Home ଓଡ଼ିଶା ମାଲକାନଗିରି ରେ ରକ୍ତ ଚରିତ୍ର ଯୁବଗ୍ୟାଙ୍ଗ ଗଠନର ଭିଡିଓ ଭାଇରାଲ,ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି ରେ ରକ୍ତ ଚରିତ୍ର ଯୁବଗ୍ୟାଙ୍ଗ ଗଠନର ଭିଡିଓ ଭାଇରାଲ,ପୁଲିସର ତଦନ୍ତ ଆରମ୍ଭ

35

ମାଲକାନଗିରି,୧୧ା୧୧(ଓଡିଆ ପୁଅ ) ଭୁବନେଶ୍ୱର ପରି ମାଲକନଗିରି ଜିଲ୍ଲାରେ ମଧ୍ୟ ରକ୍ତଚରିତ୍ର ଯୁବଗ୍ୟାଙ୍ଗ ଗଠନ କରା ଯାଇଥିବାର ଏକ ଭିଡିଓ ଭାଇରାଲ ରୁ ଜଣାପଡିଛି । ଆଜି ଏହି ଭଡିଓ ଭାଇରାଲ ଟି ମୋବାଇଲରୁ ମୋବାଇଲରୁ ଘୁରିବୁଲୁଥିବାର ଦେଖି ଜିଲ୍ଲାବାସୀ ଭୟ ଓ ଆତଙ୍କିତ ହୋଇପଡିଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି । ଭାଇରାଲ ଭିଡିଓ ରୁ ଦେଖିବାକୁ ମିଳିଛି ଏକ ଟିଣଛପର ଘରେ କାଠଫାଳିଆ ଭାଡି ଉପରେ କିଛି ଯୁବକ ମଦ୍ୟପାନ ସହ ଗଜେଂଇ ଟାଣି ଅନ୍ୟଜଣେ ଯୁବକକୁ ନିସ୍ତୁକ ମାଡମାରି ଚାଲିଛନ୍ତି । କେତେ ବେଳେ ବିଧାଗୋଇଠା ତ ଆଉ କେତେବେଳେ ବାଡିରେ ପିଟି ଚାଲିଛନ୍ତି । ମାଡ ଖାଉଥିବା ଯୁବକଟି ଯେତେ ହାତ ଯୋଡି ଛାଡିଦେବାକୁ ନେହୁରା ହେଉଥିଲେ ମଧ୍ୟ ଚଳଚିତ୍ର ଢଙ୍ଗରେ ତାକୁ ମାଡ ମାରିଚାଲିଛନ୍ତି ।ଗତ ତିନିଦିନତଳେ ଭୁବନେଶ୍ୱର ଓ କଟକ ଠାରେ କିଛି ନିଶାଗସ୍ତ ଯୁବଗୋଷ୍ଠି କେବିଏନ ସଂଗଠନ କରି ବିଚ ରାସ୍ତାରେ ଖଣ୍ଡା ବୁଲାଇବା ସହ ବନ୍ଧୁକରୁ ଗୁଳିଚାଳନା କରୁଥିବାର ଭିଡିଓ ଭାଇରାଲ କରି ଲୋକାମାନଙ୍କୁ ଭୟଭିତ କରାଯାଇଥିଲେ । ପରବର୍ତି ସମୟରେ ସେହି ଗ୍ୟାଙ୍ଗର କିଛି ଯୁବକଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସେହି ପରି କିଛି ନିଶାଗସ୍ତ ଯୁବକ ରକ୍ତଚରିତ୍ର ଯୁବଗ୍ୟାଙ୍ଗ ଗଠନ କରି ଭିଡିଓ ଭାଇରାଲ କରାଯାଇଛି । ଏହି ଭିଡିଓ ଟି ମାଲକାନଗିରି ଜିଲ୍ଲାସଦର ମହକୁମାର କୌଣସି ଏକ ପରିତ୍ୟକ୍ତ ସ୍ଥାନରେ ଥିବା ଘରେ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏ ସଂପର୍କରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କୁ ପଚରା ଯିବାରୁ ସେକହିଛନ୍ତି ଭିଡିଓ ଭାଇରାଲ ହେବା ଘଟଣା ପୁଲିସ ନଜର କୁ ଆସିଛି, ଏ ନେଇ ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କାର୍ଡ ଟିମ ଗଠନ କରାଯାଇଛି ଯୋରଦାର ତଦନ୍ତ ଆରମ୍ଭ ହୋଇଯାଇଛି । ଖୁବ ଶିଘ୍ର ଅପରାଧି ମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ନାଗ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.