲେ । ପୂଜାମଣ୍ଡପ ନିକଟରେ ଦର୍ଶକ ଓ ଭକ୍ତ ମାନଙ୍କୁ ପୂଜାକମିଟି ପକ୍ଷରୁ ଭୋଗ,ଅନ୍ନ ର୍ପ୍ରସାଦର ବ୍ୟବସ୍ଥାକରା ଯାଇଥିଲା । ବିଭିନ୍ନ ସ୍ଥାନରେ ବାଣଫୁଟାଇ ଖାଡି ଜାଳି ବଡବଡୁଆ ମାନଙ୍କୁ ଡାକପକାଇ ବା ସହିତ ଅନ୍ୟକେତକ ସ୍ଥାନରେ ପୟାଶ୍ରାଦ୍ଧ ପାଳନକରା ଯାଇଛି । ଚଳିତବର୍ଷ ଦୀପାବଳୀ ଉତ୍ସବ ପାଇଁ ମାଲକାନଗିର ିଜିଲ୍ଲା ରେ ଚାଇନା ବାଣକୁ ବିରୋଧ କରିବା ସହ ଅଧିକ ବାରୁଦ ଓ ଶଦ୍ଧ ଅଧିକ ଥିବା ବାଣ ବଦଳରେ ସବୁଜ ଦେଶି ବାଣ ସହିତ ମହମବତୀ ଓ ଦୀପ ଜୋରଦାର ବିକ୍ରୀ ହୋଇଥିବାରୁ ଲୋକେ ନିଜ ନିଜ ଘରେ ମହମବତୀ ଓ ତେଲ,ଘିଅ ଦୀପ ଜାଳି ପରିବେଶ ସୁରକ୍ଷିତ ପ୍ରଦୁଷଣ ମୁକ୍ତ ସହିତ ଆଲୋକ ମାଳାରେ ସଜିତ କରିଛନ୍ତି । ବିଶେଷ କରି ଡିଏନକେ ପୁରଣା ହସପିଟାଲ ନିକଟ ରେ ବୌଦ୍ଧ ଧର୍ମାଲମ୍ବି,ଆମ୍ବେଦକର ପ୍ରେମୀ,ମୂଳ ନିବାସୀ ମାନେ ଭାରତର ପୁରାତନ ପରମ୍ପରା ଅମନୁସାରେ ଗୋଟିଏ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଦୀପପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଥୀକୃଷ୍ଣ ପାତ୍ର,ଜଗଦୀଶ କାର୍ତାମୀ,କେ ଦେଶୁରାଜୁ ଆଚାରୀ,ବସନ୍ତ ନାୟକ,ରବିରାଜେଶ, ଳକ୍ଷମଣ ଘରାମୀ,ଆନନ୍ଦ ମାଢି,ଦେବାଶିଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରିଥିଲେ । ଅନୁରୁପ ମାଉଲି ମାଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱହିନ୍ଦୁପରିଷଦ ଓ ସହର ବାସୀଙ୍କ ପକ୍ଷରୁ ସମୁହ ଦୀପପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.