Home ଓଡ଼ିଶା ହସପିଟାଲ ରେ ମାଦକ ଦ୍ରବ୍ୟ ନିଷେଧ ଅଭିଯାନ,ରୋଗୀ ଓ ସଂପର୍କିୟ ମାନଙ୍କ ଠାରୁ ଗୁଟୁକା,ଖଇନି,ବିଡି, ସିଗାରେଟ,ଧୁଙ୍ଗିଆ...

ହସପିଟାଲ ରେ ମାଦକ ଦ୍ରବ୍ୟ ନିଷେଧ ଅଭିଯାନ,ରୋଗୀ ଓ ସଂପର୍କିୟ ମାନଙ୍କ ଠାରୁ ଗୁଟୁକା,ଖଇନି,ବିଡି, ସିଗାରେଟ,ଧୁଙ୍ଗିଆ ଜବତ

61

ମାଲକାନଗିରି,୮ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ହସପିଟାଲ ପରିସରରୁ ମାଦକ ଦ୍ରବ୍ୟ ପ୍ରବେଶ ନିଷେଧ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ମେଡିକାଲ ଅଫିସର ତଥା ହସପିଟାଲ ସୁପରିଟେଣ୍ଡେଟଂ ଡାକ୍ତର ଶିବପ୍ରସାଦ ମହାରଣାଙ୍କ ନେତୃତ୍ୱରେ ହସପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ୍ରା,ଅତିରିକ୍ତ ନର୍ସିଂ ସୁପରିଟେଣ୍ଡେଟଂ ଶ୍ରୀମତୀ ଚାମେଲି ମଣ୍ଡଳ,ନର୍ସିଂ ଅଫିସର ଶ୍ରୀମତୀ ଗୌରୀ ନାହକ, ସୁରକ୍ଷାକର୍ମୀ ସୁପରଭାଇଜର ନିବସକାନ୍ତ ବିଶ୍ୱାସ,ଧର୍ମେନ୍ଦ୍ର ପାଠକ,ମନୋଜ ନାୟକ ପ୍ରମୁଖ ଜିଲ୍ଲା ସଦର ମହକୁମା ହସପିଟାଲ ପରିସର ଓ ବିଭିନ୍ନ ବିଭିଗର ରୋଗୀ ଓ୍ୟାର୍ଡ ପରିଦର୍ଶନ କରି ହସପିଟାଲ ପରିସରରେ ଓ ରୋଗି ରହୁଥିବା କୋଠରୀ ଗୁଡିକରେ ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ବ୍ୟବହାର କରୁଥିବା ଗୁଟୁକା,ଖଇନି,ବିଡି,ସିଗାରେଟ,ମସଲା ପାନ,ଧୁଙ୍ଗିଆ ବହୁପରିମାଣର ନାନାପ୍ରକାର ମାଦକ ଦ୍ରବ୍ୟ ଗୁଡିକୁ ଜବତ କରିଛନ୍ତି । ପରବର୍ତି ସମୟରେ ଏହି ମାଦକ ଦ୍ରବ୍ୟ ବ୍ୟବହାର ନକରିବାକୁ ଓ ହସପିଟାଲ ପରିସର ପରିସ୍କାର ପରିଛନ୍ନ ରଖିବାକୁ ପରାମର୍ଶ ଦେଇଛନ୍ତି । ସଂଗ୍ରହ କରିଥିବା ବହୁପରାମାଣର ଗୁଟୁକା, ଖଇନି, ବିଡି, ସିଗାରେଟ,ପାନ ,ଧୁଙ୍ଗିଆ ନାନା ପ୍ରକାର ମାଦକ ଦ୍ରବ୍ୟଗୁଡିକୁ ଆଜି ସକାଳେ ପରିତ୍ୟକ୍ତ ସ୍ଥାନରେ ପୋଡି ନଷ୍ଠ କରିଦିଆ ଯାଇଛି । ସୁଚନା ଯୋଗ୍ୟ ଯେ ହସପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ଗୁଟୁକା,ଖଇନି ଓ ପାନ ଖାଇ ଛେପ,ଖଙ୍କାର ଲିପ୍ଟ ଭିତରେ,ହସପିଟାଲ ପରିସର ବିଭିନ୍ନ ସ୍ଥାନରେ ପକାଇ ଅପରିସ୍କାର ଅପରିଛନ୍ନ କରୁଥିବାର ହସପିଟାଲ ପରିସରକୁ ମାଦକ ଦ୍ରବ୍ୟ ନିଷେଧ ଆଭି ଯାନ ଆରମ୍ଭ କରାଯାଇଛି, ପ୍ରଥମ ପର୍ଯ୍ୟାୟରେ ହସପିଟାଲ ପରିସରରେ ଏହି ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରି ଛାଡି ଦିଆଯାଇଛି । ପରବର୍ତି ସମୟରେ ବ୍ୟବାହାର କରି ଏପରି ଅପରିସ୍କାର କଲେ ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ମେଡିକାଲ ସୁପରିଟେଣ୍ଡେଟଂ ଡାକ୍ତର ଶ୍ରୀ ମହାରଣା ସୁଚନା ଦେଇଛନ୍ତି । ହସପିଟାଲ ପରିସରରେ ମାଦକ ଦ୍ରବ୍ୟ ନିଷେଧ ଅଭି ଯାନକୁ ସବୁ ମହଲରୁ ସ୍ୱାଗତ ଜଣାଇବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.